ଡାକ୍ତର ହେବାକୁ ଇଚ୍ଛା, ଅର୍ଥ ସାଜିଛି ବାଧକ

ଅର୍ଗସ ବ୍ୟୁରୋ: ହେବଲ ପ୍ରଧାନ ଜଣେ ଆଦିବାସୀ , ଘର ଦାରିଙ୍ଗବାଡ଼ି ବ୍ଲକ ମେଡୁବାଡ଼ି ଗାଁ ରେ । ଗାଁରେ ପ୍ରାଥମିକ ଶିକ୍ଷା ଶେଷ ପରେ ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଶିକ୍ଷା ଶେଷ କରିବା ପରେ ୨୦୨୦ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢା ଶେଷ କରିଥିଲେ । ସେହି ସମୟରେ ଯୋଗୁଁ ଗାଁ କୁ ଫେରି ବାପା ମା ଙ୍କୁ ହଳଦୀ ଚାଷରେ ସହଯୋଗ କରିଥିଲେ । ପରେ ହାଇଦ୍ରାବାଦ ଯାଇ ଏକ କମ୍ପାନୀରେ ଡେଲିଭରି ବୟ ଭାବେ କାମ କରିଥିଲେ । ତଥାପି ଗତବର୍ଷ ସେ ନିଟ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ ନାମ ଲେଖାଇଛନ୍ତି କିନ୍ତୁ ପାଠ ପଢା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଛାତ୍ରବୃତ୍ତି ପାଇଁ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ଏପର୍ଯ୍ୟନ୍ତ ଛାତ୍ରବୃତ୍ତି ମିଳିପାରିନାହିଁ ।
ଘଞ୍ଚ ଜଙ୍ଗଲ ଭିତରେ ଥିବା ମେଡୁବାଡ଼ି ଗାଁରେ ଏକ ଛୋଟିଆ ଘରେ ହେବଲ ଓ ତାଙ୍କ ରିବାର ରୁହନ୍ତି । ୩ ଟି ପିଲାଙ୍କା ପାଇଁ ବାପା ହଳଦୀ ଚାଷ କରନ୍ତି ଯାହା ସେଥିରରୁ ଅର୍ଥ ମିଳେ , ସେଥିରେ ଘର ଚଳେ । ତେଣୁ ପଢ଼ା ପାଇଁ ସରକାର କିଛି ସାହାଯ୍ୟ କରିଲେ ପୁଅ ଡାକ୍ତରୀପାଠ ପଢ଼ି ତାହାର ଯେଉଁ ସ୍ୱପ୍ନ ଲୋକଙ୍କ ସେବା କରିପାରିବ ବୋଲି ବାପା ମା କହିଛନ୍ତି। ତେବେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଏହି ଡାକ୍ତରୀ ଛାତ୍ରଙ୍କୁ ସରକାର କେବେ ସହାୟତା ଯୋଗାଇଦେବେ ତାହାକୁ ପରିବାର ଲୋକେ ଚାହିଁ ରହିଛନ୍ତି l
ଅଧିକ ପଢ଼ନ୍ତୁ ଓଡିଶା ଖବର: