|
logo
Live

Argus News - ଛଦ୍ମବେଶୀ ଯୁବତୀର ହନିଟ୍ରାପରେ ଫଶି ଆତଙ୍କ ଦୁନିଆରେ ପାଦ ଥାପିଥିଲା ଇମ୍ରାନ !

Crime

Honeytrap to Terror Link / ଛଦ୍ମବେଶୀ ଯୁବତୀର ହନିଟ୍ରାପରେ ଫଶି ଆତଙ୍କ ଦୁନିଆରେ ପାଦ ଥାପିଥିଲା ଇମ୍ରାନ !

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଛଦ୍ମବେଶୀ ଯୁବତୀର ହନିଟ୍ରାପରେ ଫଶି ଆତଙ୍କ ଦୁନିଆରେ ପାଦ ଥାପିଥିଲା ଇମ୍ରାନ !
STF Probes Honeytrap Angle

Key Points

  • ଆତଙ୍କୀ ଲିଙ୍କ୍ କେସ୍‌ରେ ଏସଟିଏଫର ଏଣ୍ଟ୍ରି
  • ହନିଟ୍ରାପ୍‌ର ଶିକାର ହୋଇଥିଲା ସନ୍ଦିଗ୍ଧ ଆତଙ୍କୀ ଇମ୍ରାନ !
  • ଫୁଡ୍ ଡେଲିଭରୀ ବୟରୁ କିଭଳି ସାଜିଲା ସନ୍ଦିଗ୍ଧ ଆତଙ୍କବାଦୀ ?
  • ଖୋଳତାଡ଼ କରୁଛି ସ୍ପେଶାଲ ଟାସ୍କଫୋର୍ସ
ଭୁବନେଶ୍ଵର: ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ଶେଖ୍ ଇମ୍ରାନ ମାମଲାରେ ଆସିଛି ଏକ ବଡ଼ ମୋଡ଼ । ଏହି ହାଇପ୍ରୋଫାଇଲ୍ କେସ୍‌ର ତଦନ୍ତ ଭାର ଏବେ ସ୍ପେଶାଲ ଟାସ୍କଫୋର୍ସ ବା STF ହାତକୁ ଯାଇଛି । ତଦନ୍ତ ବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ ।

ଜଣେ ଛଦ୍ମବେଶୀ ଯୁବତୀର ‘ହନିଟ୍ରାପ୍’ରେ ଫସି ଇମ୍ରାନ କଟ୍ଟରପନ୍ଥୀଙ୍କ ମହୁଜାଲରେ ପାଦ ଥାପିଥିଲା । ଅଧିକ ରୋଜଗାରର ନିଶା ତାକୁ ଜଣେ ସାଧାରଣ ଯୁବକରୁ ଆତଙ୍କୀ ସଂଗଠନର ସହଯୋଗୀ ସଜାଇ ଦେଇଥିଲା । ଏହି ନେଟୱର୍କରେ ଆଉ କେଉଁମାନେ ଅଛନ୍ତି, ସେ ନେଇ ଏବେ STF ଆରମ୍ଭ କରିଛି ଜୋରଦାର ।

ଏଥିସହ ପଢ଼ନ୍ତୁ: ସୋସିଆଲ ସାଇଟରେ କଟ୍ଟରବାଦୀ ପୋଷ୍ଟ କରିବା ଥିଲା ମୁଖ୍ୟ ଏଜେଣ୍ଡା

ସନ୍ଦିଗ୍ଧ ଆତଙ୍କୀ ଇମ୍ରାନକୁ ନେଇ ଗୋଟିଏ ପରେ ଗୋଟିଏ ସାଂଘାତିକ ସତ ସାମ୍ନାକୁ ଆସୁଛି । ଏବେ ନୋଡାଲ ଏଜେନ୍ସି ଭାବେ ତଦନ୍ତ ମୈଦାନକୁ ଓହ୍ଲାଇଛି ସ୍ପେଶାଲ ଟାସ୍କଫୋର୍ସ । ମାଟ୍ରିକ ଫେଲ୍ ହୋଇଥିବା ଶେଖ୍ ଇମ୍ରାନ ରାଜଧାନୀରେ ଜଣେ ଫୁଡ୍ ଡେଲିଭରି ବୟ ଭାବେ କାମ କରୁଥିଲା ।

ଭୁବନେଶ୍ୱରର ଗଳିକନ୍ଦିରେ ଖାଦ୍ୟ ବାଣ୍ଟୁ ବାଣ୍ଟୁ ସୋସିଆଲ ମିଡିଆ ଜରିଆରେ ସେ ଯୋଡ଼ି ହୋଇଥିଲା ଆତଙ୍କବାଦୀଙ୍କ ସହ । ଲିଙ୍କ୍ ମିଳିବା ପରେ ସେ ଦିଲ୍ଲୀ ଯାଇ ସେଠାରେ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ନେଇଥିଲା । କେବଳ ଓଡ଼ିଶା ନୁହେଁ, ବରଂ ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦରେ ମଧ୍ୟ ଇମ୍ରାନର ସହଯୋଗୀ ରହିଥିବା ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ: କଟକ ପରେ ରାଜଧାନୀ ଭୁବନେଶ୍ଵରରୁ ଗିରଫ ହେଲା ସନ୍ଦିଗ୍ଧ ଆତଙ୍କୀ ଇମ୍ରାନ୍

ତେବେ ଇମ୍ରାନ କିଭଳି ଏହି ଅନ୍ଧାରୀ ଦୁନିଆକୁ ଆସିଲା ? ତାହା ସମସ୍ତଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ଜଣେ ଛଦ୍ମବେଶୀ ଯୁବତୀର ହନିଟ୍ରାପରେ ଫସିଥିଲା ଇମ୍ରାନ । ସେହି ରହସ୍ୟମୟୀ ଯୁବତୀ ଜଣକ କିଏ ଏବଂ ସେ କେଉଁଠୁ ଏହି ଜାଲ ବିଛାଇଥିଲେ, ସେ ନେଇ STF ଏବେ ଖୋଳତାଡ଼ କରୁଛି । ହନିଟ୍ରାପ୍‌ ମାଧ୍ୟମରେ ଇମ୍ରାନକୁ କଟ୍ଟରପନ୍ଥୀ ଚିନ୍ତାଧାରାରେ ବଶୀଭୂତ କରାଯାଇଥିବା ସନ୍ଦେହ କରାଯାଉଛି ।

ମାତ୍ର ୨୨ ବର୍ଷ ବୟସ୍କ ଏହି ଯୁବକର ନେଟୱର୍କ ଏବେ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି । ଭୁବନେଶ୍ୱରରେ ରହି ସେ ବାହାର ରାଜ୍ୟର ଆତଙ୍କବାଦୀଙ୍କ ସହ ସମ୍ପର୍କରେ ଥିଲା । ଓଡ଼ିଶାର ଆଉ କେଉଁ ଯୁବକ ତାର ସଂସ୍ପର୍ଶରେ ଅଛନ୍ତି ଏବଂ ସେମାନଙ୍କ ଉଦ୍ଦେଶ୍ୟ କ’ଣ ଥିଲା, ତାହା ଏବେ STF ପାଇଁ ସବୁଠୁ ବଡ଼ ପ୍ରଶ୍ନ । ବଛା ବଛା ଅଫିସରଙ୍କୁ ନେଇ ଗଠିତ ଏହି ସ୍ୱତନ୍ତ୍ର ଟିମ୍ ଏବେ ଇମ୍ରାନର ପ୍ରତିଟି ଲିଙ୍କ୍‌କୁ ଯାଞ୍ଚ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Honeytrap to Terror Link: ଛଦ୍ମବେଶୀ ଯୁବତୀର ହନିଟ୍ରାପରେ ଫଶି ଆତଙ୍କ ଦୁନିଆରେ ପାଦ ଥାପିଥିଲା ଇମ୍ରାନ ! | Argus News