Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫେବୃଆରୀ ୧୦ରୁ ଆରମ୍ଭ ହେବ ଇଜ୍‌ତେମା

Manini Pattanayak
Browse all articles by Manini Pattanayak
·2 years ago·1 min read
ଫେବୃଆରୀ ୧୦ରୁ ଆରମ୍ଭ ହେବ ଇଜ୍‌ତେମା

ଯାଜପୁର:  ଫେବୃଆରୀ ୧୦ରୁ ଆରମ୍ଭ ହେବ ଇଜ୍‌ତେମା। ସେନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି। ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟ ସ୍ତରୀୟ ଅଲ ଓଡିଶା ଇଜ୍‌ତେମା ଧର୍ମସଭା ଆସନ୍ତା ୧୦ରୁ ୧୨ ତାରିଖ ଅପରାହ୍ନ ପର୍ଯ୍ୟନ୍ତ  ବିଞ୍ଝାରପୁର ଠାରେ ଅନୁଷ୍ଠିତ ହେବ। ଏଥିପାଇଁ ଅଲ ଓଡିଶା ଇଜ୍‌ତେମା କମିଟି, ବିଞ୍ଝାରପୁର ପ୍ରଶାସନ ଓ ବିଞ୍ଝାରପୁର ବାସୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସଭାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ବିଶିଷ୍ଠ ଧର୍ମଗୁରୁ ମାନେ ଯୋଗଦେବା ସହିତ ଓଡିଶାର କୋଣଅନୁକୋଣରୁ ୪୦ ହଜାରରୁ ଉର୍ଦ୍ଧ୍ୱ  ସଂଖ୍ୟାଲଘୁ ଭାଇ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସେମାନଙ୍କ ରହଣି, ଖାଦ୍ୟପେୟ ଓ ନିତ୍ୟକର୍ମ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଅସ୍ଥାୟି କ୍ୟାମ୍ପ ସହିତ ଶତାଧିକ ଅସ୍ଥାୟି  ଶୈାଚାଳୟ , ପିଇବା ପାଣି ଆଦିର ବ୍ୟବସ୍ଥା କରାଯାଉଛି । ଏହି କାର୍ଯ୍ୟକ୍ରମ ନିମନ୍ତେ ବିଞ୍ଝାରପୁର ବ୍ଲକ ପ୍ରଶାସନ , ତହସିଲ କତୃପକ୍ଷ ବିଞ୍ଝାରପୁର ଥାନା ଅଧିକାରୀଣୀଙ୍କ ସମେତ ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ ଅଲ ଓଡିଶା  ଇଜ୍‌ତେମା କମିଟି ସଭାପତି ମୋଲାନା ମହମଦ୍ ଜାୱେଦ ସାହେବ,   ଏସକେ ମହମଦ୍ ଇଜ୍‌ହାର, ମିର ରିଆଜୁଦ୍ଦିନ, ମିର ଅଫସର ଅଲ୍ଲି ପ୍ରମୁଖ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ijtema will start from February 10. extensive preparations are underway | Argus News