Videos
|
Odisha

ମାସ ଶେଷରେ ଘୂର୍ଣ୍ଣିବଳୟ! ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ସମ୍ଭାବନା

Ritu Das
Browse all articles by Ritu Das
·2 years ago·1 min read
ମାସ ଶେଷରେ ଘୂର୍ଣ୍ଣିବଳୟ! ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ସମ୍ଭାବନା

ଅର୍ଗସ ବ୍ୟୁରୋ: ମାସ ଶେଷରେ ଘୂର୍ଣ୍ଣିବଳୟ ହେବ ବୋଲି ପାଣିପାଗ ବିଭଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଆସନ୍ତା ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ପ୍ରଭାବରେ ୨୩ ମେ' ବେଳକୁ ମୌସୁମୀ ଉତ୍ତର ଆଣ୍ଡାମାନ ଛୁଇଁବା ନେଇ ଆକଳନ କରାଯାଉଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଥାଇଲାଣ୍ଡ, ମିଆଁମାର, ବାଂଲାଦେଶ ସମେତ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଓଡ଼ିଶାରେ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ କି ନାହିଁ ଏହା ୧୯ ତାରିଖ ପରେ ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ସେପଟେ କାଳବୈଶାଖି ପ୍ରଭାବରେ ତାତିରେ ସାମାନ୍ୟ ବ୍ରେକ ଲାଗିଥିବା ବେଳେ ୧୬ ତାରିଖ ପରେ ପୁଣିଥରେ ପାରଦ ୪୦ଡିଗ୍ରୀ ଉପରକୁ ଡେଇଁପାରେ। 
ଗତ ୨୪ ଘଣ୍ଟା ମଧ୍ୟରେ ବାଙ୍କୀରେ ସର୍ବାଧିକ ୧୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକରେ ୮୯.୨ ମିଲିମିଟର, ଭୁବନେଶ୍ୱରରେ ୭୬.୮ ମିଲିମିଟର, ଜଗତସିଂହପୁରରେ ୭୪.୧ ମିଲିମିଟର ବର୍ଷା ରେର୍କଡ କରାଯାଇଛି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Hurricane at the | Argus News