|
logo
Live

Argus News - ଢୁ ଢୁ ବର୍ଷାରେ ଭିଜି ସ୍କୁଲ ଯାଉଛନ୍ତି ଶହ ଶହ ଛାତ୍ରୀ

Odisha

ଢୁ ଢୁ ବର୍ଷାରେ ଭିଜି ସ୍କୁଲ ଯାଉଛନ୍ତି ଶହ ଶହ ଛାତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଢୁ ଢୁ ବର୍ଷାରେ ଭିଜି ସ୍କୁଲ ଯାଉଛନ୍ତି ଶହ ଶହ ଛାତ୍ରୀ

ଅର୍ଗସ ବ୍ୟୁରୋ:  ଗୋଟିଏ ହାତରେ ବରି ଖାତା, ଅନ୍ୟ ହାତରେ ଛତା, ପ୍ରବଳ ବର୍ଷାରେ ଧାଡ଼ି ବାନ୍ଧି ଚାଲି ଚାଲି ଯାଉଛନ୍ତି ଛାତ୍ରୀ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଏ ଚିତ୍ର ଯେତିକି ଚିନ୍ତାଜନକ, ସେତିକି ବିପଜ୍ଜନକ। କାରଣ ନିର୍ଧୁମ ବର୍ଷାରେ ଭିଜି, ଘଡ଼ଘଡ଼ି, ବିଜୁଳିର ପ୍ରାଣଘାତକ ବିପଦ ଭିତରେ ଜୀବନକୁ ବାଜି ଲଗାଇ ପାଠ ପଢ଼ିବାକୁ ଏମିତି ପ୍ରତିଦିନ ଯାତ୍ରା କରନ୍ତି ଶହ ଶହ ସ୍କୁଲ ଛାତ୍ରୀ। 

ଆଦିବାସୀ ବହୁଳ ଅଞ୍ଚଳରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସୁବିଧା ପାଇଁ ନବରଙ୍ଗପୁରେ 11ଟି ଛାତ୍ରୀ ନିବାସ ଖୋଲାଯାଇଛି। ଜିଲ୍ଲାର 10ଟି ବ୍ଲକରେ 10ଟି ଆଉ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଅଫିସ ପରିସରରେ ରହିଛି ଗୋଟିଏ ଗାର୍ଲସ୍ ହଷ୍ଟେଲ। ଏଥିରୁ ତିନିଟି ବ୍ଲକରେ ଦେଖିବାକୁ ମିଳୁଛି ଏମିତି ବିକଳ ଚିତ୍ର। ଝରିଗାଁ ବ୍ଲକ୍ କରମାରି, ତେନ୍ତୁଳିଖୁଣ୍ଟି ବ୍ଲକ୍ ଚରାମୁଲା ଓ ଡାବୁଗାଁ ବ୍ଲକ୍ କୋଇଲାରୀଠାରେ ଥିବା ଛାତ୍ରୀ ନିବାସର ଶହ ଶହ ଛାତ୍ରୀଙ୍କ ହଷ୍ଟେଲ୍ ସେମାନେ ପାଠ ପଢୁଥିବା ସ୍କୁଲ ଠାରୁ 4ରୁ 5 କିମି ଦୂରରେ। କିଛି ଉପାୟ ନାହିଁ, ସ୍କୁଲ ଯିବା ପାଇଁ ବର୍ଷା ଦିନରେ ପ୍ରତିଦିନ ଏମିତି ସଂଘର୍ଷ କରନ୍ତି ଏମାନେ। ଛାତ୍ରୀଙ୍କ ସ୍କୁଲ ଯିବା ଆସିବା ପାଇଁ ସରକାର ବାର୍ଷିକ 6 ହଜାର ଟଙ୍କା ଦେଉଛନ୍ତି ଯାହା ସମୁଦ୍ରକୁ ଶଙ୍ଖେ। ପୁଣି ମାତ୍ର 30 ଛାତ୍ରୀଙ୍କୁ ପରିବହନ ଭତ୍ତା ମିଳୁଥିବାବେଳେ 170ରୁ ଅଧିକ ଏଥିରୁ ବଞ୍ଚିତ।

ଛାତ୍ରୀମାନେ ବର୍ଷ ବର୍ଷ ଧରି ଏ ସମସ୍ୟାର ସାମ୍ନା କରୁଛନ୍ତି। କିନ୍ତୁ ବାଳିକା ଶିକ୍ଷା ନାଁରେ ବହୁ ପ୍ରଚାର କରିଥିବା ବିଜେଡି ସରକାର ଏଥିପ୍ରତି କିଛି ଧ୍ୟାନ ଦେଇନଥିଲେ। ଏବେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ନୂଆ ସରକାର ହେବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର  ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଛି। ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ଦିଗରେ ଅନେକ  ଯୋଜନା ଅନେକ ପଦକ୍ଷେପ ନିଆଯାଉଥିବା ପ୍ରଚାର କରାଯାଏ। କିନ୍ତୁ ଯୋଜନା କାହିଁକି ବିଫଳ ହୁଏ ତାର ପ୍ରମାଣ ହେଉଛି ନବରଙ୍ଗପୁରର ଏ ଚିତ୍ର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
ଢୁ ଢୁ ବର୍ଷାରେ ଭିଜି ସ୍କୁଲ ଯାଉଛନ୍ତି ଶହ ଶହ ଛାତ୍ରୀ | Argus News