Encounter / ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ନାଫିସକୁ ପୋଲିସର ଏନ୍କାଉଣ୍ଟର
·2 months ago·2 min read

Key Points
ଅପରାଧୀ ବିରୋଧରେ କେନ୍ଦୁଝର ପୋଲିସର ଆକ୍ସନ
କୁଖ୍ୟାତ ଲୁଟେରା ମହମ୍ମଦ ନାଫିସକୁ ପୋଲିସର ଏନକାଉଉଣ୍ଟର

ଚମ୍ପୁଆ,୦୬/୦୭: ଅପରାଧୀ ବିରୋଧରେ କେନ୍ଦୁଝର ପୋଲିସର ଆକ୍ସନ । କୁଖ୍ୟାତ ଲୁଟେରା ମହମ୍ମଦ ନାଫିସକୁ ପୋଲିସର ଏନକାଉଉଣ୍ଟର। ଏହି ଏନକାଉଣ୍ଟରରେ ନାଫିସର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧରରଣୀଧର ମେଡିକାଲରେ କଲେଜରେ ଭର୍ତ୍ତି କରାଯାଇଛି। ମେଡିକାଲ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଖବର ଅନୁଯାୟୀ, ସୋମବାର ସକାଳେ ଚମ୍ପୁଆର ପତଲା ଜଙ୍ଗଲ ନିକଟରେ ପୋଲିସ୍ ଏକାଧିକ ଚୋରି ଏବଂ ଅପରାଧ ମାମଲାର ମାଷ୍ଟରମାଇଣ୍ଡ ନାଫିସକୁ ଧରିବାକୁ ଉଦ୍ୟମ କରୁଥିଲା। ହେଲେ ପୋଲିସକୁ ଦେଖି ନାଫିସ ଖସିଯିବାକୁ ଉଦ୍ୟମ କରିଥିଲା। ଏପିରିକି ପୋଲିସକୁ ଉପରକୁ ଦୁଇ ରାଉଣ୍ଡ ଗୁଳି ମଧ୍ୟ କରିଥିଲା । ଯାହାର ଦୃଢ ଜବାବ ଦେଇଥିଲା ପୋଲିସ । ଶେଷରେ ପୋଲିସର ଗୁଳିରେ ମହମ୍ମଦ ନାସିଫ ଗୁରୁତର ହୋଇଥିଲା । ତାର ଡାହାଣ ଗୋଡରେ ଗୁଳି ବାଜିଛି । ଏହାପରେ ନାସିଫକୁ ଗୁରୁତର ଅବସ୍ଥାରେ ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ନାଫିସ ନାଁରେ କେନ୍ଦୁଝର ଏବଂ ମୟୂରଭଞ୍ଜର ବିଭିନ୍ନ ଥାନାରେ ଏକାଧିକା ମାମଲା ରହିଛି।
ଏବେ ଆକ୍ସନ ମୋଡରେ ପୋଲିସ। ଅପରାଧୀଙ୍କୁ ନିସ୍ତାର ନାହିଁ। ଏହା ପୁର୍ବରୁ ଝାରସୁଗୁଡ଼ାରେ ଆକ୍ସନରେ ପୁଣି ପୋଲିସ । ସମ୍ବଲପୁର, ଭୁବନେଶ୍ୱର, ବ୍ରହ୍ମପୁର ପରେ ଏବେ ଝାରସୁଗୁଡ଼ାରେ ଏନକାଉଣ୍ଟର କରିଛି ପୋଲିସ୍। ଗତ ମାସରେ ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା ଘଟଣାରେ ୨୪ ଗଣ୍ଟା ନ ପୁରୁଣୁ ଅଭିଯୁକ୍ତକୁ ଏନ୍କାଉଣ୍ଟର କରିଥିଲା ପୁରୀ ବଳିଆପଣ୍ଡା ଥାନା ପୋଲିସ୍। ପୁରୀ ସହରରେ ଚାଞ୍ଚଲ୍ୟ ଖେଳାଇଦେଇଥିବା ହୋଟେଲ ମାଲିକ ପବିତ୍ର ନାୟକଙ୍କ ହତ୍ୟାକାଣ୍ଡ ଘଟଣାରେ ପୋଲିସ ପକ୍ଷରୁ ବଡ଼ ଆକ୍ସନ ନେଇଥିଲା। ବଳିଆପଣ୍ଡା ଥାନା ପୋଲିସ। ପୁଲିସ ଗୁଳିରେ ଅଭିଯୁକ୍ତ ଚନ୍ଦନ ଗୁରୁତର ଆହତ ହୋଇଥିଲା।
ପଢନ୍ତୁ ଏହି ଖବର: ଅନୁଗୁଳରେ ପୋଲିସର ଡବଲ୍ ଏନକାଉଣ୍ଟର, ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବା ବେଳେ ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ପୋଲିସ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିଭଳି ରାଉରକେଲାରେ ହୋଇଥିଲା ଡବଲଏନକାାଉଣ୍ଟର। ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଚୁନୁ ହରିପାଲ ଏବଂ ସୁଶାନ୍ତ ନାୟକଙ୍କୁ ଝିରିପାଣି ନୂଆ ଟୋଲାରେ ଏନକାଉଣ୍ଟର କରିଥିଲା ରାଉରକେଲା ପୋଲିସ। ଏନକାଉଣ୍ଟରରେ ଆହତ ହୋଇଥିବା ଦୁଇ ଅପରାଧୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା ଗତ ୧୬ ତାରିଖରେ ସେକ୍ଟର-୭ ଥାନା ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିର ପାଖ ରାମେଶ୍ୱର ବସ୍ତିରେ ଜଣଙ୍କୁ ହତ୍ୟା କରି ଉଭୟ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଲୋକ ଥାନାରେ ଧାରଣା ଦେଇଥିଲେ। ସଂଘବଦ୍ଧ ଆକ୍ରମଣରେ ପ୍ରାୟ ୩୦ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇଥିଲା।
ଅନୁଗୁଳରେ ମଧ୍ୟ ଡବଲ୍ ଏନକାଉଣ୍ଟର। ସୁନା ଦୋକାନରେ ଲୁଟ୍ ମାମଲରେ ମହାରାଷ୍ଟ୍ରର ୨ ଜଣ ହାର୍ଡକୋର ଲୁଟେରା ସଚିନ ଗେଜଗେ ଓ ପ୍ରକାଶ ମାଦନେଙ୍କୁ ଏନ୍କାଉଣ୍ଟର କରିଥିଲା ପୁଲିସ। ହଣ୍ଡପା ନିକଟରେ ଏନକାଉଣ୍ଟର ହୋଇଥିଲା ।୧୨ ଘଣ୍ଟା ମଧ୍ୟରେ ଏକ ସଶସ୍ତ୍ର ଡକାୟତି ମାମଲା ଚିହ୍ନଟ କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁଥିରେ ଦୁଇଜଣ ଗୁଳିରେ ଆହତ ହୋଇଥିଲେ। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ଜବତ କରିଥିଲା ପୁଲିସ।

Related Topics
Explore more stories