|
logo
Live

Argus News - ରାସ୍ତାରେ ଶହ ଶହ ଟ୍ରକ ଛିଡା କରି କରିଲେ ପ୍ରତିବାଦ

Odisha

ରାସ୍ତାରେ ଶହ ଶହ ଟ୍ରକ ଛିଡା କରି କରିଲେ ପ୍ରତିବାଦ

Rashmita Mishra
Browse all articles by Rashmita Mishra
·1 year ago·1 min read
ରାସ୍ତାରେ ଶହ ଶହ ଟ୍ରକ ଛିଡା କରି କରିଲେ ପ୍ରତିବାଦ

ଅର୍ଗସ ବ୍ୟୁରୋ: ଡ୍ରାଇଭର ସଂଘର ପ୍ରତିବାଦ । ରାସ୍ତାରେ ଶହ ଶହ ଟ୍ରକ ଛିଡା କରି କରିଲେ ପ୍ରତିବାଦ । ଆଇରନ ବୋଝେଇ ଟ୍ରକର ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ଜୋର ଜବରଦସ୍ତ ଚାନ୍ଦା ଆଦାୟ ପ୍ରତିବାଦରେ କଲା ଡ୍ରାଇଭର ସଂଘ । ଏଭଳି ଘଟଣା ଘଟିଥିଲା ବାସୁଦେବପୁର ବ୍ଲକ ର ବେତଡା ବଜାରରେ । ଆଜି ଭୋର ସମୟରେ ଧାମରାକୁ ଯାଉଥିବା ଗୋଟିଏ ଆଇରନ ବୋଝେଇ ଟ୍ରକକୁ କିଛି ଦୁର୍ବୁତ୍ତ ମାନେ ଅଟକାଇ ଜୋର ଜବରଦସ୍ତ ଚାନ୍ଦା ମାଗିଥିଲେ । ଡ୍ରାଇଭର ଜଣକ ନଦେବାରୁ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ନିକଟରେ ଥିବା ସମସ୍ତ ଟଙ୍କାକୁ ଲୁଟିନେଇଥିଲେ ଦୁର୍ବୁତ୍ତ ମାନେ । 

ଫଳରେ ଧାମରାକୁ ଯାଉଥିବା ସମସ୍ତ ଆଇରନ ଗାଡି ଗୁଡିକ ରାସ୍ତା ଉପରେ ଛିଡା କରି ରାସ୍ତାରେ ପ୍ରତିବାଦ କରିଥିଲେ । ତୁରନ୍ତ ସେମାନଙ୍କୁ ଗିରଫ ପାଇଁ ଦାବି କରିଥିଲେ । ଦୀର୍ଘ ସମୟ ଧରି ଗାଡି ଗୁଡିକ ଛିଡା ହେବା ଫଳରେ ସାଧାରଣରେ ଜାତାୟତରେ ବ୍ୟାଘାତ ସୃଷ୍ଟି ହେଇଥିଲା । ଖବର ପାଇ ପୋଲିସ ପହଂଚି ବୁଝାଡୁଝା କରିଥିଲେ । ଏ ଘଟଣାରେ ସଂପୃକ୍ତ  ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । 

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାସ୍ତାରେ ଶହ ଶହ ଟ୍ରକ ଛିଡା କରି କରିଲେ ପ୍ରତିବାଦ | Argus News