ବିଜେଡିର ଜୟ ପରାଜୟ ଚର୍ଚ୍ଚା ଭିତରେ ବାଜିରେ ପାଣ୍ଡିଆନଙ୍କ ଭବିଷ୍ୟତ

ଭୁବନେଶ୍ୱର: ବିଜେଡିର ଜୟ ପରାଜୟ ଚର୍ଚ୍ଚା ଭିତରେ ବାଜିରେ ପାଣ୍ଡିଆନଙ୍କ ଭବିଷ୍ୟତ। ସତ୍ତା ପରିବର୍ତ୍ତନ ହେଲେ ଭୈରବଙ୍କ କ୍ଷମତା ଦଖଲ ସ୍ବପ୍ନ ହେବ ଧୁଳିସାତ। ଓଡ଼ିଶାରେ 24ଲଢେଇର ଫଳ ନେଇ ରାଜନୀତି ସମୀକ୍ଷକଙ୍କ ଆକଳନ। ଆସନ ସଂଖ୍ୟା 90ରୁ ତଳକୁ ଖସିଲେ ବିଜେଡି ହେବ ବିଦ୍ରୋହର ସମ୍ମୁଖୀନ। ଏଥର ନିର୍ବାଚନରେ ବିଜେଡିକୁ ସାଥ୍ ଦେଉନି ନବୀନ ହାୱା। ପାଣ୍ଡିଆନଙ୍କ ପାଇଁ ନବୀନଙ୍କ ଷଷ୍ଠ ପାଳି ଆଶା ହୋଇପାରେ ସ୍ବାହା।
ବିଜେଡିର ସମ୍ଭାବ୍ୟ ଜୟ ପରାଜୟ ଆକଳନ ଭିତରେ ନବୀନଙ୍କ ଉତ୍ତରାଧିକାରୀ ପାଣ୍ଡିଆନଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା। ନିକଟରେ ନବୀନଙ୍କ ଅଘୋଷିତ ଉତ୍ତରାଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଦମ୍ଭ ଭରିଥିଲେ ବିଜେଡିର ଆସନ ସଂଖ୍ୟା ଦୁଇ ତୃତୀୟାଂଶରୁ ତଳକୁ ଖସିଲେ ରାଜନୀତିରୁ ନେବେ ସନ୍ୟାସ। ତେବେ ରାଜନୀତି ବିଶ୍ଳେଷକଙ୍କ ମତରେ ବିଜେଡିର ସିଟ୍ ନମ୍ବର ଯଦି 90 ତଳକୁ ଆସିଯାଏ ପାଣ୍ଡିଆନଙ୍କ ସନ୍ୟାସ ନେବାର ବାଟ ଆପେ ଫିଟିଯିବ। ବିଜେଡି ନେତାଙ୍କ ମଧ୍ୟମରେ ପାଣ୍ଡିଆନଙ୍କ ଏକାଧିପତ୍ୟକୁ ନେଇ କୁହୁଳୁଥିବା ଅସନ୍ତୋଷ ବିଦ୍ରୋହର ରୂପ ନେବ। ଯାହାର ପରିଣାମ ସ୍ବରୂପ ବେଶୀଦିନ ତିଷ୍ଠିପାରିବନି ବିଜେଡି। ସରକାର ତ ସରକାର ଦଳ ବି ହୋଇଯାଇପାରେ ଇତିହାସ।
ଅର୍ଗସର ଖାସ ପଲିଟିକାଲ ଟକ୍ ଶୋ ରୁବେନ୍ ବାନାର୍ଜୀଙ୍କ ସହ ରାଜନୀତି ଚର୍ଚ୍ଚାରେ ଭାଗନେଇ ରୁବେନ୍ କହିଛନ୍ତି 24 ନିର୍ବାଚନରେ ଦେଖିବାକୁ ମିଳୁନି ନବୀନ ହାୱା। ପାଣ୍ଡିଆନଙ୍କୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଥିବା ଅସନ୍ତୋଷର ନିଆଁ 24 ଲଢେଇରେ ବିଜେଡିକୁ ପଡ଼ିପାରେ ମହଙ୍ଗା। ଅବଶ୍ୟ ଏକଥା ବି କହିଛନ୍ତି ରୁବେନ୍ ବାନାର୍ଜୀ ଯଦି ବିଜୁ ଜନତା ଦଳ ତାର 2019ର ସ୍ଥିତିକୁ ବଜାୟ ରଖିବାରେ ସକ୍ଷମ ହୁଏ ତାହାଲେ ପାଣ୍ଡିଆନ୍ ବନିବେ ସୁପର ହିରୋ। ନିଜକୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଇ ପୂରା ଦଳ ଓ ସରକାରକୁ ନିୟନ୍ତ୍ରଣ କରିବେ ପାଣ୍ଡିଆନ୍। ତେବେ ଗ୍ରାଉଣ୍ଟର ସ୍ଥିତି କହୁଛି ତଳକୁ ନୁହେଁ ବହୁ ତଳକୁ ଖସିଯିବ ବିଜେଡି ବୋଲି ଆକଳନ କରିଛନ୍ତି ରୁବେନ୍ ବାନାର୍ଜୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର