Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ବିଜେପି ସରକାର ହେଲେ ମଦ ଉପରେ ଲାଗିବ କଟକଣା: ଧର୍ମେନ୍ଦ୍ର 

Manini Pattanayak
Browse all articles by Manini Pattanayak
·2 years ago·2 min read
ଓଡ଼ିଶାରେ ବିଜେପି ସରକାର ହେଲେ ମଦ ଉପରେ ଲାଗିବ କଟକଣା: ଧର୍ମେନ୍ଦ୍ର 

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୟାନ। ଓଡ଼ିଶାରେ ବିଜେପି ସରକାର ହେଲେ ମଦ ଉପରେ ଲାଗିବ କଟକଣା। ଲାଇସେନ୍ସ ଅନୁମତିଠାରୁ ୫୦୦ ଗୁଣା ଅଧିକ ମଦ ବିକ୍ରି କରୁଛନ୍ତି ମଦ ବେପାରୀ। ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି ସରକାର। ମଦ ଟଙ୍କାରେ ବିଜେଡି ନେତା ହେଉଛନ୍ତି ମାଲାମାଲ୍।  ଦେବଗଡ଼ ତିଲେଇବଣି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ହେଲେ ମଦ ଉପରେ  କଟକଣା ଲାଗିବ । ରାଜ୍ୟରେ ମାଆ, ଭଉଣୀଙ୍କ ଦୁଃଖ ସହି ହେବନି । ଦେଶୀ ମଦ ଉପରେ ବି କଟକଣା ଲାଗିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । 

ରାଜ୍ୟରେ ମଦ ବେପାରୀଙ୍କୁ ମଦ ବିକ୍ରି ପାଇଁ ଯେତିକି ଲାଇସେନ୍ସ ମିଳୁଛି, ତା ଠାରୁ ୫୦୦ ଗୁଣା ଅଧିକ ମଦ ବିକ୍ରି ହେଉଛି । ଯାହାଦ୍ବାରା ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି ସରକାର । ଆଉ  ମଦ ଟଙ୍କାରେ ବିଜେଡି ନେତା ହେଉଛନ୍ତି ମାଲାମାଲ୍ । ଏହାସହ କେନ୍ଦ୍ରମନ୍ତ୍ରୀ ଆହୁରି ବି କହିଛନ୍ତି, ରାଜସ୍ବ ନାଁରେ ଦୁର୍ନୀତି କରି କୋଟି କୋଟି ଟଙ୍କା ଲୁଟ୍ କରିବା ପାଇଁ ମାଆ, ଉଭଣୀଙ୍କ ଉପରେ ହେଉଥିବା ଅତ୍ୟାଚାର ଆଉ ବଢିବ ନାହିଁ ।  ତଥ୍ୟ ଅନୁସାରେ, 2010-12 ଆର୍ଥିକ ବର୍ଷରେ 1,094 କାଟି ରାଜସ୍ବ ସଂଗ୍ରହ ହୋଇଥିବା ବଳେ, 2022-23 ଆଥିକ ବର୍ଷ ସୁଦ୍ଧା ଏହା 6,455 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥାତ 490% ବୃଦ୍ଧି ପାଇଛି ମଦରୁ ରାଜସ୍ବ । ହେଲେ ୨୫ ବର୍ଷର ସ୍ଥିର ବିଜେଡି ସରକାର ଯୁବକଙ୍କୁ ଚାକିରି ଖଣ୍ଡେ ଯୋଗାଇବା ବଦଳରେ ମଦର ବଶବର୍ତ୍ତୀ କରୁଛି । ପଥଭ୍ରଷ୍ଟ ହେଉଛନ୍ତି ଯୁବପୀଢୀ । ସେଥିପାଇଁ ରାଜ୍ୟରେ ବିଜେପି ସରକାର ଆସିଲେ ମଦ ଉପରେ କଟକଣା ଲାଗିବ ସହ ମାଆ, ଉଭଣୀଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ  ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
If BJP comes to power in Odisha, there will be crackdown on liquor: Dharmendra | Argus News