Videos
|
Odisha

ନବୀନ ସରକାର ଚାପିଦେଲେ, ମୋହନ ସରକାର ଖୋଲିବେ ନ୍ୟାୟ ଫାଇଲ୍

Ritu Das
Browse all articles by Ritu Das
·2 years ago·1 min read
ନବୀନ ସରକାର ଚାପିଦେଲେ, ମୋହନ ସରକାର ଖୋଲିବେ ନ୍ୟାୟ ଫାଇଲ୍

ଅର୍ଗସ ବ୍ୟୁରୋ: ଚିନ୍ମୟୀ, ପରୀ, ମମିତା, ପିହୁ, ଅମୃତ. ଉଲ୍ଲାସ, ଦିପ୍ତୀକାନ୍ତ। ବିଜେଡି ସରକାର ଅମଳରେ ଅନ୍ୟାୟ, ଅତ୍ୟାଚାର, ନିର୍ଯାତନାର ଶିକାର ହୋଇଥିବା ଏସବୁ ପରିବାରକୁ ମିଳିବ କି ନ୍ୟାୟ ? ଏବେ ଏ ନେଇ ସୃଷ୍ଟି ହୋଇଛି ସମ୍ଭାବନା। ଯେଉଁ ସବୁ ସ୍ପର୍ଶକାତର ମାମଲାର ଫାଇଲ୍ ଚାପିଦେଇଥିଲେ ନବୀନ ସରକାର, ଏବେ ସେ ସବୁ ଖୋଲିବେ  ମୋହନ ସରକାର। ରାଜଦାଣ୍ଡରେ ନ୍ୟାୟ ମାଗୁଥିବା ପରିବାରଙ୍କୁ ରାଜ୍ୟ ସୁରକ୍ଷା ମିଳିବ । ପ୍ରମାଣ ନଷ୍ଟ କରିଦେଇଥିଲେ ବି ସତ ସାମ୍ନାକୁ ଆସିବ। 

ଗତବର୍ଷ ଫେବୃଆରୀ ମାସରେ ଭିସୁଟ ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କର ବୁର୍ଲାରେ ହୋଇଥିଲା ସନ୍ଦେହଜନତ ମୃତ୍ୟୁ। ଘର ଲୋକ ଅଭିଯୋଗ କରିଥିଲେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଛି । ବିବାଦ ଘେରକୁ ଆସିଥିଲେ ଚିନ୍ମୟୀଙ୍କ ବନ୍ଧୁ ପ୍ରିତିମାନ ଦେ। ପ୍ରିତିମାନଙ୍କ ବାପା ସେତେବେଳେ ଥିଲେ ଗୃହ ବିଭାଗରେ ? ସେତେବେଳେ ନବୀନ ସରକାର ଚାପିଦେଲେ। ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଚିନ୍ମୟୀଙ୍କ ମା' । ମୁଖ୍ୟମନ୍ତ୍ରୀ ବି ଦେଇଛନ୍ତି ନ୍ୟାୟର ପ୍ରତିଶ୍ରୁତି। 

ରାଜ୍ୟର 50ରୁ ଅଧିକ ପିଡୀତ ପରିବାର ଏକାଠି ହୋଇ ଲଢୁଛନ୍ତି ନ୍ୟାୟର ଲଢେଇ । ପୂର୍ବ ନବୀନ ସରକାର ନ୍ୟାୟ ତ ଦେଲେନି ଓଲଟା ମିଛ କେସରେ ଫସାଇ ଜେଲ ପଠାଇଲେ। ନ୍ୟାୟ ଅପେକ୍ଷାରେ ପିହୁ, ପରୀ, ଉଲ୍ଲାସ, ଦିପ୍ତୀକାନ୍ତ ଓ ଅମୟତ ଦାସଙ୍କ ପରିବାର। ନ୍ୟାୟ ପାଇଁ ଲଡେଇ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଛନ୍ତି ତାଙ୍କ ଦୁଃଖ। 

ବହୁଚର୍ଚ୍ଚିତ ସନସାଇନ୍ ସ୍କୁଲ ପ୍ରିନସପାଲ୍ ମମିତା ମେହେରଙ୍କ ହତ୍ୟା ଏବେ ବି ସନ୍ଦେହ ଘେରରେ। ଅଭିଯୁକ୍ତ ଗୋବିନ୍ଦସାହୁର ମୃତ୍ୟୁ ରହସ୍ୟରୁ ହଟୁନି ପର୍ଦ୍ଦା । ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ସନ୍ଦେହ ଘେରରେ। ପୁଣି ସିବିଆଇ ତଦନ୍ତ ଦାବି ଜୋର ଧରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

If the Naveen | Argus News