Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୈତାନ ସାଜିଲା ସ୍ୱାମୀ, ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରି ଫେରାର 

Manini Pattanayak
Browse all articles by Manini Pattanayak
·2 years ago·1 min read
ସୈତାନ ସାଜିଲା ସ୍ୱାମୀ, ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରି ଫେରାର 

 ଯାଜପୁର : ଯାଜପୁର କଳିଙ୍ଗନଗର ଥାନା ଅନ୍ତର୍ଗତ କଳିଙ୍ଗନଗର ବାରାଗାଡିଆ ଠାରେ  ସ୍ତ୍ରୀର ତଣ୍ଟିଚିପି ହତ୍ୟା କରି ଫେରାର ହେଲା ସ୍ୱାମୀ। ସୂଚନା ମୁତାବକ ମୃତ୍ୟୁ କୁନି ସାହୁଙ୍କ ସହିତ ପାରିବାରିକ କଳହକୁ ନେଇ ସ୍ୱାମୀ ପ୍ରଫୁଲ୍ଲ ସାହୁକୁ ହତ୍ୟା କରିଛି । ପ୍ରଫୁଲ୍ଲ ସାହୁ ଓ ତାଙ୍କ ସ୍ତ୍ରୀ କୁନି ସାହୁଙ୍କ ତଣ୍ଟିଚିପି ହତ୍ୟା କରି ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ।  ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଦୀର୍ଘ ଏକ ବର୍ଷ ହେଲା  ଲାଗିଥିଲା  । ଶାଶୁ ଘର  ଛାଡି କଳିଙ୍ଗନଗର ବାରାଗାଡିଆ ଠାରେ କୁନି ସାହୁ ତାଙ୍କ ଭଉଣୀ ଘର ପାଖରେ ଘରକରି ରହୁଥିଲେ।

ତେବେ ସ୍ୱାମୀ ପ୍ରଫୁଲ୍ଲ ସେଠାକୁ ଆଠ ଦଶ ଦିନ ହେଲା ଆଶି ଥିଲା ଆଜି ସେଠାରେ କୁନି ସାହୁଙ୍କ ଦୁଇ ପୁଅ ନଥିବା ସମୟରେ ସୁଜଗ ପାଇ ପ୍ରଫୁଲ୍ଲ ସାହୁ ସୈତାନ୍ ସାଜି ସ୍ତ୍ରୀ କୁନି ସାହୁ ଙ୍କୁ ତଣ୍ଟିଚିପି ହତ୍ୟା କରି ଫେରାର ହୋଇଯାଇ ଥିଲା। ସ୍ଥାନୀୟ ଲୋକେ ଯେତେବେଳେ କୁନି ସାହୁଙ୍କୁ ଦେଖିବାକୁ ପାଇନଥିଲେ  ଖୋଜାଖୋଜି ଆରମ୍ଭ କରିଦେଇଥିଲେ। କୁନିର ମୃତ୍ୟୁ ଶରୀର ଘରଭିତରେ ପଡ଼ି ଥିବା ଦେଖିବାକୁ ପାଇଥିଲେ। ପରେ ପୋଲିସ୍‌ କୁ ଖବର ଦେଇଥିଲେ। କଳିଙ୍ଗନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶଵ ଜବତ୍ କରିଥିଲେ।   କେସ ନମ୍ବର ୨୦୯ ରୁଜୁ କରାଯିବା ସହ  ଅଭିଯୁକ୍ତ ପ୍ରଫୁଲ୍ଲ ସାହୁଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି  ପୋଲିସ୍‌ କହିଛି।  

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored