ବେଆଇନ୍ ଖଣି ଉତ୍ତୋଳନ ନେଲା ୩ ଶ୍ରମିକଙ୍କ ଜୀବନ

ଅର୍ଗସ ବ୍ୟୁରୋ: ୩ ପରିବାରର ଖଣି ଲୁଟର ଶିକାର ଗରିବ ଶ୍ରମିକ । ଡଙ୍କାରୀରେ ବେଆଇନ୍ ଖଣି ଉତ୍ତୋଳନ ନେଲା 3 ଶ୍ରମିକଙ୍କ ଜୀବନ । 3 ଦିନ ପୂର୍ବରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଗତକାଲି ଆଉ 2 ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ଡଙ୍କାରୀରେ ବେଆଇନ୍ ବିସ୍ଫୋରଣ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି । କଳାପଥର ତଳେ ପୋତି ହୋଇ 3 ଶ୍ରମିକଙ୍କ ଜୀବନ ଯାଇଛି । ବିଜେଡିର ୩ ବାହୁବଳୀ ବିଧାୟକଙ୍କ ଛତ୍ରଛାୟା ତଳେ ଚାଲିଛି ବେଆଇନ ଭାବେ ଡଙ୍କାରୀ ଲୁଟ୍ ।
ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳାପଥର ଖାଦାନରେ ମାଟି ପଥର ଅତଡ଼ା ଖସି ଅନେକ ଶ୍ରମିକ ଫସିଥିବା ସନ୍ଦେହ କରାଯାଉଛି I ଗତ ବୁଧବାର ବିଳମ୍ବିତ ରାତିରେ ୱାଗନ ଡ୍ରିଲ କରୁଥିବା ବେଳେ ଡଙ୍କାରୀ ପାହାଡର 5/10 ଖାଦାନରେ ଘଟିଥିଲା ଅଘଟଣ I NDRFର 40 ଜଣିଆ ଦଳ ଉଦ୍ଧାର କାର୍ଯ୍ୟରେ ଏବେ ବି ଲାଗି ରହିଛି । ଜିଲ୍ଲା ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀ ମଧ୍ୟ ନିୟୋଜିତ ଅଛନ୍ତି I ସମସ୍ତ ମୃତ ଶ୍ରମିକ ଅନ୍ୟ ରାଜ୍ୟର ବୋଲି ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: