IIC Beauty Mohanty Death Case / IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲା: କଲ୍ ଡିଟେଲ୍ସ ଓ ହ୍ୱାଟସ୍ଆପ୍ ଚାଟ୍ରୁ ଖୋଲିବ କି ଅସଲ ଗୁମର?
·2 months ago·3 min read

Key Points
IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲା
କଲ୍ ଡିଟେଲ୍ସ ଓ ହ୍ୱାଟସ୍ଆପ୍ ଚାଟ୍ରୁ ଖୋଲିବ କି ଅସଲ ଗୁମର?
କାହାକୁ ଇଙ୍ଗିତ କରୁଥିଲା ସୋସିଆଲ ମିଡିଆ ପୋଷ୍ଟ?
କିଏ ଦେଉଥିଲା ମାନସିକ ନିର୍ଯାତନା?
ପୋଲିସ ବିଭାଗର କିଏ ଅଛନ୍ତି ସାମିଲ୍?

କଟକ,୦୬/୦୭: କଟକ ଚାଉଳିଆଗଞ୍ଜ ଥାନା IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ କଲ୍ ଡିଟେଲ୍ସ ଓ ହ୍ୱାଟସ୍ଆପ୍ ଚାଟ୍ରୁ ଖୋଲିବ କି ଅସଲ ଗୁମର? କାହାକୁ ଇଙ୍ଗିତ କରୁଥିଲା ସୋସିଆଲ ମିଡିଆ ପୋଷ୍ଟ।.କିଏ ଦେଉଥିଲା ମାନସିକ ନିର୍ଯାତନା? ପୋଲିସ ବିଭାଗର କିଏ ଅଛନ୍ତି ସାମିଲ୍। ତଦନ୍ତର ପୋଲ୍ ଖୋଲିଲା ଖୋଦ୍ ପୋଲିସ ଅଫିସର୍ସ ମହାସଂଘ।. କେବଳ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ନବସିବାକୁ ଚେତାବନୀ ଦେଇଛି ପୋଲିସ ଅଫିସର୍ସ ମହାସଂଘ। ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଆଣିଲେ ଅଭିଯୋଗ।
ଏମତି କ’ଣ ଅସୁବିଧା ଥିଲା ଯେ ଆଇଆଇସି ବିଉଟି ମହାନ୍ତି ଚରମ ନିଷ୍ପତ୍ତି ନେଲେ । ଛୋଟ ପୁଅର ମୁହଁକୁ ବି ଚାହିଁଲେନି ଜୀବନ ହାରିଦେଲେ । କ’ଣ ଏତେ ବଡ଼ ସମସ୍ୟା ଥିଲା ଯେ, ଦବଙ୍ଗ ପୁଲିସ ଅଧିକାରୀ ହୋଇ ମଧ୍ୟ ତାକୁ ସାମ୍ନା କରିପାରିଲେନି । ପୂର୍ବରୁ ସବୁ କିଛି ଠିକ୍ଠାକ୍ ଲାଗୁଥିବା ବେଳେ ହଠାତ୍ ଶୁକ୍ରବାର ରାତିରେ କ’ଣ ହେଲାଯେ ସେ ଆତ୍ମହତ୍ୟା କରିଦେଲେ।
ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବିଉଟି ମହାନ୍ତିଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ । ତେବେ ମୃତ୍ୟୁ ପଛର ରହସ୍ୟ ବିଉଟିଙ୍କ ଫୋନ୍ରେ ଥିବା ଚର୍ଚ୍ଚା ହେଉଛି । ତେଣୁ ପୁଲିସ ପକ୍ଷରୁ ତାଙ୍କର ୨ଟି ଫୋନ୍ ଫରେନ୍ସିକ୍ ଯାଞ୍ଚ୍ ପାଇଁ ପଠାଯାଇଛି ।
ରରିବାର ସକାଳେ ବିଉଟିଙ୍କ ସ୍ୱାମୀ ସମୀର ସ୍ୱାଇଁ, ତାଙ୍କର ତିନି ଭଉଣୀ, ତିନି ଭିଣୋଇ, ଭାଇ ଓ ଅନ୍ୟ କିଛି ସମ୍ପର୍କୀୟଙ୍କୁ ଚାଉଳିଆଗଞ୍ଜ ଥାନାକୁ ଡକାଯାଇଥିଲା । ସେଠାରେ ଡିସିପି ଖିଲାରୀ ରିଷିକେଶ ଦ୍ୟାନ୍ଦେଓ, ଜୋନ୍ ଏସିପି ସୁଧାଂଶୁ ଭୂଷଣ ଜେନା ପ୍ରମୁଖ ଥାନାକୁ ଯାଇ ପରିବାର ଲୋକଙ୍କ ସହିତ କଥା ହେବା ସହ ବୟାନ ରେକର୍ଡ କରାଇଥିଲେ । ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ବିବାଦ ନଥିବା ପରିବାର ଲୋକ କହିଛନ୍ତି । ଏପରିକି ପରିବାରରେ କୌଣସି ବଡ଼ ଅସୁବିଧା ନ ଥିଲା । ସ୍ୱାମୀ-ପୁଅ ଓ ଶାଶୂଙ୍କୁ ନେଇ ତାଙ୍କ ସଂସାର ପ୍ରାୟ ଠିକ୍ଠାକ୍ ଥିଲା । କେବଳ ବଡ଼ ଥାନା ଦାୟିତ୍ୱଠୁ ଦୂରରେ ରହିବା ପାଇଁ ସେ ଚାହୁଁଥିଲେ ବୋଲି ପରିବାର ଲୋକ କହିଥିଲେ । ବିଭାଗ ମଧ୍ୟରେ କାହା ସହିତ ଶତ୍ରୁତା ନଥିବା ବିଷୟ ପରିବାର କହିଛନ୍ତି।
