ପିଚୁ ରାସ୍ତା ହୋଇଛି ହେଲେ କଚ୍ଚା ରାସ୍ତାଠୁ ହିନ

ଅର୍ଗସ ବ୍ୟୁରୋ: ଇଏ ରାସ୍ତା ନା ପୋଖରୀ l ଖାଲ ଖମାରେ ଭର୍ତି ପିଚୁ ରାସ୍ତା l ଆଉ ଏହି ଖାଲରେ ଲହରୀ ମାରୁଛି ବର୍ଷା ପାଣି l ଅସରାଏ ବର୍ଷା ପରେ ରାସ୍ତାରେ ଜମି ରହୁଛି ପାଣି। ଫଳରେ ଯାତାୟତରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ନୂଆପଡା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା-ମାଲପଡା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତାର ଦୃଶ୍ୟ l ଥରେ ରାସ୍ତା ଉପରେ ନଜର ପକାନ୍ତୁ l ବଡ଼ ବଡ଼ ଖାଲ ଖମା ହେବା ସହ ପିପର୍ଯ୍ୟସ୍ତ ହୋଇ ପଡିଛି ରାସ୍ତାର ଅବସ୍ଥା l କଉଠି ପିଚୁ ଦବି ଯାଇ ମାଟି ବାହାରିଛି ତ ପୁଣି କେଉଁଠି ବର୍ଷା ପାଣି ରହି ଲହଡି ମାରୁଛି l ଏମିତି ପରିସ୍ଥିତିରେ ଅଞ୍ଚଳ ବାସି ଡରି ଡରି ଯାତାୟାତ କରୁଛନ୍ତି l ହେଲେ ଏଥିପ୍ରତି ବିଭାଗର ନଜର ନାହିଁ l ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏଠାରେ ରାସ୍ତା କାମ ହୋଇଛି।
ହେଲେ ନିମ୍ନମାନର କାମ କରି ଠିକାଦର ଛୁ ।ଏପଟେ ଅଳ୍ପ ଦିନରେ ରାସ୍ତାର ଅବସ୍ଥା ଖରାପ ହୋଇ ଯାଇଥିବା ବେଳେ ଏହାର ମରାମତି ପାଇଁ ପ୍ରଶାସନ କିଛି ପଦକ୍ଷେପ ନେଉନି। ଫଳରେ ଆତଯାତ କରିବାରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଉପାନ୍ତର ଅପଞ୍ଚ ଇଲାକା ପାଇଁ ଯୋଜନା ହେଉଛି। ଏଥିପାଇଁ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି। ହେଲେ ନିମ୍ନମାନର କାମ କରି ଅର୍ଥ ହରିଲୁଟ୍ କରୁଛନ୍ତି ଲାଫଖୋର। ଫଳରେ ଲୋକେ ପାଉ ନାହାନ୍ତି ଯୋଜନାର ଲାଭ।
ଅଧିକ ପଢ଼ନ୍ତୁ ଓଡିଶା ଖବର: