Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାଇସ୍କୁଲ ନ ଖୋଲିଲେ ଭୋଟ ବର୍ଜନର ଚେତାବନୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
ହାଇସ୍କୁଲ ନ ଖୋଲିଲେ ଭୋଟ ବର୍ଜନର ଚେତାବନୀ 

ବଲାଙ୍ଗିର: ହାଇସ୍କୁଲ ନ ଖୋଲିଲେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଲେ  ପଞ୍ଚାୟତବାସୀ।  ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତାରାରେ ହାଇସ୍କୁଲ ନ ଖୋଲିଲେ ଭୋଟ ବର୍ଜନ କରିବା ପାଇଁ ବଙ୍ଗୋମୁଣ୍ଡା ବ୍ଲକ ବିଡ଼ିଓର ଦ୍ୱାରସ୍ଥ ହୋଇଛନ୍ତି ପଞ୍ଚାୟତବାସୀ । ଏ ନେଇ ବଙ୍ଗୋମୁଣ୍ଡା ବିଡ଼ିଓ  ବାସନ୍ତୀ ସେଠୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସମୟ ରେ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି ।

ରାସ୍ତାରୋକ, ଆନ୍ଦୋଳନ କରିଛନ୍ତି ହେଲେ ପ୍ରତିଶ୍ରୁତି ପାଣି ର ଗାର ବୋଲି ଅଭିଯୋଗ କରିଛନ୍ତି  l ପୂର୍ବରୁ ୧୯୯୦ ହାଇସ୍କୁଲ ଥିଲା ତାହାକୁ ସରକାର  ୨୦୧୯ ବନ୍ଦ କରିଦେଇଥିଲେ । ପୁନଃ ଖୋଲିବା ପାଇଁ ଦାବି କରୁଛନ୍ତି ପଂଚାୟତ ବାସୀ । ନବମ ଓ ଦଶମ ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଭିକ୍ଷା ନାଇଁ ଶିକ୍ଷା ଦିଅ ଚାନ୍ଦୋତରା ରେ ଉଚ୍ଚ ବିଦ୍ୟାଳୟ ଖୋଲି ଦିଅ ନ ହେଲେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ।
  ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
If the high school is not opened, the vote will be void | Argus News