Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୁଲମ ଖୁଲା ଲାଞ୍ଚ କାରବାର 

Manini Pattanayak
Browse all articles by Manini Pattanayak
·2 years ago·1 min read
କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୁଲମ ଖୁଲା ଲାଞ୍ଚ କାରବାର 

କେନ୍ଦ୍ରାପଡା: ପୁଣି ପିସି ମଷ୍ଟ୍ ଷ୍ଟପର ଉଡିଲା ଧଜ୍ଜିଆ । କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୁଲମ ଖୁଲା ଲାଞ୍ଚ କାରବାର ।  ବିନା ଲାଞ୍ଚରେ ହେଉନି ଫାଇଲ୍ କାମ ।  କିରାଣୀ ଷ୍ଟେନୋ ଓ ରେକଡ଼ କିପର୍ ମାଧ୍ୟମରେ ବେଆଇନ ଭାବେ ଟଙ୍କା ଆଦାୟ କରାଯାଉଛି ।  ଯାହାର ଏକ୍ସକ୍ଲୁସିଭ୍ ଭିଡିଓ ଲାଗିଛି ଅର୍ଗସ ହାତରେ । ନିଜ ଜମିକୁ ଜବରଦଖଲ କରି ରଖିଥିବା ବ୍ୟକ୍ତିଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ଥର ହାତ ଗୁଞ୍ଜାଣିଆ ଦେଇଛନ୍ତି କେନ୍ଦ୍ରାପଡ଼ା ବ୍ଲକ ଅଂଚଳର ବୃଦ୍ଧ ମଉସା ସନାତନ ଦାସ ।

 ଜମି ପାଇଁ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛନ୍ତି ସନାତନ ।  ପ୍ରତିଥର ଅଭିଯୋଗ ନେଇଗଲେ ତାଙ୍କୁ ଅଧିକାରୀ ଓ କର୍ମଚାରୀଙ୍କୁ ଲାଞ୍ଚ ଦେବାକୁ ପଡିଥାଏ ବୋଲି ସେ ଅଭିଯୋଗ ଆଣିଛନ୍ତି । କିଛି ଦିନ ତଳେ କୋରାପୁଟ ଲକ୍ଷ୍ମୀପୁର ବ୍ଲକରୁ ଆସିଥିଲା ପିସି କାରବାରର ବଡ ଅଭିଯୋଗ । ପ୍ରତ୍ୟେକ ଠିକାଦାରଙ୍କଠୁ ଲକ୍ଷେ ଟଙ୍କାର କାମକୁ ୧୫ ପ୍ରତିଶତ ପିସି ନେଉଥିବାର ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ୍ ହୋଇଥିଲା । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Illegal collection of money through clerk steno and record keeper. | Argus News