ପଢନ୍ତୁ ଏହି ଖବର: ଦୁର୍ଦ୍ଧାନ୍ତ ଅପରାଧୀ ମହମ୍ମଦ ନାଫିସକୁ ପୋଲିସର ଏନ୍କାଉଣ୍ଟର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପକ୍ଷରେ ପରିବାର ଲୋକ ମଧ୍ୟ ପୁଲିସ ଅଧିକାରୀଙ୍କଠାରୁ ବିଭାଗରେ କୌଣସି ଅସୁବିଧା ଥିଲାକି ବୋଲି ପଚାରି ବୁଝିଥିଲେ । ଏହାପରେ ପରିବାର ଲୋକ ଚ୍ୟାମ୍ବର ଭିତରେ ଥିବା ବିଉଟିଙ୍କ ଭ୍ୟାନିଟି ବ୍ୟାଗ୍, ତାଙ୍କୁ ମିଳିଥିବା କିଛି ମୋମେଣ୍ଟୋ, କିଛିଦିନ ପୂର୍ବରୁ ଆଣି ରଖିଥିବା ଡ୍ରେସ୍ ଓ ଏକାଧିକ ହଳ ୟୁନିଫର୍ମକୁ ସାଙ୍ଗରେ ନେଇଯାଇଥିଲେ । ଏହି ସମୟରେ ପରିବାର ଲୋକ ଉକ୍ତ ରେଷ୍ଟ୍ରରୁମ୍ ଯାଇ ଦେଖିଥିଲେ । ପରେ ଉକ୍ତ ରେଷ୍ଟରୁମ୍କୁ ପୁଣି ତାଲା ପକାଇ ରଖାଯାଇଛି । ଦୀର୍ଘ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ପରେ ପରିବାର ଲୋକ ଚାଲିଯାଇଥିଲେ । ଏହାପରେ ପରିବାର ଲୋକ ଏକାଠି ହୋଇ କେନ୍ଦ୍ରାପଡ଼ା ମାର୍ଶାଘାଇରେ ଥିବା ବିଉଟିଙ୍କ ଶାଶୂଘରକୁ ଯାଇଛନ୍ତି । ମାମଲାର ତଦନ୍ତ ପାଇଁ ପୁଲିସ ପକ୍ଷରୁ ବିଉଟିଙ୍କର ଦୁଇଟି ମୋବାଇଲ୍ ଫୋନ୍କୁ ଭୁବନେଶ୍ୱର ଫରେନ୍ସିକ୍ ଲାବ୍ ପଠାଯାଇଛି । ବିଉଟିଙ୍କ ୩ଟି ଫୋନ୍ ନମ୍ବରର ସିଡିଆର୍ ପୁଲିସ ମଗାଇଛି । ଶୁକ୍ରବାର ରାତିରେ ହୋଇଥିବା କଲ୍ରେ ସମ୍ଭବତଃ ସମସ୍ତ ରହସ୍ୟ ଲୁଚି ରହିଥିବା ପୁଲିସ ଆଶଙ୍କା କରୁଛି ।
ବ୍ୟକ୍ତିଗତ ସମ୍ପର୍କ ଦିଗରେ ବି ଯାଞ୍ଚ୍ ହେବ
ବିଉଟିଙ୍କ ମୃତ୍ୟୁ ପଛର କାରଣ ଜାଣିବା ପାଇଁ ପୁଲିସ ସବୁ ଦିଗରୁ ତଦନ୍ତ କରୁଛି । ଏହି କ୍ରମରେ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ମଧ୍ୟ ଛାନ୍ଭିନ୍ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ନିଜ ବିଭାଗର ହେଉ ବା ବିଭାଗ ବାହାରେ ଯାହା ସହିତ ବିଉଟିଙ୍କର ବ୍ୟକ୍ତିଗତ ସମ୍ପର୍କ ଥିଲା ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ତଳ ପାହ୍ୟାରେ ଜଣେ ପୁଲିସ ଅଧିକାରୀଙ୍କୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ମଧ୍ୟ ହେଉଛି । ସେ ପୂର୍ବରୁ କଟକରେ କାମ କରୁଥିଲେ ଓ ଏବେ ଭୁବନେଶ୍ୱର ସହରାଞ୍ଚଳ ପୁଳିସରେ କାମ କରୁଛନ୍ତି । ଏହି ଚର୍ଚ୍ଚାକୁ ମଧ୍ୟ ପୁଲିସ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିନି । ତଦନ୍ତ ଜାରି ଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Related Topics
Explore more stories