Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବେଆଇନ ଖଣି କାରବାର ଉପରେ ଲାଗିବ ଅଙ୍କୁଶ

Odisha

ବେଆଇନ ଖଣି କାରବାର ଉପରେ ଲାଗିବ ଅଙ୍କୁଶ

Manini Pattanayak
Browse all articles by Manini Pattanayak
·1 year ago·1 min read
ବେଆଇନ ଖଣି କାରବାର ଉପରେ ଲାଗିବ ଅଙ୍କୁଶ

ବାଲେଶ୍ୱର: ନୀଳଗିରିରେ ବିନା ପରମିଟରେ ପ୍ରତିଦିନ ଚାଲିଛି ହଜାର ହଜାର ଟ୍ରିପ ଲଘୁ ଖଣିଜ ଲୁଟ। ପଥର, ବାଲି, ମୋରମ ଲୁଟ କରୁଛନ୍ତି ମାଫିଆ ଗୋଷ୍ଠୀ। ବିଧାନସଭାରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ନୀଳଗିରିରେ ଲଘୁ ଖଣିଜ ସଂପଦର ସୁପରିଚାଳନା ଓ ରାଜସ୍ବ ଆଦାୟ ରାଜସ୍ବ ବିଭାଗକୁ ଦିଆଯାଉ ବୋଲି ସେ ଦାବି ରଖିଛନ୍ତି । 
ନୀଳଗିରିରେ ବିନା ପରମିଟରେ ପ୍ରତିଦିନ ଚାଲିଛି ହଜାର ହଜାର ଟ୍ରିପ ଲଘୁ ଖଣିଜ ଲୁଟ। ପଥର, ବାଲି, ମୋରମ ଲୁଟ କରୁଛନ୍ତି ମାଫିଆ ଗୋଷ୍ଠୀ। ବିଧାନସଭାରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ନୀଳଗିରିରେ ଲଘୁ ଖଣିଜ ସଂପଦର ସୁପରିଚାଳନା ଓ ରାଜସ୍ବ ଆଦାୟ ରାଜସ୍ବ ବିଭାଗକୁ ଦିଆଯାଉ ବୋଲି ସେ ଦାବି ରଖିଛନ୍ତି । 

ଲଘୁ ଖଣିଜ ସଂପଦ ସୁପରିଚାଳନା ଓ ରାଜସ୍ବ ଆଦାୟ ଦାୟିତ୍ବ ମାଇନିଂ ବିଭାଗକୁ ଦେଇଥିଲେ ପୂର୍ବତନ ବିଜେଡି ସରକାର। ନୀଳଗିରି ମାଇନିଂ ବିଭାଗ କାର୍ଯ୍ୟଳୟ ନଥିବାରୁ ଖଣି ମାଫିଆ ବେଧଡକ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ କରି ଚାଲିଛନ୍ତି। ନୀଳଗିରିରେ ଖଣି ମାଫିଆଙ୍କ ସାମ୍ରାଜ୍ୟକୁ ବନ୍ଦ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଆସୁଛି। ମୋହନ ସରକାର ଏବେ ରାଜ୍ୟରେ ବେଆଇନ ଖଣି ମାଫିଆଙ୍କ କଳା ସାମ୍ରାଜ୍ୟକୁ ଶେଷ କରିବାକୁ ଅଂଟା ଭିଡିଛନ୍ତି । ଯାହାକୁ ନେଇ ଏବେ ମାଫିଆଙ୍କ ଭିତରେ ଛନକା ପଶିଛି । ଏବେ ଅପେକ୍ଷା ଏହି ବେଆଇନ ଖଣି ଲୁଟେରାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ମୋହନ ସରକାର ।  

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Illegal mining will be curbed | Argus News