Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ

Ritu Das
Browse all articles by Ritu Das
·1 year ago·1 min read
ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ

ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭାଗ ଅଧୀନରେ ଆସୁଥିବା ତହସିଲ, ସବ୍ ରେଜିଷ୍ଟ୍ରାର, ଆରଆଇ ଭଳି ଅଫିସରେ କାମ କରୁଥିବା ଅଧିକାରୀଙ୍କ କାମର ମୂଲ୍ୟାଙ୍କନ କରିବେ ସାଧାରଣ ଜନତା । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ରାଜସ୍ବ ବିଭାଗର ଅଫିସକୁ କାମ ପାଇଁ ଆସୁଥିବା ଲୋକେ ଅଫିସରଙ୍କ କାମ ଦେଖି ନମ୍ବର ଦେବେ।

ଯେଉଁ ଅଧିକାରୀଙ୍କର ବାରମ୍ବାର 10 ନମ୍ବରରୁ କମ୍ ରହିବ ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଗୋଟିଏ ପଟେ ମନ୍ତ୍ରୀଙ୍କ କଡ଼ା ବାର୍ତ୍ତା ଅନ୍ୟପଟେ ଏ ନେଇ ଜିଲ୍ଲାପାଳମାନଙ୍କୁ  ଚିଠି ଲେଖିଛି ରାଜସ୍ବ ବିଭାଗ। ଆର୍ ଆଇ, ଏ ଆର ଆଇ, ଅମିନ ମାନଙ୍କ କାମ ଉପରେ କଡ଼ା ନଜର ରଖାଯିବ। ଅଫିସକୁ ଅଭିଯୋଗ କିମ୍ବା କାମ ପାଇଁ ଆସୁଥିବା ଲୋକଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସେବା ନଯୋଗାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ରାଜସ୍ବ ବିଭାଗର ଏ ପଦକ୍ଷେପକୁ ସବୁ ମହଲରୁ ସ୍ବାଗତ କରାଯାଉଛି।  

ବିଜେଡି ଶାସନରେ ଚାଲିଥିଲା ଅଫିସରଙ୍କ ରାଜ୍। ଜନତାଙ୍କୁ ସେବା ଦେବା ନେଇ ସରକାରୀ ଅଧିକାରୀଙ୍କର ନ ଥିଲା କୌଣସି ଉତ୍ତରଦାୟିତ୍ବ। ଏବେ ସେକାଳ ପଖାଳ ଆଉ ନାହିଁ। ବିଜେପି ସରକାରରେ ଚାଲିବ ଜନତାଙ୍କ ଶାସନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
If the revenue | Argus News