Videos
|
Odisha

ଭୁବନେଶ୍ବର ସାଲିଆ ସାହିରେ ମାଟିରେ ମିଶିଲା ଦେଶୀ ମଦ ଭାଟି

Manini Pattanayak
Browse all articles by Manini Pattanayak
·2 years ago·2 min read
ଭୁବନେଶ୍ବର ସାଲିଆ ସାହିରେ ମାଟିରେ ମିଶିଲା ଦେଶୀ ମଦ ଭାଟି

ଭୁବନେଶ୍ୱର:  ମଦ ମାଫିଆଙ୍କ ବିରୋଧରେ ମୋହନ ସରକାରଙ୍କ କଡ଼ା ଆକ୍ସନ୍ । ଗ୍ରାଉଣ୍ଡ ଜିରୋରେ ପୋଲିସ-ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ବର ସାଲିଆ ସାହିରେ ମାଟିରେ ମିଶିଲା ଦେଶୀ ମଦ ଭାଟି । ସାରା ରାଜ୍ୟରେ ଭାଙ୍ଗୁଛି ବେଆଇନ ମଦ ଭିତ୍ତିଭୂମି । ଆଇନ ମନ୍ତ୍ରୀ କହିଥିଲେ, ବେଆଇନ ମଦ ଶିଳ୍ପ ଉପରେ ଚାଲିବ ବୁଲ୍‌ଡୋଜର । ୨୪ ବର୍ଷରେ ବେଆଇନ ମଦ କାରବାରକୁ ଆଇନରେ ପରିଣତ କରିଥିଲା ବିଜେଡି । ଗଞ୍ଜାମ ମଦ ମୃତ୍ୟୁରେ ବିଜେଡି ସପୃକ୍ତିର ପ୍ରମାଣ ଥିବାରୁ ବିଧାନସଭା ଚଳାଇ ନ ଦେବାକୁ କରୁଛି ହଙ୍ଗାମା । 
ଯେଉଁଠି ମଦ ପ୍ରସ୍ତୁତ କରାଯାଉଥିଲା। 3ଟି ମଦ ଭାଟିକୁ ଧ୍ବସ୍ତ କରି ମାଟିରେ ମିଶାଇ ଦିଆଯାଇଛି । ବହୁ ପରିମାଣର ଦେଶୀ ମଦ, ପୋଚ ନଷ୍ଟ କରାଯାଇଛି । ସରଞ୍ଜାମ ଜବତ ହୋଇଛି ।

କେବଳ ରାଜଧାନୀ ଭୁବନେଶ୍ବର ନୁହେଁ ସାରା ରାଜ୍ୟରେ ବେଆଇନ ଦେଶୀ ମଦ କାରବାର ବନ୍ଦ କରିବାକୁ ଆକ୍ସନ ମୋଡରେ ମୋହନ ସରକାର । ବେଆଇନ ଦେଶୀ ମଦ ଭାଟି ଉପରେ ସବୁଠି ଜାରି ରହିଛି ଚଢ଼ାଉ । ଦୁଇ ଦିନ ତଳେ ଆଇନ ମନ୍ତ୍ରୀ କହିଥିଲେ ରାଜ୍ୟ ସାରା ବେଆଇନ ମଦ ଭାଟି ଉପରେ ବୁଲିବ ବୁଲଡୋଜର । ମାଟିରେ ମିଶିବ ବେଆଇନ ମଦ ଭାଟି । ବର୍ଷେ ଭିତରେ ଭାଙ୍ଗିବ ବେଆଇନ ମଦ ନେଟୱର୍କ । ଅନ୍ୟପଟେ କିଛି ଦିନ ତଳେ ଗଞ୍ଜାମ ଚିକିଟିରେ ହୋଇଥିବା ମଦ ମୃତ୍ୟୁ ଘଟଣା ଖୋଲିଦେଇଛି ପୂର୍ବ ବିଜେଡି ସରକାରର ମଦ ପ୍ରୀତିର ପୋଲ୍ । ଚିକିଟିରେ ଚୋରା ମଦ କାରବାର ପଛରେ ସେଠାରେ ବିଜେଡିର ସଙ୍ଗଠନ ବୁଝୁଥିବା ବିଜେଡି ନେତା ସୁରେନ୍ଦ୍ର ମଣ୍ଡଳ ।

ମାମଲାରେ ଗିରଫ ହେଉଥିବା ଲୋକେ ବି ବିଜେଡ଼ି ସହ ଲିଙ୍କରେ ।  ପ୍ରମାଣିତ ହେଉଛି ଚୋରା ମଦ ବେପାରୀଙ୍କୁ ସାବାଡ଼ କରିବା ପରିବର୍ତ୍ତେ ଅହେତୁକ ପ୍ରୋତ୍ସାହନ ଦେଉଥିଲେ ନବୀନ ସରକାର । ୨୪ ବର୍ଷରେ ବେଆଇନ ମଦ କାରବାରକୁ ଆଇନରେ ପରିଣତ କରିଥିଲା ବିଜେଡି । ମଦ ମାଫିଆଙ୍କୁ ଗେହ୍ଲାପୁଅ କରି ରଖିଥିଲେ। ଆଉ ଗଞ୍ଜାମ ମଦ ମୃତ୍ୟୁରେ ସପୃକ୍ତିର ପ୍ରମାଣ ସାମ୍ନାକୁ ଆସିବା ପରେ ବିଧାନସଭା ଚଳାଇ ନ ଦେବାକୁ ହଙ୍ଗାମା କରୁଛନ୍ତି ବିଜେଡି ବିଧାୟକ। ଆଉ ଏମିତି ଜନତାଙ୍କ ସାମ୍ନାକୁ ଆସୁଛି ବିତର୍କକୁ ନ ଆସି ପ୍ରାୟୋଜିତ କରୁଥିବା ଦଳର ମୁଖା। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: