|
logo
Live

Argus News - ଗରିବ ବାପାମା' ଛେଉଣ୍ଡ ଛୁଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବି

Odisha

ଗରିବ ବାପାମା' ଛେଉଣ୍ଡ ଛୁଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବି

Ritu Das
Browse all articles by Ritu Das
·2 years ago·1 min read
ଗରିବ ବାପାମା' ଛେଉଣ୍ଡ ଛୁଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବି

ଅର୍ଗସ ବ୍ୟୁରୋ: ବାଜା ବାଣରେ ପ୍ରକମ୍ପିତ ହେଉଥାଏ ଶାଳବଣି ସରକାରୀ ଉଚ୍ଚ ବିଦ୍ୟାଳୟ। ଲାଗିଥାଏ ଅନେକ ନାମୀଦାମୀ ଲୋକଙ୍କ ଭିଡ଼। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର କୌଣସି କାର୍ଯ୍ୟକ୍ରମ ନୁହେଁ ଦର୍ଶକବନ୍ଧୁ। ଏଠାରେ ଚାଲିଛି ମୁଁ ବି ଅଭିଭାବକ ହେବି ଭଳି ଏକ ନିଆରା କାର୍ଯ୍ୟକ୍ରମ। କୋଭିଡ୍ ମହାମାରୀର ଉଗ୍ରରୂପ ସମସ୍ତ ଦୁନିଆ ଦେଖିଥିବା ବେଳେ ଏଥିରେ ମୃତ୍ୟୁବରଣ କରିଥିବା ଅଭିଭାବକଙ୍କ ପୁଅ ଝିଅ ମାନେ ଅର୍ଥାଭାବରୁ ଅଧାରୁ ପାଠ ପଢା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏସବୁକୁ ନଜରରେ ରଖି ଆନନ୍ଦପୁର ପୌରପରିଷଦ ଫକିରପୁର ଗାଁର ବିଦେଶ ରେ ରହୁଥିବା ସତ୍ୟ ସୁତାର ନାମକ ଜଣେ ଯୁବକ ଆରମ୍ଭ କରିଛନ୍ତି ନିଆରା ପ୍ରୟାସ। ସତରେ ଅତି ସୁନ୍ଦର ପ୍ରୟାସ।

ନିଜେ ବାପା ମା' ଛେଉଣ୍ଡ ଗରିବ ଛାତ୍ରଛାତ୍ରୀଙ୍କ ଅଭିଭାବକ ହୋଇ ପାଠ ପଢା ଠାରୁ ଆରମ୍ଭ କରି ସମସ୍ତ ଦାୟିତ୍ବ ନେଉଥିବା ବେଳେ ଅନ୍ୟ ମାନେ ଏଥିରେ ସାମିଲ୍ ହେବାକୁ ଆହ୍ବାନ ଦେଇଛନ୍ତି। ଏଭଳି ନିଆରା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଅନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀ, ସମାଜସେବୀ ନମ୍ରତା ଚଢା। ଚଳିତ ବର୍ଷ ଶାଳବଣି ଗ୍ରାମ ପଞ୍ଚାୟତ ବାଳିକା ଉଚ୍ଚବିଦ୍ୟାଳୟରେ ମୁଁ ବି ଅଭିଭାବକ ହେବି କାର୍ଯ୍ୟକ୍ରମରେ ଜଣଙ୍କର ଅଭିଭାବକ ହୋଇଛନ୍ତି ସତ୍ୟ। ପୁର୍ବରୁ ୨୦୨୨ ମସିହାରେ ଫକୀରପୁର ଗ୍ରାମରେ ଜଣଙ୍କୁ, ଗତବର୍ଷ ଶାଳବଣୀ ଉଚ୍ଚ ବିଦ୍ୟାଳୟର ୨ ଜଣ ଛାତ୍ରଙ୍କର ଅଭିଭାବକ ହୋଇଥିଲେ । ତାଙ୍କର ଏହି ନିଆରା ପ୍ରୟାସ ନିମନ୍ତେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

ଗରିବ ବାପା ମା ଛେଉଣ୍ଡ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ କ୍ଷେତ୍ରରେ ମୁଁ ବି ଅଭିଭାବକ ହେବି ଭଳି ନିଆରା କାର୍ଯ୍ୟକ୍ରମର ଚିନ୍ତାଧାରା ସ୍ୱାଗତଯୋଗ୍ୟ ହୋଇଥିବା ବେଳେ ଏହା ଆଗକୁ ଆହୁରି ବଢ଼ୁ ବୋଲି ସମସ୍ତେ ଶୁଭକାମନା ଜଣାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
ଗରିବ ବାପାମା' ଛେଉଣ୍ଡ ଛୁଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବି | Argus News