Videos
|
Odisha

Jewellery Trade Show India / ମୁମ୍ବାଇରେ IIJS ଭାରତ ସିଗ୍ନେଚର ୨୦୨୬: ଅଳଙ୍କାର ଶିଳ୍ପର ମହାକୁମ୍ଭ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ମୁମ୍ବାଇରେ IIJS ଭାରତ ସିଗ୍ନେଚର ୨୦୨୬: ଅଳଙ୍କାର ଶିଳ୍ପର ମହାକୁମ୍ଭ
IIJS Signature

Key Points

IIJS ଭାରତ ସିଗ୍ନେଚର ୨୦୨୬
୧୬୦୦ରୁ ଅଧିକ ପ୍ରଦର୍ଶକ ସହ ୩୩୦୦ ଷ୍ଟଲ
ଭାରତର ଗହଣା ଓ ରତ୍ନ ଶିଳ୍ପର ଏକ ପ୍ରମୁଖ ବାଣିଜ୍ୟ ମେଳା IIJS ଭାରତ – ସିଗ୍ନେଚର ୨୦୨୬ର ୧୮ତମ ସଂସ୍କରଣ ଆସନ୍ତା ଜାନୁଆରୀ ୮ରୁ ୧୧ ଯାଏଁ ମୁମ୍ବାଇର ଜିଓ ୱର୍ଲ୍ଡ କନଭେନସନ୍ ସେଣ୍ଟର ଏବଂ ଜାନୁଆରୀ ୯ରୁ ୧୨ ଯାଏଁ ବମ୍ବେ ଏକଜିଭିସନ୍ ସେଣ୍ଟରରେ ଆୟୋଜିତ ହେବ ।

ଭାରତର ପ୍ରମୁଖ ଅଳଙ୍କାର ବାଣିଜ୍ୟ ପ୍ରଦର୍ଶନୀ ମଧ୍ୟରୁ ଗୋଟିଏ ଭାବରେ ସ୍ୱୀକୃତିପ୍ରାପ୍ତ ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ପ୍ରଦର୍ଶକ, ନିର୍ମାତା ଏବଂ ଶିଳ୍ପପତିମାନେ ଅଂଶଗ୍ରହଣ କରିବେ ।

ଏହି ପ୍ରଦର୍ଶନୀ ପୂର୍ବରୁ ଭୁବନେଶ୍ୱରର ଖିମଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମଜୀ, ଭବିଷ୍ୟତର ଚୟନ ଦିଗରେ ପ୍ରଦର୍ଶନୀର ଗୁରୁତ୍ୱ ଉପର ଗୁରୁତ୍ୱାରୋପ କରିଥିଲେ ।

ସେ ଆହୁରି କହିଥିଲେ, "IIJS ଭାରତ ସିଗନେଚର ୨୦୨୬ରେ ଏମିତି ଡିଜାଇନ୍‌ ଦେଖିବାକୁ ମିଳିବ ଯାହା ଆଞ୍ଚଳିକ ପସନ୍ଦ ଏବଂ ପରିବର୍ତ୍ତିତ ଗ୍ରାହକଙ୍କ ଆଚରଣକୁ ପ୍ରତିଫଳିତ କରିବ । ଏହି ପ୍ରଦର୍ଶନୀ ଆମକୁ ବୁଝିବାରେ ସାହାଯ୍ୟ କରିବ ଯେ ନିର୍ମାତାମାନେ ସେମାନଙ୍କର ଡିଜାଇନ୍ ଧ୍ୟାନ କେଉଁଠାରେ ଦେଉଛନ୍ତି, ଯାହା ଆଗାମୀ ମାସ ପାଇଁ ଆମର ଚୟନ ଯୋଜନା କରିବା ସମୟରେ ଗୁରୁତ୍ୱପୂର୍ଣ୍ଣ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ପ୍ରଦର୍ଶନୀରେ ୧୬୦୦ରୁ ଅଧିକ ପ୍ରଦର୍ଶକ ଏବଂ ୩,୩୦୦ରୁ ଅଧିକ ଷ୍ଟଲ ରହିବ । ଯାହା ଗହଣା ଓ ରତ୍ନ ଶିଳ୍ପର ବର୍ତ୍ତମାନ ଓ ଭବିଷ୍ୟତ ଧାରାକୁ ରିଫ୍ଲେକ୍ଟ କରିବ ।
IIJS ଭାରତ ସିଗନେଚରକୁ ଭାରତର ଅଳଙ୍କାର କ୍ୟାଲେଣ୍ଡରରେ ଏକ ପ୍ରମୁଖ ବାଣିଜ୍ୟ ପ୍ରଦର୍ଶନୀ ଭାବରେ ବହୁ ଦିନ ଧରି ସ୍ୱୀକୃତି ମିଳିଛି । ୨୦୨୬ ମସିହାରେ ହେଉଥିବା ପ୍ରଦର୍ଶନୀ ରତ୍ନ ଏବଂ ଅଳଙ୍କାର ପାଇଁ ଏକ ବିଶ୍ୱବ୍ୟାପୀ କେନ୍ଦ୍ର ଭାବରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।
ଏହି ପ୍ରଦର୍ଶନୀ ଖୁଚୁରା ବିକ୍ରେତା ଏବଂ ନିର୍ମାତାମାନଙ୍କୁ ସେମାନଙ୍କର ରଣନୀତିକୁ ସଜାଡ଼ିବା ପାଇଁ ଏକ ରୋଡମ୍ୟାପ୍ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

Related Topics

Explore more stories

IIJS India Signature 2026 Mumbai: Premier Jewellery Trade Show | Argus News