Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଚିରସ୍ରୋତା ନାଗାବଳୀ ପଠାରୁ ଚାଲିଛି ବେଆଇନ ବାଲି ଉଠାଣ

Odisha

ଚିରସ୍ରୋତା ନାଗାବଳୀ ପଠାରୁ ଚାଲିଛି ବେଆଇନ ବାଲି ଉଠାଣ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଚିରସ୍ରୋତା ନାଗାବଳୀ ପଠାରୁ ଚାଲିଛି ବେଆଇନ ବାଲି ଉଠାଣ

ଅର୍ଗସ ବ୍ୟୁରୋ: ଜେସିବି ଦ୍ୱାରା ଶତାଧିକ ଟ୍ରାକ୍ଟର ଓ ଟ୍ରିପରରେ ବାଲି ଉଠାଣ କରି ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ଅନେକ ବାଲିଘାଟ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଥିଲେ ମଧ୍ୟ ହାତ ଗୁଞ୍ଜl ନେଇ କେବଳ ଦୁଇଟି ଘାଟକୁ କେ. ଫର୍ମ ଯୋଗାଇଛି ପ୍ରଶାସନ । ବାକି ଘାଟରେ କେ. ଫର୍ମ ନଥିବା କାରଣରୁ ବାଲି ଟ୍ରାକ୍ଟର ଗୁଡିକ ଜବତ କରି ମୋଟା ଆକାରରେ ଫାଇନ୍‌ ଆଦାୟ କରିବା ଫଳରେ ଜିଲ୍ଲାର ଟ୍ରାକ୍ଟର ସଙ୍ଘ ଏବେ ଧର୍ମଘଟରେ ବସିଛି । ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣଧୀନ କାମ ବନ୍ଦ ପଡିଛି । ଫଳରେ ଅନେକ ଖଟିଖିଆଙ୍କ ଦାନା ପାଣି ମଧ୍ୟ ବନ୍ଦ ହୋଇଛି । ଯାହାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଟ୍ରାକ୍ଟର ୟୁନିଅନ ଓ ନିର୍ମାଣ ଶ୍ରମିକ ସଭାପତି ।

ରାୟଗଡ଼ା ବ୍ଲକରେ 5ଟି ବାଲିଘାଟ ଅଛି । କିନ୍ତୁ କୌଣସି ବି ଘାଟରେ ଲାଗିନି ଫଳକ । ବିଶେଷ ଭାବେ ହଂସା ବାଲିଘାଟରେ ବେନିଅମ ଭାବେ ନଦୀ ଗର୍ଭରୁ ଜେସିବି ଦ୍ବାରା ବାଲି ଉଠାଣ ଯୋଗୁ ନଦୀ ଗର୍ଭ ଏବଂ ପଠାଗୁଡ଼ିକରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି କରୁଛି । ଫଳରେ ନଦୀ ଏହାର ଦିଗ ପରିବର୍ତ୍ତନ କରି କୂଳଲଙ୍ଘି ଜନବସତି ଆଡକୁ ମୁହାଁଉଛି । ଅନେକ ଲୋକଙ୍କ ଚାଷ ଜମି ନଷ୍ଟ ହେଉଛି । ନଦୀ ପଠାରୁ ଦୈନିକ ସହସ୍ରାଧିକ ଟ୍ରିପ ବାଲି ମେସିନ ଜରିଆରେ ଉତ୍ତୋଳନ କରାଯାଇ ଭାରି ଯାନ ଦ୍ବାରା ବାହାର ରାଜ୍ୟକୁ ଚାଲାଣ ହେଉଛି । ଆନ୍ଧ୍ର ବ୍ୟବସାୟୀ ରାୟଗଡ଼ାରେ ଡେରା ପକାଇ ବେଆଇନ ବାଲି ଉତ୍ତୋଳନ କରି ଆନ୍ଧ୍ରକୁ ଚୋରା ଚାଲାଣ କରୁଛନ୍ତି । ଫଳରେ ଓଡ଼ିଶା ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉ ଥିବାବେଳେ, ଆନ୍ଧ୍ର ବାଲି ମାଫିଆ ମାଲାମାଲ ହେଉଛନ୍ତି ।

ଓଡ଼ିଶାର ସୀମା ହେଉ କି ଶିକ୍ଷା ସବୁଠି ପଡ଼ୋଶୀଙ୍କ ଦବଦବା । କୋଟିଆ ହେଉ କି ଗଜପତି କି ରାୟଗଡ଼ ଦାଦାଗିରି ଦେଖାଉଛି ଆନ୍ଧ୍ର । ଆଉ ସବୁ ଜାଣି ଚୁପ୍ ୨୪ ବର୍ଷର ସ୍ଥିର ବିଜେଡି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Painting
Sponsored
Illegal sand mining has been going on since nagabali | Argus News