ବେଆଇନ ମଦ କାରବାର ବିଜେଡି ସରକାର ବେଳେ ଥିଲା ଅଲିଖିତ ନୀତି

- ବିଜେଡ଼ିର ଗେହ୍ଲା ପୁଅ ଥିଲେ ଦେଶୀ ମଦ ମାଫିଆ
- ବେଆଇନ ମଦ କାରବାର ବିଜେଡି ସରକାର ବେଳେ ଥିଲା ଅଲିଖିତ ନୀତି
- ଲାଇସେନ୍ସଠୁ ଅଧିକ ହେଉଥିଲା ପ୍ରଡକ୍ସନ୍
- ଟଙ୍କା ଯାଉ ନଥିଲା ସରକାରୀ ତହବିଲକୁ ଯାଉଥିଲା ବିଜେଡି ନେତାଙ୍କ ହାତପାଣ୍ଠିକୁ
- ଦେଶୀ ମଦ କାରବାର ଉପରେ ରୋକ ପାଇଁ ବିଜେପି କହିଛି
- ବେଆଇନ୍ କାରବାର ଓ ଭିତ୍ତିଭୂମି ଭାଙ୍ଗିଦେବା ଉପରେ ପଦକ୍ଷେପ
ଅର୍ଗସ ବ୍ୟୁରୋ: ନୂଆ ସରକାରରେ ମଦ ମୃତ୍ୟୁ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି । ବିଜେଡ଼ି ଡ୍ରାମାର ଖୋଲୁଛି ଗୁମର । ୨୪ ବର୍ଷରେ ମଜବୁତ କରିଛନ୍ତି ବେଆଇନ ମଦ ଭିତ୍ତିଭୂମି । ବେଆଇନ ମଦ ଟଙ୍କା ବିଜେଡି ନେତାଙ୍କର ହୋଇଥିଲା ହାତ ପାଣ୍ଠି । ଚିକିଟି ମଦ ଅଭିଯୁକ୍ତଙ୍କ ବିଜେଡି ଲିଙ୍କର ସଙ୍ଗୀନ ଅଭିଯୋଗ । ଅଭିଯୋଗ, ମଦ ବେପାରର କିଙ୍ଗପିନ ସୁରେନ୍ଦ୍ର ମଣ୍ଡଳ ଥିଲେ ବିଜେଡି ନେତାଙ୍କ ଅତି ଖାସ... ଚିକିଟି ମଦ ଟ୍ରାଜେଡି ଖୋଲି ଦେଇଛି ପୂର୍ବ ବିଜେଡ଼ି ସରକାରର ମଦ ପ୍ରୀତିର ପୋଲ ।
ଚିକିଟି ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିବା ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି ଅବକାରୀ ମନ୍ତ୍ରୀ ଏବଂ ତିନି ବିଜେପି ବିଧାୟକ । ଏମକେସିଜି ମେଡିକାଲ ଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୃଥୀରାଜ । ଅବକାରୀ ମନ୍ତ୍ରୀ କହିଛନ୍ତି ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣାର ହେବ RDC ସ୍ତରୀୟ ତଦନ୍ତ । ୨ ମାସ ଭିତରେ ଆସିବ ତଦନ୍ତ ରିପୋର୍ଟ । ରାଜ୍ୟ ସାରା ବେଆଇନ ମଦ ଭାଟି ଉପରେ ବୁଲିବ ବୁଲଡୋଜର । ମାଟିରେ ମିଶିବ ବେଆଇନ ମଦ ଭାଟି । ବର୍ଷେ ଭିତରେ ଭାଙ୍ଗିବ ବେଆଇନ ମଦ ନେଟୱର୍କ । ରାଜ୍ୟ ସାରା ରେଡ ଆରମ୍ଭ ହୋଇଛି । ୨୧୭ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି । ୧୧୭ ଜଣଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇଛି । ମଦ ମୃତ୍ୟୁ ଘଟଣା ପାଇଁ ବ୍ରହ୍ମପୁର ଅବକାରୀ ଜିଲ୍ଲାର ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍-ଇନ୍ସପେକ୍ଟର ପ୍ରସନ୍ନ କୁମାର ଜାଲି ନିଲମ୍ବିତ ହୋଇଛନ୍ତି । ଏହାସହ ବ୍ରହ୍ମପୁର ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ଆଉ ଏ ସବୁ ଭିତରେ ଚିକିଟି ମଦ ମୃତ୍ୟୁ ଘଟଣାକୁ ନେଇ ଥମୁନି ରାଜନୀତି । RDC ତଦନ୍ତ ହେବ ବୋଲି ସରକାର କହିବା ପରେ ବି ବିଧାନସଭାରେ ଦେଖିବାକୁ ମିଳିଛି ବିରୋଧୀ ବିଜେଡ଼ିର ହାଇଡ୍ରାମା । ଆଜି ଦିନ ତମାମ ହଟ୍ଟଗୋଳ କରି ଗୃହ ଅଚଳ କରିବା ଶାହ ଗାନ୍ଧୀ ମୂର୍ତ୍ତୀ ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେଡ଼ି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବିଜେଡ଼ି । ହେଲେ ସବୁ ନିତୀ ନିୟମକୁ ଜଳାଞ୍ଜଳି ଦେଇ ଗୋଟିଏ 6-7 ଟି ପରିବାର ହାତରେ ଦେଶି ମଦର ଡୋରି ଦେବା ପ୍ରଶ୍ନର ଉତ୍ତର କିନ୍ତୁ ଦଳ ପାଖରେ ନାହିଁ ।
📱 Get Argus News App
✨ଦେଶୀ ମଦ ଯୋଗୁଁ ଖରାପ ହେଉଛି ଗାଁ ଗଣ୍ଡା ପରିବେଶ । ଥରେ ନଜର ପକାନ୍ତୁ ବିଷାକ୍ତ ମଦ କେମିତି ଲୋକଙ୍କ ସୁନାର ସଂସାରକୁ ଛାରଖାର କରିଦେଉଛି । ଏ ହେଉଛନ୍ତି କେନ୍ଦୁଝର ସଦର ବ୍ଲକ ଶଙ୍କରପୁର ଗାଁର ପୂଜା ପଣ୍ଡା । ବୟସ ମାତ୍ର ୨୫ ବର୍ଷ । ଯେଉଁ ବୟସରେ ମଥାରେ ସିନ୍ଦୂର ଝଟକିବା କଥା ଆଜି ସେ ମଥା ଶ୍ରୀହୀନ । ସୁହାଗ ଉଜାଡ଼ି ଦେଇଛି ବିଷାକ୍ତ ମଦ । ତାଙ୍କ କହିବା କଥା ଗାଁର ଦେଶୀ ମଦ ଭାଟିରୁ ବିଷାକ୍ତ ମଦ ପିଇ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ତେବେ ଏ ତ କେବଳ ଭାତ ହାଣ୍ଡିରୁ ଗୋଟିଏ ଭାତ । ୨୪ ବର୍ଷ ବିଜେଡ଼ି ସମୟରେ ବେଆଇନ ଦେଶୀ ମଦ କାରବାର ଉପରେ ରୋକ ନଲାଗିବାରୁ ଏମିତି ଅନେକ ପରିବାର ଛାରଖାର ହୋଇଯାଇଛି । କିନ୍ତୁ ସେତେବେଳେ ଏ ସବୁକୁ ନବୀନ ସରକାର ଆଖି ବୁଜି ଦେଇଥିଲା । ଏବେକାର ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ।
2000 ମସିହା ପୂର୍ବରୁ ଓଡ଼ିଶାରେ ମଦ୍ୟପଙ୍କ ସଂଖ୍ୟା 12 % ଥିଲା । ଏହା ସଂଖ୍ୟା ବଢ଼ି ଏବେ 30 % ରେ ପହଞ୍ଚିଲାଣି । ଯାହାକି ଚିନ୍ତାର ବିଷୟ । ବିଜେଡ଼ି ସରକାର ସମୟରେ ଗାଁ ଗାଁରେ ଗଢି ଉଠିଥିଲା ବେଆଇନ ମଦ ଭାଟି । ନିର୍ବାଚନ ସମୟରେ ମଦ ବାଣ୍ଟି ଭୋଟ ବ୍ୟାଙ୍କ ଯୋଗାଡ଼ କରୁଥିଲା ବିଜେଡ଼ି । ନିର୍ଦ୍ଦିଷ୍ଟ ମଦ ମାଫିଆଙ୍କୁ ମିଳୁଥିଲା ମଦ ଲାଇସେନସ। ଗତ ନଭେମ୍ବର ମାସରେ କଂଗ୍ରେସ ସାଂସଦ ତଥା ମଦ ବେପାରୀ ଧୀରଜ ସାହୁଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ କରିଥିଲା ଆୟକର ବିଭାଗ। । ଅଭିଯୋଗ ହୋଇଥିଲା କଂଗ୍ରେସ ଏଟିଏମର ସୁରକ୍ଷା କବଚ ସାଜିଥିଲା ବିଜେଡି ସରକାର।
ଅଧିକ ପଢ଼ନ୍ତୁ ଓଡିଶା ଖବର: