Husband Killed Wife / ହାଣ୍ଡିଆ ପିଇଦେଲା ବୋଲି ସ୍ତ୍ରୀକୁ ମାରିଦେଲା ସ୍ୱାମୀ !

Key Points
ମୁଣ୍ଡକୁ ଚଢ଼ିଗଲା ପିତ । ତାପରେ ଖୋଜିଲା ପତ୍ନୀଙ୍କୁ ।
ଅତ୍ୟନ୍ତ ରାଗ ଗର ଗର ହୋଇ ବାହାରୁ ଏକ କାଠ ଫାଳିଆ ଆଣି ସ୍ତ୍ରୀଙ୍କୁ ଦେଲେ ପାହାର ।
ନୃଶଂସ ସ୍ୱାମୀ । ନିର୍ଦୟ ମଣିଷ.. ସାମାନ୍ୟ ହାଣ୍ଡିଆ ପାଇଁ ନେଇଗଲା ସ୍ତ୍ରୀର ଜୀବନ ! ପୁରା କାହାଣୀ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇ ବସି ପଡ଼ିବେ । ବାହାରୁ କାମ ସାରି ଘରକୁ ଆସିଥାଏ ସ୍ୱାମୀ । ଟିକେ ଥକାପଣ ମେଣ୍ଟାଇବା ପାଇଁ ଖୋଜିଥିଲା, ଘରେ ତିଆରି କରିଥିବା ହାଣ୍ଡିଆ । ହେଲେ ପାଇନଥିଲା । ଯେଉଁ ହାଣ୍ଡି ଦେଖିଲା ସବୁ ଖାଲି । ହାଣ୍ଡିଆ ହାଣ୍ଡିରେ ନଥିଲା ଟୋପେ ବି ହାଣ୍ଡିଆ । ବାସ୍ ଏତିକିରେ କଥା ସରିଲା....
ମୁଣ୍ଡକୁ ଚଢ଼ିଗଲା ପିତ । ତାପରେ ଖୋଜିଲା ପତ୍ନୀଙ୍କୁ.. ପଚାରିଥାନ୍ତା ହାଣ୍ଡିଆ କୁଆଡ଼େ ଗଲା..। ହେଲେ ଏଇଠି ଆସିଲା କାହାଣୀରେ ଟ୍ୱିଷ୍ଟ । ସବୁ ହାଣ୍ଡିଆ ପିଇ ଦେଇଥିଲେ ପତ୍ନୀ । ଆଉ ନିଶାରେ ଥିଲେ ପୁରା ଚୁର । ସ୍ୱାମୀ ଆଉ ହାଣ୍ଡିଆ କଥା କ'ଣ ପଚାରିବ । ରାଗ ପୁରା ପଞ୍ଚମରେ ପହଞ୍ଚିଲା । ଦାନ୍ତ ରଗଡ଼ି.. ପତ୍ନୀଙ୍କୁ ଗାଳି ମନ୍ଦ କରିବା ଆରମ୍ଭ କଲା । ପତ୍ନୀ ବି ନିଶାରେ ଥିଲେ... ତେଣୁ ସେ ବି ଦେଲେ ପାଲଟା ଜବାବ । ଉଭୟଙ୍କ ମଧ୍ୟରେ ଏମିତି କିଛି ସମୟ ଚାଲିଲା.. ତାପରେ ସ୍ବାମୀଙ୍କ ରାଗ କହିଲେ ନସରେ... ।
ଅତ୍ୟନ୍ତ ରାଗ ଗର ଗର ହୋଇ ବାହାରୁ ଏକ କାଠ ଫାଳିଆ ଆଣି ସ୍ତ୍ରୀଙ୍କୁ ଦେଲେ ପାହାର । ଥରେ କି ଦୁଇ ଥର ନୁହେଁ.. ବାରମ୍ବାର ଦେଉଥାନ୍ତି ମାଡ଼ । ଆଉ ଦୁର୍ଭାଗ୍ୟବସତଃ ପତ୍ନୀଙ୍କ ଅଥାନ ଥାନରେ ବାଜେ କାଠ ଫାଳିଆ ମାଡ଼ । ଆଉ ସେଇଠି ହି ଚାଲିଯାଏ ଜୀବନ । ତାପରେ ସ୍ୱାମୀର ମନ ସେତିକିରେ ଶାନ୍ତ ହେଲାନି ଯେ.. ପିଲାଙ୍କ ଉପରକୁ ବି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ।
ଏହାସହ ପଢ଼ନ୍ତୂ:- ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !
ହେଲେ ତାପରେ ହଠାତ୍ ମନ ବଦଳିଗଲା.. ପତ୍ନୀ ମରିଯାଇଥିବା ଜାଣିବା ପରେ ସେଠାରୁ ଫେରାର ହୋଇଗଲା । ତାପରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା, ଘଟଣାର ତଦନ୍ତ ଆରମ୍ଭ କଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା ସ୍ୱାମୀ ହିଁ ହତ୍ୟା କରିଛି । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କଲା। ଶେଷରେ ପୋଲିସକୁ ମିଳିଲା ସଫଳତା । ଅଭିଯୁକ୍ତକୁ ଗିରଫ କଲା ।
ଏହି ଘଟଣା ଉଦଳା ଥାନା ଉପରତାଳଡିହା ଗ୍ରାମରୁ ସାମ୍ନାକୁ ଆସିଛି । ଗାଁର ଗୁରୁ ପ୍ରସାଦ ସିଂ ତାଙ୍କ ସ୍ତ୍ରୀ ସୀତା ସିଂଙ୍କୁ କରିଛି ହତ୍ୟା। ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ପାଖ ପଡ଼ୋଶୀ ଲୋକଙ୍କୁ ପଚରାଉଚରା କରୁଛି ।
ଏହାସହ ପଢ଼ନ୍ତୂ:- ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !
📱 Get Argus News App
✨Related Topics
Explore more stories