Videos
|
Odisha

  ବାତ୍ୟା ଦାନା ପାଇଁ  ପୁରୀ ଛାଡିଲେ ଶହ ଶହ ପର୍ଯ୍ୟଟକ

Manini Pattanayak
Browse all articles by Manini Pattanayak
·1 year ago·1 min read
  ବାତ୍ୟା ଦାନା ପାଇଁ  ପୁରୀ ଛାଡିଲେ ଶହ ଶହ ପର୍ଯ୍ୟଟକ

ପୁରୀ: ସମ୍ଭାବ୍ୟ ବାତ୍ୟାକୁ ନେଇ ଶଙ୍କାରେ ପର୍ଯ୍ୟଟକ। ବାତ୍ୟା ଭୟ ପାଇଁ ଆଗୁଆ ପୁରୀ ଛାଡ଼ିଲେ ଶହ ଶହ ସଂଖ୍ୟକ ପର୍ଯ୍ୟଟକ। ପୂଜା ଛୁଟି କାଟିବାକୁ ପୁରୀ ଆସିଥିବା ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ। ପର୍ଯ୍ୟଟକ ମାନେ ପୁରୀ ଛାଡ଼ିବା ଦେଖିବାକୁ ମିଳିଛି। ଛୁଟି କାଟିବା ପରିବର୍ତ୍ତେ ବିଷର୍ଣ୍ଣ ମନରେ ପୁରୀ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଏହି ପର୍ଯ୍ୟଟକ ମାନେ ।

ତେବେ ବାତ୍ୟାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଆସନ୍ତା ୨୩ ତାରିଖ ପୂର୍ବରୁ ପର୍ଯ୍ୟଟକଙ୍କୁ  ପୁରୀ ଛାଡ଼ିବାକୁ ପରାମର୍ଶ ଦିଆଯାଇଥିଲା। ଏହାସହିତ ଯେଭଳି କୌଣସି ପର୍ଯ୍ୟଟକ ପୁରୀ ନଆସିବେ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଯେଉଁମାନେ ପୁରୀ ବାସିନ୍ଦା ନୁହଁନ୍ତି ଓ ରହିବାର ଆବଶ୍ୟକତା ଥିବ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Hundreds of tourists left Puri for the storm | Argus News