ମୁହାଣ ମଝିରେ ବାଲିବସ୍ତା ପକାଇ ବନ୍ଧ ବାନ୍ଧିଲେ

ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଗଞ୍ଜାମ ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ବର୍ଷାଜଳକୁ ଆଖି ଆଗରେ ରଖି ଶତାଧିକ ମସ୍ୟଜୀବୀ ସମୁଦ୍ର ଏବଂ ମୁହାଣ ମଝିରେ ବାଲିବସ୍ତା ପକାଇ ବାନ୍ଧିଲେ ବନ୍ଧ। ହଜାର ହଜାର ମତ୍ସ୍ୟଜୀବୀଙ୍କ ପାଇଁ ଜେଟି ନଥିବା ଯୋଗୁଁ ଏଭଳି ଅସ୍ଥାୟୀ ବନ୍ଧ ବାନ୍ଧିଥିବା ସୂଚନା ମିଳିଛି।
ଆଗକୁ ବଡ଼ ବର୍ଷା ଜଳକୁ ଉପକୂଳରୁ ସମୁଦ୍ରରେ ନ ଛାଡିବା ପାଇଁ ଏଭଳି ବନ୍ଧ ବନ୍ଧା ଯାଇଥିବା ସୂଚନା। ଯାହାଦ୍ୱାରା କି ମୁହାଣରେ ବର୍ଷା ଜଳ ଅଧିକ ହେଲେ ଡ଼ଙ୍ଗା ନେବା ଆଣିବାରେ ସଫଳ ହେବେ ମତ୍ସ୍ୟଜୀବୀ।
ଗତ 24ବର୍ଷର ସ୍ଥିର ସରକାରକୁ ବାରମ୍ବାର ଗୁହାରି କରିବା ସତ୍ତ୍ବେ ଜେଟି କଲେ ନାହିଁ ଯାହା ଦ୍ୱାରା ଆଜି ନିଜେ ନିଜ ଖର୍ଚ୍ଚରେ ବାଲିବସ୍ତା ସହ ଜେସିବି ସାହାଯ୍ୟ ନେଇ ବନ୍ଧ ବାନ୍ଧିଥିବା ସୂଚନା ଦେଇଛନ୍ତି ଗ୍ରାମବାସୀ। ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ମାର୍କଣ୍ଡିର ଦୃଶ୍ୟ। ପ୍ରାୟ 11ଖଣ୍ଡ ଗାଁ ର ମତ୍ସ୍ୟଜୀବୀ ଏଠାରେ ନିର୍ଭରଶୀଳ।
ବାରମ୍ବାର 24ବର୍ଷର ସରକାର ନ ଶୁଣିବା ଯୋଗୁଁ ଏଭଳି ପ୍ରତିବର୍ଷ ନିଜ ଖର୍ଚ୍ଚରେ ଏଭଳି ବନ୍ଧ ବାନ୍ଧିବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ, ଏମିତି କି ରାଜ୍ୟରେ ନୂଆ ସରକାର ଆସିଥିବା ହେତୁ ଏଭଳି ସମସ୍ୟା ରୁ ସ୍ଥାୟୀ ସମାଧାନ ବା ଜେଟି ଦାବି କରିଛନ୍ତି ଗ୍ରାମବାସୀ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

