ପାରିବାରିକ କଳହ ଯୋଗୁଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ

ରାୟଗଡା : ପାରିବାରିକ କଳହକୁ ନେଇ ୮ ମାସ ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟାକଲା ସ୍ବାମୀ l ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ ପଞ୍ଚାୟତର ଘଡାବାଙ୍ଗିରି ଗାଁରେ l ପାରିବାରିକ କଳହକୁ ନେଇ ୮ ମାସ ଗର୍ଭବତୀ ରିତାଙ୍କୁ ତାଙ୍କସ୍ବାମୀ ଲକ୍ଷ୍ମଣ ମାଣ୍ଡିକା ଗତକାଲି ରାତିରେ ହତ୍ୟା କରିଥିବା ରିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ମୃତ୍ୟୁ ରିତା ଓ ତାଙ୍କ ସ୍ବାମୀ ଲକ୍ଷ୍ମଣଙ୍କ ମଧ୍ୟରେ ପାରିବାରିକ ଘଟଣାକୁ ନେଇ ବଚସା ହେଉଥିଲା l ଗତକାଲି ରାତି ରିତା ଅସୁସ୍ଥ ଥିବା ନେଇ ରିତାଙ୍କ ପରିବାରକୁ ଖବର ଆସିଥିଲା ।
ଅଧିକ ପଢନ୍ତୁ : ସମଲିଙ୍ଗୀ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ
ସେମାନେ ସେଠାକୁ ଯାଇ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ହେଲେ ମେଡ଼ିକାଲ ଆଣିବା ପୂର୍ବରୁ ରିତାଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ରିତାଙ୍କ ବେକରେ ରଶି ଚିନ୍ହ ଦେଖେ ମେଡ଼ିକାଲ ପକ୍ଷରୁ ବିଷମକଟକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମେଡ଼ିକାଲରେ ପୋଲସ ପହଞ୍ଚି ଶବ ଜବତ କରିବା ସହ ଏହାର ତଦନ୍ତ ଆରମ୍ବ କରିଛି। ତେବେ ମୃତ୍ୟୁପୂର୍ବରୁ ରିତା ୮ ମାସ ଗର୍ଭବତୀ ଥିବା ବେଳେ ତାଙ୍କସ୍ବାମି ହିଁ ତାଙ୍କୁ ହତ୍ୟା କରିଥିବା ରିତାଙ୍କ ଭାଉଜ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି l