Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘରେ ପଶି ମହିଳାଙ୍କୁ କରିଥିଲେ ଦୁଷ୍କର୍ମ ଉଦ୍ୟମ

Odisha

ଘରେ ପଶି ମହିଳାଙ୍କୁ କରିଥିଲେ ଦୁଷ୍କର୍ମ ଉଦ୍ୟମ

Smruti Parija
Browse all articles by Smruti Parija
·2 years ago·2 min read
ଘରେ ପଶି ମହିଳାଙ୍କୁ କରିଥିଲେ ଦୁଷ୍କର୍ମ ଉଦ୍ୟମ

ଅର୍ଗସ ବ୍ୟୁରୋ:  ଲାଞ୍ଚୁଆ ଆଇଆଇସି ସୁଶାନ୍ତ ଶତପଥୀଙ୍କ ଖୋଲୁଛି କେଳେଙ୍କାରୀର ଗୁମର । ତିଗିରିଆ ଥାନାରେ ଥିବା ସମୟରେ ତାଙ୍କ ନାଁରେ ଆସିଥିଲା ସଂଗୀନ ଅଭିଯୋଗ । ନ୍ୟାୟ ପାଇଁ ଯାଇଥିବା ମହିଳାଙ୍କୁ ଦେଇଥିଲେ ନିର୍ଯାତନା । ଟଙ୍କା ଫେରାଇଦେବା ବାହାନାରେ ଘରେ ପଶି ପୋଲିସ ବାବୁ ସୁଶାନ୍ତ ମହିଳାଙ୍କୁ କରିଥିଲେ ଦୁଷ୍କର୍ମ ଉଦ୍ୟମ । ଧମକାଇଲେ କହିଲେ ଘରେ ବୁଲଡୋଜର ଚଢାଇଦେବି । 

ଏନେଇ ମହିଳା ଜଣଙ୍କ ଏସପିଙ୍କ ଠାରୁ ଆରମ୍ଭ କରି ଡିଜିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଅଭିଯୋଗ କଲେ । ହେଲେ ପୋଲିସ ଆକସନ୍ ନେଲା ନାହିଁ । ଓଲଟା ତାଙ୍କର ପ୍ରମୋସନ୍ ହୋଇଥିଲା । ଏମିତି କି ସ୍ଥାନୀୟ ଲୋକେ ବି ଓହ୍ଲାଇଥିଲେ ଆନ୍ଦୋଳନକୁ । ରାୟଗଡ଼ରେ ବି ବ୍ୟଭିଚାରର ଅଭିଯୋଗ ସୁଶାନ୍ତଙ୍କ ନାଁରେ । ଏମିତି କି ଅଶ୍ଲୀଳ ଚାଟିଂର ତାଙ୍କ ଫଟୋ ବି ଭାଇରାଲ୍ ହୋଇଥିଲା।  
ଏବେ ବଡ଼ ପ୍ରଶ୍ନ କାହା ସାହସରେ ମହିଲାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲେ ଶୁଶାନ୍ତ, କାହା ଚାପରେ ମାମଲାକୁ ଚାପି ଦେଲା ପୋଲିସ, କିଏ ଦେଉଥିଲା କେଳେହ୍କାରୀଆ ଲାଞ୍ଚୁଆ ପୋଲିସ ସୁଶାନ୍ତ ଶତପଥୀଙ୍କୁ ସୁରକ୍ଷା, ପ୍ରସଙ୍ଗରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଘେରିଛି ବିଜେପି। ସ୍ଥାନୀୟ ବିଜେପି ନେତା ଅଭୟ ବାରିକ ସୁଶାନ୍ତଙ୍କ ନିର୍ଯାତନାର ଶିକାର ଲୋକଙ୍କୁ ନେଇ ପ୍ରେସମିଟ୍ କରିଛନ୍ତି, ସିଧାସଳଖ କହିଛନ୍ତି ସୁଶାନ୍ତଙ୍କୁ ସୁରକ୍ଷା ଦେଉଥିଲେ ରାଜା । ରାଜାଙ୍କ ଛତ୍ରଛାୟାରେ ଦୁର୍ନିତୀ ସହିତ ଯୌନ କେଳେଙ୍କାରୀରେ ସାମ୍ରାଜ୍ୟ ବିସ୍ତାର କରିଥିବା ଅଭିଯୋଗ ହୋଇଛି।   

ବୈପାରିଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ପାଖରୁ ନଗଦ 37 ଲକ୍ଷ ଟଙ୍କା ବାହାରିବା ପରେ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ଥାନା ବାବୁଙ୍କ  ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରଖି ଏଥିରେ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜଣେ ମନ୍ତ୍ରୀ ଏବଂ ପୂର୍ବତନ ମନ୍ତ୍ରୀ ଙ୍କୁ ଟାଣିଥିଲା ବିଜେପି । ସୁଶାନ୍ତଙ୍କ  ଗଞ୍ଜେଇ କାରବାରରେ ଏହି 2 ଜଣ ନେତାଙ୍କ ସଂପୃକ୍ତି ଥିଲା କି ବୋଲି ପ୍ରଶ୍ନ କରି ସେମାନଙ୍କୁ ବି ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲା ବିଜେପି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Argus Whatsapp Channel Mobile Top
Sponsored
iic-sushant-sathpathy-update-news | Argus News