Sand Mining Crackdown / ମାଫିଆଙ୍କୁ ସାବାଡ୍ କରିବାକୁ ପ୍ରଶାସନର ଜୋରଦାର ଚଢାଉ
·1 hour ago·2 min read

Key Points
ସାବାଡ୍ ହେବେ ବାଲି ମାଫିଆ
ପ୍ରଶାସନର ଜୋରଦାର ଚଢାଉ
ବଲାଙ୍ଗୀରରେ ଜିଲ୍ଲାପାଳ ଓ ଏସପିଙ୍କ ଚଢ଼ାଉ
ରାସଗୋବିନ୍ଦପୁରରେ ପୋଲିସର ଚଢଉ
ତିନି ଗିରଫ, ତିନି ଡମ୍ପର ଜବତ
ପ୍ରଶାସନର ଜୋରଦାର ଚଢାଉ
ବଲାଙ୍ଗୀରରେ ଜିଲ୍ଲାପାଳ ଓ ଏସପିଙ୍କ ଚଢ଼ାଉ
ରାସଗୋବିନ୍ଦପୁରରେ ପୋଲିସର ଚଢଉ
ତିନି ଗିରଫ, ତିନି ଡମ୍ପର ଜବତ
ଭୁବନେଶ୍ବର, ୧୬/୦୫: ବେଆଇନ ବାଲ ଚାଲାଣ ଓ ମାଫିଆଙ୍କୁ ସାବଡ୍ କରିବାକୁ ପ୍ରଶାସନର ଜୋରଦାର ଚଢାଉ। ବଲାଙ୍ଗୀରରେ ଜିଲ୍ଲାପାଳ ଓ ଏସପି ମିଳିତ ଚଢ଼ାଉ କରି ୧୦ ହାଇୱା ଜବତ କରିଛନ୍ତି। ମୟୂରଭଞ୍ଜ ରାସଗୋବିନ୍ଦପୁରରେ ଡେଙ୍ଗାନାଳିଆ ଛକ ନିକଟରେ ପୋଲିସ ଚଢଉ କରି ତିନି ଜଣ ମାଫିଆଙ୍କୁ ଗିରଫ କରିବା ସହ ତିନୋଟି ଡମ୍ପର ଜବତ କରିଛି। ବାଲେଶ୍ବର ଖଇରାରେ ମାଇନିଂ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍ ମାଫିଆ।
ବଲାଙ୍ଗୀରରେ ବେଆଇନ ବାଲି ମାଫିଆଙ୍କ ଉପରେ ପ୍ରଶାସନର ବଡ଼ ପ୍ରହାର। ଜିଲ୍ଲାରେ ଚାଲିଥିବା ବେଆଇନ ବାଲି କାରବାର ଉପରେ ଲଗାମ ଲଗାଇବା ପାଇଁ ପ୍ରଶାସନ ବଡ଼ ଧରଣର ଚଢ଼ାଉ କରିଛି। ବଲାଙ୍ଗୀର ଜିଲ୍ଲାପାଳ ଏବଂ ଏସପି ଖୋଦ୍ ବିଭିନ୍ନ ବାଲି ଘାଟରେ ଅତର୍କିତ ଚଢ଼ାଉ କରି ୧୦ ହାଇୱା ଜବତ କରିଛନ୍ତି।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ ଚାଲିଥିବା ବେଆଇନ ମାଟି ଓ ବାଲି ଚୋରା ଚାଲାଣ ଉପରେ ପୋଲିସର ଚଢାଉ। ପୋଲିସ ଚଢାଉ କରି ତିନୋଟି ଡମ୍ପର ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି।
ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀ ଘାଟରୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ୍ ବାଲି ଏବଂ ମାଟି ବେଆଇନ ଭାବେ ବଡ଼ ବଡ଼ ଡମ୍ପର ସାହାଯ୍ୟରେ ବାହାରକୁ ଚାଲାଣ ହେଉଥିଲା। ଏହି ଖବର ପାଇବା ପରେ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରିଥିଲା। ଆଜି କୌଣସି ସୂତ୍ରରୁ ବିଶେଷ ଖବର ପାଇ ରାସଗୋବିନ୍ଦପୁର ଥାନା ଆଇଆଇସି ପଦ୍ମଲୋଚନ ପାଣିଗ୍ରାହୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଡେଙ୍ଗାନାଳିଆ ଛକ ନିକଟରେ ଚଢାଉ କରି ବେଆଇନ ଭାବେ ବାଲି ଓ ମାଟି ବୋଝେଇ କରି ବାହାରକୁ ଯାଉଥିବା ୩ଟି ଡମ୍ପରକୁ ପୋଲିସ କାବୁ କରିଥିଲା। ଜବତ ହୋଇଥିବା ଗାଡ଼ିଗୁଡ଼ିକ ମଧ୍ୟରୁ ଗୋଟିଏ ଡମ୍ପରରେ ବାଲି ଥିବା ବେଳେ, ଅନ୍ୟ ଦୁଇଟିରେ ବେଆଇନ ମାଟି ରହିଥିବା ଜଣାପଡ଼ିଛି। ପୋଲିସ ତିନୋଟି ଗାଡିକୁ ଜବତ କରି ଥାନାକୁ ଆଣିବା ସହ ତିନି ଜଣ ଡ୍ରାଇଭରଙ୍କୁ ଗିରଫ କରିଛି।
ପଢନ୍ତୁ ଏହି ଖବର: ଡେଲାଙ୍ଗରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ,ଫୁଟିଲା ବୋମା ଓ ଗୁଳି
ସେପଟେ ବାଲେଶ୍ୱର ଜିଲ୍ଲା ଖଇରା ଜୁନିୟର ମାଇନିଂ ଅଧିକାରୀଙ୍କୁ ବିଳମ୍ବିତ ରାତିରେ ଆକ୍ରମଣ କରିବା ସହ ଗାଡ଼ିକୁ ପଥର ଫିଙ୍ଗିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍ ମାଫିଆ। କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଖଇରା ଜୁନିୟର ମାଇନିଂ ଅଧିକାରୀ ଅଭିଷେକ ବେହେରା ୨ଜଣ ପୁଲିସ୍ କର୍ମଚାରୀଙ୍କୁ ନେଇ ପେଟ୍ରୋଲିଂରେ ଯିବା ସମୟରେ ଗୋଟିଏ କାର ଏବଂ ୨ଟି ବାଇକରେ ମୋରମ ମାଫିଆମାନେ ଆସି ସୁନ୍ଦରପୁର ଛକ ନିକଟରେ ଗାଡ଼ିକୁ ପଥର ଫିଙ୍ଗିବା ସହ ଗାଡ଼ିକୁ ଅଟକାଇ ଗାଡ଼ିର କାଚ ଭାଙ୍ଗିବା ସହ ଆକ୍ରମଣ କରିଥିଲେ।
ଖଣି ଅଧିକାରୀ ନିଜକୁ ବଞ୍ଚାଇବାକୁ ଗାଡ଼ିଟିକୁ ନେଇ ସିଧା ଖଇରା ଥାନାକୁ ଆସିଥିଲେ। ମୋରମ୍ ମାଫିଆ ମାନେ ପଛେ ପଛେ ଆସି ଥାନା ସମ୍ମୁଖରେ ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ପଳାଇ ଯାଇଥିଲେ। ଏ ନେଇ ମାଇନିଂ ଅଧିକାରୀ ଖଇରା ଥାନାରେ ସୂଚନା ଦେବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ପରେ ନୀଳଗିରି ଏବଂ ସୋର ଜୁନିୟର ମାଇନିଂ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories