Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ରାପଡାରେ ଆଇସକ୍ରିମ ବିକାଳୀଙ୍କୁ ବିଭତ୍ସ ହତ୍ୟା

Smruti Parija
Browse all articles by Smruti Parija
·1 year ago·1 min read
କେନ୍ଦ୍ରାପଡାରେ ଆଇସକ୍ରିମ ବିକାଳୀଙ୍କୁ ବିଭତ୍ସ ହତ୍ୟା

କେନ୍ଦ୍ରାପଡା:  କେନ୍ଦ୍ରାପଡାରେ ବିଭତ୍ସ ହତ୍ୟାକାଣ୍ଡ । ପରକୀୟାପ୍ରୀତିକୁ ନେଇ ହତ୍ୟାକାଣ୍ଡ ସନ୍ଦେହ । ଜଣେ ଆଇସକ୍ରିମ ବିକାଳୀଙ୍କୁ ହତ୍ୟା । ରାଜସ୍ଥାନରୁ ଆସି କେନ୍ଦ୍ରାପଡ଼ା ସହରର ପୁରୁଣା ବସ ଷ୍ଟାଣ୍ଡରେ ଆଇସକ୍ରିମ ବିକ୍ରି କରୁଥିଲେ କୁର୍ବାନ ମନ୍ସୂରି । 

ପ୍ରଦୀପ ବୈଷ୍ଣବ ନାମକ ଜଣେ ଆଇସକ୍ରିମ ଫ୍ୟାକ୍ଟ୍ରି ମାଲିକଙ୍କ ପାଖରେ କାମ କରୁଥିଲେ ମନ୍ସୂରି । ପ୍ରଦୀପଙ୍କ ଘର ମଧ୍ୟ ରାଜସ୍ଥାନ ହୋଇଥିବାରୁ ସେ ଘର ଭଡ଼ା ନେଇ କେନ୍ଦ୍ରାପଡ଼ାର ଖଡ଼ିଆଙ୍ଗ ଗ୍ରାମରେ ରହୁଥିଲେ । ତେବେ  ନିଜ ପତ୍ନୀଙ୍କ ସହ କୁର୍ବାନ ମନ୍ସୂରିର ଖରାପ୍ ସମ୍ପର୍କ ସନ୍ଦେହ କରି ପ୍ରଦୀପ ନିଜ ସ୍ତ୍ରୀ ଓ କୁର୍ବନକୁ ପିଟି ଥିଲେ । 

ମାଡ ମାରିବା ପରେ କୁର୍ବାନ ମନ୍ସୂରି ସେହି ସ୍ଥାନରେ ଟଳି ପଡ଼ିଥିଲେ । ଏହି ଘଟଣା ପରେ ଅଭିଯୁକ୍ତ ଖସିଯିବା ସମୟରେ ଟାଉନ ଥାନା ପୋଲିସ ପ୍ରଦୀପଙ୍କୁ ଥାନାରେ ଅଟକ ରଖିବା ସହ, କୁର୍ବାନଙ୍କ ଘର ସହ ଯୋଗାଯୋଗ କରିଛି । ଏହାସହ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Ice cream vendor brutally murdered in Kendrapada | Argus News