Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଫିସ ଘେରାଉ କଲେ ଶବ ରଖି ପାରିବାର ଲୋକ

Rashmita Mishra
Browse all articles by Rashmita Mishra
·1 year ago·1 min read
ଅଫିସ ଘେରାଉ କଲେ ଶବ ରଖି ପାରିବାର ଲୋକ

ଅର୍ଗସ ବ୍ୟୁରୋ: ବିଏସଏନଏଲ ଅଫିସ ଆଗରେ ଶବ ରଖି ପରିବାର ଓ ଗ୍ରାମବାସୀଙ୍କ ପ୍ରତିବାଦ । ଗତକାଲି ଗାନ୍ଧିଛକ ନିକଟସ୍ଥ ଜଳ ସମ୍ପଦ ବିଭାଗର  ସମ୍ମୁଖରେ ୧୫ ଫୁଟ ମାଟି ତଳେ  ବିଏସଏନଏଲ କେବୁଲ  କାମ କରୁ୍ଥିବା ବେଳେ ମାଟି ଅତଡା ଖସି  ଦୁଇ ଜଣ ଶ୍ରମିକ ଫସିଥିଲେ । ସେମାନଙ୍କୁ ଉଦ୍ଦାର ପରେ ଯାଜପୁର  ମେଡିକାଲ ନିଆଯାଇଥିଲା । ପରେ  ପ୍ରିୟବ୍ରତ ଷଡଙ୍ଗୀ କଟକ ସ୍ଥାନାନ୍ତର ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।  ବିନା ନିରାପତାରେ କାର୍ଯ୍ୟ କରାଇ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବାରୁ ପରିବାର ପକ୍ଷରୁ  ୩୦ ଲକ୍ଷ ଟଙ୍କା କ୍ଷତିପୁରଣ  ଓ ମୃତ କର୍ମଚାରୀ ଙ୍କ ପତ୍ନୀ ଙ୍କୁ ଚାକିରି ଦେବାକୁ ଦାବୀ କରାଯାଇ ଶବ ରଖି ଆନ୍ଦୋଳନ କରିଛନ୍ତି  । ସେପଟେ ବିଏସଏନଏଲ ଏଜିଏମ କହିଛନ୍ତି ଠିକା ସଂସ୍ଥା ଦ୍ବାରା କାମ କରୁଥିଲେ । ବିଭାଗ ପକ୍ଷରୁ ଠିକାଦାର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅଯିବ  ମୃତକ ଙ୍କ ପରିବାରକୁ ଯଥା ସମ୍ଭବ ସହାୟତା କରାଯିବ । ତେବେ ବିନା ସେପ୍ଟିରେ  ଏତେ ଗଭୀର ଗର୍ତ୍ତ କୁ ଯାଇ କାର୍ଯ୍ୟ କରୁଥିଲେ କିପରି । ସେ ସମୟରେ ଅଧିକାରୀ ଥିଲେ କି ନାହିଁ ? । ତାକୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
If you surround the office, you can keep the dead body | Argus News