Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime News / ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତିଦେଲା ନୃଶଂସ ସ୍ଵାମୀ

Rashmita Mishra
Browse all articles by Rashmita Mishra
·3 months ago·2 min read
ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତିଦେଲା ନୃଶଂସ ସ୍ଵାମୀ
Crime News

Key Points

ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତିଦେଲା | ନୃଶଂସ ପାଲଟିଲା ସ୍ବାମୀ | ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ |ଚାଞ୍ଚଲ୍ୟକର ଘଟଣା | ପରିବାର ଲୋକେ ନଥିବା ବେଳେ ହତ୍ୟା କରିଥିବା ସୂଚନା

ନୃଶଂସ ପାଲଟିଲା ସ୍ଵାମୀ । ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତିଦେଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ବୋର୍ ଗାଁରେ । ମୃତକ ହେଲେ ମନେଇ ଗଣ୍ଡ । ହତ୍ୟା ଅଭିଯୋଗରେ ରାଇଘର ପୋଲିସ ସୁବାସ ଗଣ୍ଡକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

ପରିବାର ଲୋକେ ଏକ ବାହାଘର ଭୋଜି ଖାଇବାକୁ ଯାଇଥିବା ବେଳେ ସୁବାସ ଗଣ୍ଡ ସ୍ତ୍ରୀକୁ ହତ୍ୟା କରିଥିବା ସୂଚନା ମିଳିଛି । ଏହାପରେ ସ୍ତ୍ରୀ କୁଆଡ଼େ ଚାଲି ଯାଇଥିବା ବାହାନା କରିଥିଲା । ପିଲା ମାନେ ମାଆକୁ ନପାଇ ରାଇଘର ପୋଲିସକୁ ଖବର ଦେଇଥିଲେ ।

ସୂଚନା ଥାଉକି କାର୍ଯ୍ୟକ୍ରମ ସାରି ଘରକୁ ଫେରିବା ପରେ ପତ୍ନୀର ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଆଉ ଶେଷରେ ଏହି ଝଗଡ଼ ଭଗ୍ର ରୂପ ନେଇଥିଲା । ଯାହାକି ଶେଷରେ ସୁବାସ ମନେଇକୁ ପିଟିପିଟି ମାରି ଦେଇଥିଲା ।

ଏହାପରେ ସୁବାସ ପ୍ରଣାମ ଲୁଚାଇବାକୁ ଯାଇ ସେହିଦିନ ରାତିରେ ନିଜ ପାଇଖାନା ଟାଙ୍କିରେ ମନେଇର ମର ଶରୀରକୁ ପୋତି ଦେଇଥିଲେ l କିନ୍ତୁ ନିଜ ଚାରି ବର୍ଷର ପୁଅକୁ ବାପାର ଏଭଳି ଜଘନ୍ୟ କାମକୁସହି ନପାରି ସମସ୍ତ ପଡୋଶୀଙ୍କୁ କହିଦେଇଥିଲା ।

ଏଥିସହ ପଢ଼ନ୍ତୁ: ଛଦ୍ମବେଶୀ ଯୁବତୀର ହନିଟ୍ରାପରେ ଫଶି ଆତଙ୍କ ଦୁନିଆରେ ପାଦ ଥାପିଥିଲା ଇମ୍ରାନ !

ଗ୍ରାମବାସୀ ସୁବାସକୁ ଜେରା କରିବା ପରେ ସମସ୍ତ ଘଟଣା ପ୍ରକାଶ କରିଥିଲା । ଖବର ପାଇ ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସୁବାସ ଗଣ୍ଡ ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଇଥିବା ସ୍ୱୀକାର କରିଥିଲା ।

ପୋଲିସ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସାଇଣ୍ଟି ଫିକ ଟିମ୍ ସହାୟତାରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ସ୍ୱାମୀକୁ ପୋଲିସ ଅଟକ ରଖିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime News | Husband Kills Wife, Buries Body in Septic Tank in Shocking Crime | Argus News