Videos
|
Odisha

ଖାଲି ହେଉଛି ବିଜେଡି ଶିବିର , ବିଜେଡି ଛାଡି ବିଜେପିରେ ଶତାଧିକ କର୍ମୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଖାଲି ହେଉଛି ବିଜେଡି ଶିବିର , ବିଜେଡି ଛାଡି ବିଜେପିରେ ଶତାଧିକ କର୍ମୀ

ଅର୍ଗସ ବ୍ୟୁରୋ : ଖାଲି ହେଉଛି ବିଜେଡି ଶିବିର। ମୋଡ଼ ବଦଳାଇଲା ଧର୍ମଶାଳା ରାଜନୀତି। ସବୁବେଳେ ଚର୍ଚ୍ଚାରେ ଥିବା ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ଭାଜପାରେ ସାମିଲ୍ ହେଲେ ଶତାଧିକ କର୍ମୀ । କ୍ଷମତା ଗଲାପାରେ ବିଜେପି ମୁହାଁ ବିଜେଡି ନେତା ଆଉ କର୍ମୀ। ବିଜେଡିରୁ ମୁହଁ ଫେରାଇ ଏବେ ବିଜେପିରେ ଯୋଗ ଦେଉଛନ୍ତି ବିଜେଡି କର୍ମୀ ଏବଂ ନେତା। ବିଜେଡି ଗଡ଼ ଭାବେ ପରିଚିତ ଧର୍ମଶାଳାକୁ ଭାଜପା ନେତା ତଥା ବିଧାୟକ ହିମାଂଶୁ ଶେଖର ସାହୁ, ଗଡ଼ ଭାଙ୍ଗି ଚୁରମାର କରି ଦେଇଛନ୍ତି।

ଅଧିକ ପଢନ୍ତୁ : ସାରା ଓଡି଼ଶାରେ ତୀବ୍ର ହେଉଛି ଗୋଷ୍ଠୀ ବିବାଦ

ଶହ ଶହ କର୍ମୀଙ୍କୁ ଧରି ବିଜେଡି ଦଳର ବିଭିନ୍ନ ନେତା,  ସରପଞ୍ଚ ଓ ସମିତି ସଭ୍ୟ ମାନେ ବିଜେଡି ଦଳ ଛାଡି ବିଦ୍ଧି ବଦ୍ଧ ଭାବେ ଭାରତୀୟ ଜନତା ଦଳ ପାର୍ଟିରେ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା। ସଭାକୁ ଭାଜପା ନେତା ସବ୍ୟସାଚୀ ସୁନ୍ଦରାୟ ସଭାପତିତ୍ବ କରିଥିବା ବେଳେ ମଞ୍ଚାସିନ ଅତିଥି ଭାବେ ଶ୍ରୀକାନ୍ତ ସାହୁ, ସର୍ବେଶ୍ବର ବେହୁରା, ଆଲୋକ ଲେଙ୍କା, ଉପେନ୍ଦ୍ର କର, ପ୍ରକାଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Hundreds of workers left BJD and joined BJP | Argus News