Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଦିଳିଲା ଆଇସିସି ଅଲରାଉଣ୍ଡର ରାଙ୍କିଙ୍ଗ, ପ୍ରଥମ ସ୍ଥାନ ହାସଲ କଲେ ରବୀନ୍ଦ୍ର ଜାଡ଼େଜା

Jitendra Dash
Browse all articles by Jitendra Dash
·2 years ago·1 min read
ବଦିଳିଲା ଆଇସିସି ଅଲରାଉଣ୍ଡର ରାଙ୍କିଙ୍ଗ, ପ୍ରଥମ ସ୍ଥାନ ହାସଲ କଲେ ରବୀନ୍ଦ୍ର ଜାଡ଼େଜା

ଅର୍ଗସ ବ୍ୟୁରୋ : ବଦିଳିଲା ଆଇସିସି ଟେଷ୍ଟ ମାନ୍ୟତା । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ଯୋଗୁଁ ଆଇସିସିର ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଉନ୍ନତି ହୋଇଛି । ସେହିପରି ଏହି ତାଲିକାର ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ମୋଟ ୩ ଜଣ ଭାରତୀୟ ଖେଳାଳି ରହିଛନ୍ତି । 

ଅଧିକ ପଢନ୍ତୁ ଖେଳ ଖବର

ଜାଡେଜାଙ୍କ ବ୍ୟତୀତ ଆର ଅଶ୍ୱିନ ଓ ଅକ୍ଷର ପଟେଲ ଏହି ତାଲିକାରେ ଅଛନ୍ତି । ଅଶ୍ୱିନ ୩୩୦ ରେଟିଂ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅକ୍ଷର ପଟେଲ ୨୮୧ ରେଟିଂ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟ ଶୃଙ୍ଖଳାରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଠାରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟମ୍ୟାଚ୍ କୁ ଟିମ୍ ଇଣ୍ଡିଆ ୪୩୪ ରନ୍ ରେ ଜିତିଥିଲା ଏବଂ ଏହି ସମୟରେ ଭାରତୀୟ ଅଲରାଉଣ୍ଡରଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ରବୀନ୍ଦ୍ର ଜାଡେଜା ମଧ୍ୟ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ICC Test rankings continues, Jadeja still No.1 all-rounder | Argus News