Videos
|
Odisha

Beauty Mohanty Death Case / IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲାର ତଦନ୍ତ ଦାବି କଲା ଓଡ଼ିଶା ପୋଲିସ ଅଫିସର ସଂଘ

Bikash Mohanty
Browse all articles by Bikash Mohanty
·2 weeks ago·3 min read
IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲାର  ତଦନ୍ତ ଦାବି କଲା ଓଡ଼ିଶା ପୋଲିସ ଅଫିସର ସଂଘ
Beauty Mohanty

Key Points

IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲା
ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଓଡ଼ିଶା ପୋଲିସ ଅଫିସର ସଂଘ
୩୦ ଦିନ ମଧ୍ୟରେ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି
କାର୍ଯ୍ୟକ୍ଷେତ୍ରରେ ଚାପ ସହ ପୋଲିସକୁ ଛୁଟି ମିଳୁ ନଥିବା ଅଭିଯୋଗ
ଅଭିଯୋଗ ଆଣିଲା ଓଡ଼ିଶା ପୋଲିସ ଅଫିସର ସଂଘ
କଟକ,୦୫/୦୭:  କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଓଡ଼ିଶା ପୋଲିସ ଅଫିସର ସଂଘ। ଉଚ୍ଚସ୍ତରୀୟ ତଦନ୍ତ ସହ ୩୦ ଦିନ ମଧ୍ୟରେ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି। ସାଧାରଣ ଅପମୃତ୍ୟୁ ନ ଭାବି ଉଚ୍ଚସ୍ତରୀୟ ତଦନ୍ତ ହେଉ। କାର୍ଯ୍ୟକ୍ଷେତ୍ରରେ ଚାପ ସହ ପୋଲିସକୁ ଛୁଟି ମିଳୁ ନଥିବା ଅଭିଯୋଗ ଆଣିଲା ଓଡ଼ିଶା ପୋଲିସ ଅଫିସର ସଂଘ।

କଟକ କମିସନରେଟ୍‌ ପୁଲିସର ଲେଡି ସିଂହମ କୁହାଯାଉଥିବା ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ପୁଲିସ ଏହାକୁ ପ୍ରାଥମିକ ଭାବେ ଆତ୍ମହତ୍ୟା କହୁଛି । ପରିବାର କିନ୍ତୁ ସହଜରେ ଗ୍ରହଣ କରିପାରୁନି। ଏହି ଘଟଣାର ଛାନଭିନ୍ ଆରମ୍ଭ ହୋଇଛି। ଜବତ ହୋଇଥିବା ବିୟୁଟିଙ୍କ ୨ଟି ମୋବାଇଲ୍ ଫୋନ୍ ଷ୍ଟେଟ ଫୋରେନସିକ ଲାଵୋରାଟୋରୀକୁ ଯାଞ୍ଚ ପାଇଁ ପଠାଯାଇଛି । କମିଶନରେଟ୍ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଚାଉଳିଆଗଞ୍ଜ ଥାନାର ଅତିରିକ୍ତ ଇନିସପେକ୍ଟରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଵିୟୁଟିଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଏହା ସହ ବ୍ୟବଚ୍ଛେଦ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଭିଡିଓଗ୍ରାଫି କରାଯାଇଛି। କୌଣସି ବ୍ୟକ୍ତିଗତ ସମସ୍ୟା ନାଁ କର୍ମକ୍ଷେତ୍ରର ଚାପ ଯୋଗୁଁ ଵିୟୁଟି ଏଭଳି ଚରମ ପଦକ୍ଷେପ ନେଲେ,ସେ ନେଇ କମିଶନରେଟ ପୋଲିସ ତଦନ୍ତ କରିଵା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି। ଏହା ସହ ଵିୟୁଟିଙ୍କ ମୃତ୍ୟୁ ପଛରେ କୌଣସି ଵ୍ୟକ୍ତିଙ୍କର କିଛି ଭୂମିକା ଅଛି କି ନାହିଁ,ସେ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି। ଆଉ ଏବେ ଗତ ମାସ ୧୯ ତାରିଖରେ ଵିୟୁଟି ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ସାମ୍ନାକୁ ଆସିଛି।

ପଢନ୍ତୁ ଏହି ଖବର: ସସପେନ୍ସ ବଢ଼ାଇଲା ମୃତ୍ୟୁ ପୂର୍ବରୁ ବିୟୁଟି ମହାନ୍ତିଙ୍କ ହ୍ଵାଟ୍ସଆପ୍ ଷ୍ଟାଟସ୍
 
ଶୁକ୍ରବାର ଦିନ ୧୧ଟାରେ ସେ ଥାନାରେ ନିଜ ଚ୍ୟାମ୍ବରକୁ ଆସି ବିଭିନ୍ନ ମାମଲା ବୁଝିଥିବା ବେଳେ ଖରାବେଳେ କିଛି ସମୟ ଥାନାର ସିସିଟିଏନ୍‌ଏସ୍ ରୁମ୍‌ରେ ବସିଥିଲେ । ଦିନ ସାଢ଼େ ଦୁଇଟା ସମୟରେ ଲାଲବାଗ ଥାନା ପରିସର କ୍ୱାର୍ଟର୍ସକୁ ଯାଇ ସନ୍ଧ୍ୟାରେ ପୁଣି ଥାନାକୁ ଫେରି ଆସିଥିଲେ। ଥାନାର ପୁରୁଣା ମାମଲାଗୁଡିକୁ କ୍ଲୋଜ୍ କରିବାକୁ ଥାନା କର୍ମଚାରୀଙ୍କୁ କହିଥିଲେ । ରାତି ପ୍ରାୟ ୮ଟା ସମୟରେ ଜୋନ୍ -୫ ଏସିପି ସୁଧାଂଶୁ ଜେନା ଥାନାକୁ ଆସି ବିଭିନ୍ନ କେସ୍ ସଂପର୍କରେ ବିଉଟିଙ୍କ ସହ ଆଲୋଚନା କଲା ବେଳେ ସମସ୍ତେ ମିଶି ବ୍ଲାକ୍ କଫି ପିଇଥିଲେ। କିନ୍ତୁ ବିଉଟି କୌଣସି ଚାପରେ ଅଛନ୍ତି ବୋଲି ସେତେବେଳେ ବି ଜଣାପଡ଼ି ନଥିଲା। ରାତି ପ୍ରାୟ ୯ଟା ୧୫ରେ ଚାଉଳିଆଗଞ୍ଜ ଥାନାର ଦ୍ବିତୀୟ ମହଲାରେ ଥିବା ରେଷ୍ଟରୁମ୍‌କୁ ବିଉଟି ଯାଇଥିଲେ ରାତି ୧୧ଟା ସମୟରେ ଥାନା ଡ୍ରାଇଭର ଖାଇବା ପାଇଁ ଫୋନ୍ କରିବାରୁ ବିଉଟି ଆଉ ଫୋନ୍ ଉଠାଇ ନଥିଲେ।

ଗତକାଲି ସକାଳ ପ୍ରାୟ ୮ଟା ସମୟରେ ଥାନା ଭିଏଚ୍‌ଏଫ୍ ଦାୟିତ୍ବରେ ଥିବା ଜଣେ ମହିଳା କର୍ମଚାରୀ ବିଉଟିଙ୍କୁ ଫୋନ କରିଥିଲେ। ତେବେ ସେ ଫୋନ୍ ନ ଉଠାଇବାରୁ ଉପରକୁ ଯାଇ କବାଟ ବାଡ଼େଇଥିଲେ। କିନ୍ତୁ କବାଟ ନ ଖୋଲିବାରୁ ତଳକୁ ଫେରିଥିଲେ। ସକାଳ ୯ଟା ପାଖାପାଖି ସମୟରେ ଗ୍ରୁପ କଲ୍ ପାଇଁ ଚାଉଳିଆଗଞ୍ଜ ଥାନାର ଆଡିସନାଲ୍ ଆଇଆଇସି ସୂର୍ଯ୍ୟକାନ୍ତ ସେଠୀ ଓ ଥାନାର କିଛି କର୍ମଚାରୀ ଆଇଆଇସିଙ୍କ ରେଷ୍ଟରୁମ୍‌କୁ ଯିବା ପାଇଁ ପ୍ରଥମ କବାଟକୁ ପିଟିଥିଲେ ବି ନଖୋଲିବାରୁ ତାହାକୁ ଭାଙ୍ଗିଥିଲେ।

ଘଟଣାକୁ ନେଇ ସନ୍ଦେହ ହେବାରୁ ଏସିପି ସୁଧାଂଶୁ ଜେନା ଓ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ବିଉଟି ରହିଥିବା ରୁମ୍‌ର କବାଟ ଭଙ୍ଗା ଯାଇଥିଲା | ପରେ ଏ ସଂକ୍ରାନ୍ତରେ ବିଉଟିଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। କଟକ ଡିସିପି ଛୁଟିରେ ଥିବାରୁ ଭୁବନେଶ୍ବର ଡିସିପି ଜଗମୋହନ ମୀନା, ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ ଥାନାରେ ପହଞ୍ଚିବା ସହିତ କଟକ ବଡ଼ଡାକ୍ତରଖାନାକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ | ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି| ବିଉଟିଙ୍କ ସ୍ବାମୀ ଓ ତାଙ୍କ ଭାଇ ବି ଏଭଳି ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିବା ସହିତ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି । ବିଉଟିଙ୍କ ଫୋନ୍, ସୋସିଆଲ୍ ମିଡିଆ ଆକାଉଣ୍ଟ ଇତ୍ୟାଦି ଯାଞ୍ଚ କରି ତଦନ୍ତ ଆଗକୁ ବଢ଼ିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳି ମିଳିଛି। ବିଉଟିଙ୍କ ଫୋନ୍‌କୁ ଫରେନସିକ୍ ଲାବ୍‌କୁ ପଠାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Police Officers' Association Demands High-Level Probe into IIC Beauty Mahanti Death Case | Argus News