Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ରାସ୍ତାରୁ ଉଠାଇନେଲା ଭିଜିଲାନ୍ସ ଟିମ୍

Odisha

ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ରାସ୍ତାରୁ ଉଠାଇନେଲା ଭିଜିଲାନ୍ସ ଟିମ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ରାସ୍ତାରୁ ଉଠାଇନେଲା ଭିଜିଲାନ୍ସ ଟିମ୍

ଅର୍ଗସ ବ୍ୟୁରୋ:  ଭିଜିଲାନ୍ସ ଜାଲରେ ଆଇଆଇସି ବାବୁ। ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ରାସ୍ତାରୁ ଉଠାଇନେଲା ଭିଜିଲାନ୍ସ ଟିମ୍। ପ୍ରାଇଭେଟ ବସରେ କଟକ ସ୍ଥିତ ନିଜ ଘରକୁ ଯିବା ସମୟରେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ତାଙ୍କୁ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍। ବସରେ ଟଙ୍କା ଧରି ଯାଉଥିବା ବେଳେ ତାଙ୍କ ନିକଟରୁ ସମସ୍ତ ଅର୍ଥ ଜବତ କରିଛି ଭିଜିଲାନ୍ସ। ଏ ପର୍ଯ୍ୟନ୍ତ ତାଙ୍କ ନିକଟରୁ ମୋଟ୍ 7 ଲକ୍ଷରୁ ବି ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ବେଳେ କେବଳ ତାଙ୍କ ଅଫିସ୍ ଚାମ୍ବରରୁ ମିଳିଛି 1 ଲକ୍ଷ 70 ହଜାର ଟଙ୍କା।

ଏତେ ପଇସା ସେ କୁଆଡେ ନେଉଥିଲେ ଏବଂ କେଉଁଠୁ ଆଣିଲେ ତାକୁ ନେଇ ଏବେ ସୃଷ୍ଟି ହୋଇଛି ସନ୍ଦେହ। ରାଜ୍ୟରେ ପୋଲିସ ବିଭାଗ ଦୁର୍ନୀତିରେ ବୁଡ଼ିଥିବାର ଅଭିଯୋଗ ହୁଏ। ରକ୍ଷକ ଭକ୍ଷକ ସାଜି ଜନତାଙ୍କୁ ଲୁଟୁଥିବାର ମଧ୍ୟ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ। ତେବେ ସବୁଠୁ ବଡ଼ କଥା ହେଉଛି ରାଜ୍ୟ ପୋଲିସ ବିଭାଗ 5t ଏବଂ ମୋ ସରକାର ଅଧୀନରେ କାମ କରୁଥିବା ବେଳେ ଏଠି ଦୁର୍ନୀତି ମୁକ୍ତ ବ୍ୟବସ୍ଥା ଖାଲି ପ୍ରଚାରରେ ସୀମିତ ଥିବା ଅନୁମାନ କରିହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IIC in vigilance net | Argus News