IIWM Odisha / ଜଳ ସଙ୍କଟ ରୋକିବାକୁ ବଡ଼ ପଦକ୍ଷେପ, ଚାଷୀଙ୍କ ଆୟ ବଢ଼ାଇବ ନୂଆ ଜଳ ପରିଚାଳନା ଟେକ୍ନୋଲୋଜି
·4 months ago·2 min read

Key Points
IIWM ପାଳିଲା ୩୯ତମ ପ୍ରତିଷ୍ଠା ଦିବସ
୧୧ ଜଣ ଶ୍ରେଷ୍ଠ କୃଷକ ସମ୍ମାନିତ
ଭୂଜଳ ସ୍ତର ହ୍ରାସ ନେଇ ବଢ଼ିଲା ଚିନ୍ତା
୧୧ ଜଣ ଶ୍ରେଷ୍ଠ କୃଷକ ସମ୍ମାନିତ
ଭୂଜଳ ସ୍ତର ହ୍ରାସ ନେଇ ବଢ଼ିଲା ଚିନ୍ତା
୩୯ ତମ ପ୍ରତିଷ୍ଠା ଦିବସ ପାଳନ କରିଛି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ । ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ୍ କରିଥିଲେ ।
ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ବର୍ତ୍ତମାନ ଗ୍ରୀଷ୍ମ ଋତୁ । ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରେ ଭୂତଳ ଜଳ ସ୍ତର ହ୍ରାସ ଏକ ବଡ଼ ଚିନ୍ତାର କାରଣ ପାଲଟିଛି । ଆମ ସମସ୍ତଙ୍କ ମିଳିତ ପ୍ରୟାସରେ ଭୂଜଳ ସ୍ତର ହ୍ରାସ ରୋକିବାକୁ ହେବ । IIWM ଦ୍ଵାରା ବିକଶିତ କୃତ୍ରିମ ଭୂଜଳ ଭରଣ ଟେକ୍ନୋଲୋଜି ଏ ଦିଗରେ ନିଶ୍ଚୟ ସହାୟକ ହେବ ।
ସେହିପରି ଆଇସିଏଆର – ସିଫାର ନିର୍ଦ୍ଦେଶକ ଡକ୍ଟର ପ୍ରମୋଦ କୁମାର ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ସ୍ଥାପନା ଦିବସ ଅଭିଭାଷଣ ରଖିଥିଲେ । ସେ କହିଥିଲେ ଯେ ବର୍ଷା ଜଳ ସଂରକ୍ଷଣ କରି ସେଥିରେ କୃଷି କାର୍ଯ୍ୟ ସହିତ ମାଛ ଚାଷ ଦ୍ଵାରା ଚାଷୀ ତାଙ୍କର ଆୟକୁ ବହୁ ଗୁଣିତ କରିପାରିବେ ।
ଅନ୍ୟତମ ସମ୍ମାନିତ ଅତିଥି ଓଡ଼ିଶା ସରକାରଙ୍କ କୃଷି ବିଭାଗର ମୁଖ୍ୟ ଯନ୍ତ୍ରୀ ଇଞ୍ଜିନିୟର ବିଷ୍ଣୁ ପ୍ରସାଦ ମିଶ୍ର ତାଙ୍କ ଅଭିଭାଷଣରେ କହିଲେ ଯେ ଆଗାମୀ ଦିନରେ ଜଳ ସଙ୍କଟ ନ ଆସିବା ପାଇଁ ଚାଷୀଭାଇମାନଙ୍କୁ ଆଇଆଇଡବ୍ଲ୍ୟୁଏମ ଦ୍ଵାରା ବିକଶିତ ଜଳ ସଞ୍ଚୟକାରୀ କୃଷି ପଦ୍ଧତି ଆପଣେଇବାକୁ ପଡ଼ିବ ।
ସର୍ବ ପ୍ରଥମେ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡଙ୍ଗୀ ଅତିଥିମାନଙ୍କୁ ସ୍ଵାଗତ କରିବା ସହିତ ତାଙ୍କ ପରିଚୟ ପ୍ରଦାନ କରିଥିଲେ । ଡକ୍ଟର ଷଡ଼ଙ୍ଗୀ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ଆଇଆଇଡବ୍ଲ୍ୟୁଏମର ବୈଜ୍ଞାନିକ ମାନଙ୍କ ଦ୍ଵାରା ବିକଶିତ ଟେକ୍ନୋଲୋଜି ଗୁଡିକର ଉପକାରିତା ବିଷୟରେ ଉପସ୍ଥିତ ଜନତାଙ୍କୁ ଅବଗତ କରାଇଥିଲେ ।
ସେ କହିଥିଲେ ଯେ ଆମେ ଜଳସେଚନରେ ଆଧୁନିକ ଟେକ୍ନୋଲୋଜି ଯଥା ସମ୍ମନ୍ଵିତ ସେନ୍ସିଂ ସିଷ୍ଟମ ଓ କେନାଲ ସ୍ଵୟଂ ଚାଳିତ ସିଷ୍ଟମ ଇତ୍ୟାଦିରେ ଚାଷୀ ମାନଙ୍କୁ ଅଭ୍ୟସ୍ତ କରାଉଛୁ । ସ୍ଥାପନା ଦିବସ ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୧ ଜଣ ଶ୍ରେଷ୍ଠ କୃଷକଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍କର୍ଷ କାର୍ଯ୍ୟ ପାଇଁ ଶ୍ରେଷ୍ଠ ବୈଜ୍ଞାନିକ ଓ ଶ୍ରେଷ୍ଠ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରତିଷ୍ଠାନରୁ ପ୍ରକାଶିତ ବିଭିନ୍ନ ଟେକ୍ନୋଲୋଜି ବୁଲେଟିନକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ଅବସ୍ଥିତ ବିଭିନ୍ନ ଆଇସିଏଆର ସଂସ୍ଥାର ମୁଖ୍ୟ, ରାଜ୍ୟ ସରକାରଙ୍କ ବିଭିନ୍ନ ପଦାଧିକାରୀ, ବୈଜ୍ଞାନିକ, ବୈଷୟିକ ଅଧିକାରୀ, ପ୍ରଗତିଶୀଳ କୃଷକ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
Related Topics
Explore more stories