ଭିଣୋଇର ଟାଙ୍ଗିଆ ଚୋଟରେ ଶାଳୀ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା କରୁଆମୁଣ୍ଡା ପଞ୍ଚାୟତ କୁଲିଆଦରୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ପାଇଁ ଭିଣୋଇ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଆକ୍ରମଣ କରୁଥିବା ବେଳେ ଶାଳୀ ତାଙ୍କୁ ଛଡାଇବାକୁ ଆସିଥିଲେ। ସେତିକି ସମୟରେ ତାଙ୍କୁ ଟାଙ୍ଗିଆ ଚୋଟ ମାରିଥିବା ଅଭିଯୋଗ ହୋଇଛି ।
ଖବର ପାଇ କଣ୍ଟାବାଞ୍ଜି ପୋଲିସ ହସ୍ପିଟାଲକୁ ଆସି ଅଧିକ ପଚରାଉଚରା ଜାରି ରଖିଛି । ଶାଳୀର ବାମ ଗୋଡ଼ରେ ଆଘାତ ହୋଇଥିବା ଜଣାପଡିଛି । ଆକ୍ରମଣକାରୀ ଲାଠୋର ଥାନା କୁରଆଝେର ଗାଁର ସୁରେଶ ତାଣ୍ଡି ବୋଲି ଜଣାପଡିଛି। ଏହି ଘଟଣା ପ୍ରଘଟ ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: