Bomb Blast / ଡେଲାଙ୍ଗରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ,ଫୁଟିଲା ବୋମା ଓ ଗୁଳି
·4 months ago·2 min read

Key Points
ଡ଼େଲାଙ୍ଗରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ
ବେଆଇନ ପଥର ଖଣିକୁ ବିରୋଧ କରିବାରୁ ବୋମାମାଡ଼
ବ୍ଲାଙ୍କ ଫାୟାରିଂ ମଧ୍ୟ କରିଛନ୍ତି ଖଣି ମାଫିଆ
ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

ଡ଼େଲାଙ୍ଗ,୧୪/୦୫: ପୁଣି ଡ଼େଲାଙ୍ଗରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ । ବେଆଇନ ପଥର ଖଣି ଖାଦାନକୁ ବିରୋଧ କରିବାରୁ ହେଲା ବୋମାମାଡ଼ । ଏହାସହ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଛନ୍ତି ଖଣି ମାଫିଆ। ପୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁରୀ ଜିଲ୍ଲା ଡେଲାଙ୍ଗରେ ଖଣି ମାଫିଆଙ୍କ ଦବଙ୍ଗଗିରି। ବେଆଇନ ପଥର ଖଣି ଖାଦାନକୁ ବିରୋଧ କରିବାରୁ ବୋମାମାଡ଼ ସହ ବ୍ଲାଙ୍କ ଫାୟାରିଂ କରିଛନ୍ତି ମାଫିଆ। ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତର ହରିପୁର ଗାଁରେ ୩ରୁ ଅଧିକ ବୋମାମାଡ଼ ସହ ଗୁଳିମାଡ଼ ହୋଇଛି। ତେବେ ଏହି ବୋମାମାଡ଼ରେ ୩ ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ ୭ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରୁ ୨ଟି ଅଫୁଟା ବୋମା ଏବଂ ଗୁଳିର ସିସା ଜବତ କରାଯାଇଛି। ଡେଲାଙ୍ଗ ପୋଲିସ ଓ ହରିରାଜପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।
ପୁର୍ବରୁ ରାଜ୍ୟରେ ନୂଆ ଖଣିଜ ନିୟମ ଲାଗୁ କରାଯିବା ସହ ଗାଇଡ୍ ଲାଇନ୍ ଆସିଛି । ଏଣିକି ଇ-ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍ । ରାଜ୍ୟ ସରକାର ଧାର୍ଯ୍ୟ କରିବେ ଏମଏସପି । ଖଣି ମାଫିଆଙ୍କ ଉପରେ ଲାଗିବ ଅଙ୍କୁଶ।
ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ନିଲାମ ଡକା ହେବ ନାହିଁ । ବରଂ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର ଅତିରିକ୍ତ ଚାର୍ଜରେ ଇ-ଲଟେରୀ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯିବ ।
ପଢନ୍ତୁ ଏହି ଖବର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଲି ଚାଲି ଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ,ପେଟ୍ରୋଲ ବ୍ୟବହାର କମାଇବା ପାଇଁ ମନ୍ତ୍ରୀଙ୍କ ପଦକ୍ଷେପ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆବେଦନକାରୀଙ୍କୁ ଏମଏସଟିସି ପୋର୍ଟାଲରେ ‘ଫର୍ମ-ସି’ରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ୧୦ହଜାର ଟଙ୍କା ଅଣଫେରସ୍ତ ଆବେଦନ ଫି' ଜମା ସହ ୧୦% ଅମାନତ ରାଶି (ଇଏମଡି) ଜମା କରିବାକୁ ପଡ଼ିବ । ଆବେଦନ ସହିତ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଥିବା ଏକ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ ଅଟେ । ପ୍ରତ୍ୟେକ ଆବେଦନର ସୂକ୍ଷ୍ମ ଯାଞ୍ଚ ପାଇଁ ଏକ ଜିଲ୍ଲାସ୍ତରୀୟ ଟେକ୍ନିକାଲ୍ ଯାଞ୍ଚ କମିଟି ଗଠନ କରାଯାଇଛି । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ୍ କରାଯାଇଥିବାରୁ ଏଥିରେ କୌଣସି ହେରଫେର ମଧ୍ୟ ହୋଇପାରିବ ନାହିଁ ।
ଯେଉଁମାନେ ପୂର୍ବରୁ ନିଲାମ ମାଧ୍ୟମରେ ଲିଜ୍ ପାଇଛନ୍ତି, ସେମାନେ ମଧ୍ୟ ଚାହିଁଲେ ନୂଆ ନିୟମ ଅନୁଯାୟୀ ମାଇଗ୍ରେଟ୍ ବା ସାମିଲ ହୋଇପାରିବେ । ବଜାରରେ ବାଲି ଓ ପଥରର ଚଢ଼ା ଦରକୁ ରୋକିବା ପାଇଁ ସରକାର ପ୍ରଥମ କରି 'ସର୍ବାଧିକ ବିକ୍ରୟ ମୂଲ୍ୟ' (MSP) ଧାର୍ଯ୍ୟ କରିଛନ୍ତି । ଲିଜଧାରୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କା ଗ୍ରାହକଙ୍କ ଠାରୁ ନେଇପାରିବେ ନାହିଁ । ଏହି ମୂଲ୍ୟରେ ଉତ୍ପାଦନ ଖର୍ଚ୍ଚ ଓ ଟିକସ ସହ କେବଳ ୧୫% ଲାଭ ରହିବ।
ପ୍ରତି ଟ୍ରିପ୍ ପାଇଁ ଫର୍ମ Y ଇ-ଟ୍ରାଞ୍ଜିଟ୍ ପାସ୍ ବାହାର କରିବେ । ଧାର୍ଯ୍ୟ ଦରଠାରୁ ଅଧିକ ନେଲେ ତାହା ଲିଜ୍ ନିୟମର ଉଲ୍ଲଂଘନ କରିବ । ପ୍ରଥମଥର ନିୟମ ଉଲ୍ଲଂଘନ କଲେ ୫୦ ହଜାରଙ୍କ ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ନୋଟିସ୍ ଦିଆଯିବ । ବାରମ୍ବାର ଉଲ୍ଲଂଘନ କଲେ ଲିଜ୍ଧାରୀ ଏବଂ ତାଙ୍କ ପରିବାରକୁ କଳାତାଲିକା ଭୁକ୍ତ କରିବେ ସରକାର ।

Related Topics
Explore more stories