|
logo
Live

Argus News - ବିଜେଡି ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ : ଅମର ଶତପଥୀ

Odisha

ବିଜେଡି ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ : ଅମର ଶତପଥୀ

Manini Pattanayak
Browse all articles by Manini Pattanayak
·1 year ago·1 min read
ବିଜେଡି ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ : ଅମର ଶତପଥୀ

ଭୁବନେଶ୍ୱର: ବିଜେଡି ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଅମର ଶତପଥୀ। ସେ ଆହୁରି ମଧ୍ୟ କହିଛନ୍ତି  ନିର୍ବାଚନ ପୂର୍ବରୁ ବିଜେପି ସହ ଅନ୍ୟ ଦଳ ବି ଯୋଗାଯୋଗ କରିଥିଲେ କିନ୍ତୁ ପ୍ରାର୍ଥୀ ହୋଇନି । କିନ୍ତୁ ପରବର୍ତ୍ତୀ ନିଷ୍ପତ୍ତି ବାବଦରେ ସମସ୍ତଙ୍କ ସହ ବିଚାର ବିମର୍ଶ କରି ନିଷ୍ପତ୍ତି ନେବି ।

ବର୍ତ୍ତମାନ ବିଜେଡିରେ ମୁଁ ସଦସ୍ୟ ନାହିଁ । ସଦସ୍ୟତା ନବୀକରଣ କରିନାହିଁ । ଦଳରେ ଯାହା ତ୍ରୁଟି ଥିଲା ଜଣାଇଥିଲି । ନିର୍ବାଚନ ପୂର୍ବରୁ ବିଜେଡିକୁ ଲୋକ ଚାହୁଁଥିଲେ କିନ୍ତୁ ଦଳର କିଛି କାର୍ଯ୍ୟକ୍ରମ ଗ୍ରହଣୀୟ ହେଲାନି । ଏହାକୁ ଗ୍ରହଣ ନକରି ରାଜନୈତିକ ବୟାନବାଜି କଲେ କିଛି ସମସ୍ୟା ନାହିଁ । ଦଳର ନେତା ନିଷ୍ପତ୍ତି ନେବେ କାହାର ଆବଶ୍ୟକ ଅଛି  କି ନାହିଁ । ଲୋକ ସାର୍ଟିଫିକେଟ ଦେବେ ବୋଲି କହିଛନ୍ତି ଅମର ଶତପଥୀ।

ଅଧିକ ପଢନ୍ତୁ ଓଡ଼ିଶା  ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଜେଡି ଦଳରେ ମୁଁ ବର୍ତ୍ତମାନ ସଦସ୍ୟ ନାହିଁ : ଅମର ଶତପଥୀ | Argus News