|
logo
Live

Argus News - ଡଙ୍କାରୀରେ ବେଆଇନ୍ ବିସ୍ପୋରଣ , ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

Odisha

ଡଙ୍କାରୀରେ ବେଆଇନ୍ ବିସ୍ପୋରଣ , ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

Ritu Das
Browse all articles by Ritu Das
·1 year ago·2 min read
ଡଙ୍କାରୀରେ ବେଆଇନ୍ ବିସ୍ପୋରଣ , ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

ଅର୍ଗସ ବ୍ୟୁରୋ: ଡଙ୍କାରୀ ବିସ୍ପୋରଣ ଘଟଣାର ଦ୍ୱିତୀୟ ଦିନରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏବେବି କଳାପଥର ତଳେ ଚାପି ହୋଇ ରହିଛନ୍ତି ଏକାଧିକ ଶ୍ରମିକ । ଦୁଇଦିନ ଧରି ଚାଲିଛି ଉଦ୍ଧାର କାର୍ଯ୍ୟ । ଦେଖନ୍ତୁ ସେହି ଭୟଙ୍କର ଦୃଶ୍ୟ, କେମିତି କଳାପଥର ତଳେ ପୋତି ହୋଇରହିଛନ୍ତି ଶ୍ରମିକ । ଆଉ ପ୍ରଶାସନ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ ।

ଡଙ୍କାରୀରେ ଚାଲିଛି ବେଆଇନ୍ କଳାପଥର ଲୁଟ । ମାଫିଆଙ୍କ ସୁରକ୍ଷାରେ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ । ଲିଜ୍ ଧାରୀ ନାରାୟଣ ରାଉତ ଓ ନିରଞ୍ଜନ ରାଉତ ପରି ମାଫିଆଙ୍କୁ ଶାସକ ଦଳ ସୁରକ୍ଷା ଦେଉଥିବା ହେତୁ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ତଥା ଧର୍ମଶାଳା ବିଜେପି ବିଧାୟିକା ପ୍ରାର୍ଥୀ ସ୍ମୁତିରେଖା ପହି । ସେପଟେ ଡଙ୍କାରୀ ବିସ୍ପୋରଣକୁ ନେଇ ଥାନାରେ ପହଁଞ୍ଚିଛି ମାମଲା ।

ପରିବାରର ଛତ୍ରଛାୟା ଚାଲିଛି ଲୁଟ । ଏଠି ଲୋକଙ୍କ ସ୍ୱପ୍ନକୁ କରାଯାଉଛି ଚୋରି  । ଆଉ ପ୍ରାଚ୍ୟୁର୍ଯ୍ୟ ଭରା ଅଞ୍ଚଳକୁ ରାତି ରାତି ବନାଯାଉଛି ନଗଡା । ଗୋଟିଏ ପଟେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବାର ବାଦକୁ ବିରୋଧ କରୁଥିବା ବେଳେ ଯାଜପୁର ଜିଲ୍ଲାରେ କିନ୍ତୁ ପୀଢି ପରେ ପୀଢି ରାଜନୀତି କରିବା ସହ ଲୁଟୁଛନ୍ତି କୋଟି କୋଟି ଟଙ୍କାର ରାଜସ୍ୱ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଫୁଲ ଘଡେଇ ପରେ ତାଙ୍କ ପୁଅ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ପରି ନେତାମାନେ ଏହି କଳାହୀରା ଲୁଟର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ ହୋଇଛି । ଆଉ ଏବେ କୋରେଇରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କ ମାଙ୍କୁ  ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ କରି ପାୱାର ମାଡି ବସିବାକୁ ଚେଷ୍ଟା କରିଛନ୍ତି । ସେପଟେ ଧର୍ମଶାଳାର ଡଙ୍କାରୀରେ ହୋଇଥିବା ଏପରି ବିସ୍ପୋରଣକୁ ନେଇ ବର୍ଷିଛନ୍ତି ସ୍ଥାନୀୟ ଲୋକେ ।

ପ୍ରଶାସନ, ରାଜନେତା ଓ ପୋଲିସର ତ୍ରିକୋଣୀୟ ମେଳି । ଧର୍ମଶାଳାର ଡଙ୍କାରୀରୁ ପ୍ରତିଦିନ ଲୁଟ ହେଉଛି କୋଟିକୋଟି ଟଙ୍କାର ରାଜସ୍ୱ । ଆଉ ଡଙ୍କାରୀରେ ଗଡିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ହେଲେ ଏହାର ଖବର ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଅଛି ତ ଏହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
ଡଙ୍କାରୀରେ ବେଆଇନ୍ ବିସ୍ପୋରଣ , ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ | Argus News