Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦଳୀୟ ନିଷ୍ପତି ପୁନର୍ବିଚାର ହେଉ, ନଚେତ୍...

Smruti Parija
Browse all articles by Smruti Parija
·2 years ago·1 min read
ଦଳୀୟ ନିଷ୍ପତି ପୁନର୍ବିଚାର ହେଉ, ନଚେତ୍...

ପୁରୀ: ବିଜେଡି ଟିକେଟ କଟିବା ପରେ ଏକାଠି ହେଲେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଶତାଧିକ ସମର୍ଥକ I ଆସନ୍ତା ଶନିବାର ସମର୍ଥକଙ୍କ ଏକ ବିଶାଳ ସମାବେଶ ଯୋଜନା । ଦଳୀୟ ନିଷ୍ପତି ପୁନର୍ବିଚାର ନହେଲେ ବିଜେଡିରୁ ସାମୂହିକ ଇସ୍ତାଫା ଧମକ ଦେଲେ ସମର୍ଥକ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମାପଡା ବିଧାନସଭା ଆସନ ପାଇଁ ଦିଲୀପ ନାୟକଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ନାଁ ଘୋଷଣା କରିବା ପରେ ନିମାପଡ଼ା ବିଜେଡିରେ ବିଦ୍ରୋହର ପ୍ରତିଧ୍ବନି । 

ଆଜି ନିମାପଡାର ଏକ ଘରୋଇ କଲ୍ୟାଣ ମଣ୍ଡପରେ ସମୀର ଓ ତାଙ୍କ ସମର୍ଥକ ଭବିଷ୍ୟତ ରଣନୀତି ପାଇଁ ଏକ ବୈଠକରେ ଏକାଠି ହୋଇଥିଲେ । ଏହି ବୈଠକରେ ଦଳ ତାର ନିଷ୍ପତିର ପୁନର୍ବିଚାର ପାଇଁ ସମୀର ଓ ତାଙ୍କ ସମର୍ଥକ ଦଳୀୟ ନେତୃତ୍ବଙ୍କୁ ଅନୁରୋଧ କରିଥିଲେ । 

ଆସନ୍ତା ଶନିବାର ଦିନ ସମୀରଙ୍କ ସମର୍ଥକମାନେ ଏକ ବିଶାଳ ସମାବେଶର ଆୟୋଜନ କରି ତାଙ୍କ ଶକ୍ତି ପ୍ରଦର୍ଶନ କରିବେ । ଦଳ ଯଦି ନିଷ୍ପତିର ପୁନର୍ବିଚାର ନ କରେ ତେବେ ତାଙ୍କର ଶହ ଶହ ସମର୍ଥକ ସାମୂହିକ ଇସ୍ତାଫା ଦେବେ ବୋଲି ଧମକ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Hundreds of supporters of MLA and former minister Sameer Ranjan Das gathered after the BJD ticket was cut | Argus News