ପଞ୍ଚୟତ କାର୍ଯ୍ୟାଳୟ ଆଗରେ ଗରା-ମାଠିଆ ରଖି ପାଣି ମାଗୁଛନ୍ତି ଶହ ଶହ ମହିଳା ଓ ପୁରୁଷ

କୋରାପୁଟ: ପାନୀୟ ଜଳ ଯୋଗାଇବାରେ ବିଫଳ 24 ବର୍ଷର ସ୍ଥିର ବିଜେଡି ସରକାର । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିଜାପୁର ପଞ୍ଚାୟତରେ ତାତିଲେ ଲୋକେ । ପଞ୍ଚୟତ କାର୍ଯ୍ୟାଳୟ ଆଗରେ ଗରାମାଠିଆ ରଖି ପାଣି ମାଗୁଛନ୍ତି ଶହ ଶହ ମହିଳା ଓ ପୁରୁଷ । ଏହି ପଞ୍ଚାୟତର ବଣ୍ଡାଗୁଡା ଗାଁରେ ୭୦୦ ପରିବାର ବସବାସ କରୁଛନ୍ତି । ବର୍ଷ ବର୍ଷ ଧରି ପିଇବା ଜଳ ସମସ୍ୟାରେ ଜର୍ଜରିତ । ଗାଁରେ ଥିବା ନଳକୂପରୁ ଗୋଳିଆ ଓ ଆଇରନ ଯୁକ୍ତ ପାଣି ବାହାରୁଛି ।
ଯାହାକି ପିଇବା ଅନୁପଯୋଗୀ । ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ବନ୍ଦ ରହିଛି । ଫଳରେ ଗାଁର ୧ କିମି ଦୂରରେ ଥିବା ଏକମାତ୍ର ନଳକୂପ ହିଁ ସେମାନଙ୍କ ଭରସା । ପ୍ରବଳ ଖରାରେ ପ୍ରତିଦିନ ପାଣି ବୁନ୍ଦାଏ ଲାଗି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଜନ ପ୍ରତିନିଧିଙ୍କଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ଗୁହାରି କରିଥିଲେ ବି ସମାଧାନ ହେଉନି । ବାଧ୍ୟ ହୋଇ ଆଜି ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ଗାଁର ମହିଳା ଓ ପୁରୁଷ ।
ଅଧିକ ପଢନ୍ତୁ ଓଡ଼ିଶା ଖବର