Sand Mafia / ବାଲି ମାଫିଆଙ୍କୁ ଆଉ ତ୍ରାହି ନାହିଁ; ଆହୁରି ଘାଣ୍ଟିବ ED
·5 months ago·2 min read

Key Points
ବିଳମ୍ବିତ ରାତିରେ ରାଜଧାନୀର ଛାତିରେ ବାଲି ଚାଲାଣ ଚାଲିଥିଲା । ଏଥିରେ କେଉଁ ବାଲି ମାଫିଆମାନଙ୍କ ସମ୍ପୃକ୍ତି ସେନେଇ ଇଡି ଖୋଳତାଡ଼ କରିବ ।
ଭୁବନେଶ୍ଵର: ରାତ୍ରୀକାଳୀନ ବ୍ଲକିଂ ବେଳେ ଡମଣା ଛକରେ ବାଲି ବୋଝେଇ ହାଇୱା ଜବତ ସହ ୪ ଡ୍ରାଇଭର ଗିରଫ ଘଟଣା । ଏଣ୍ଟ୍ରି ମାରିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବାଲି ଚାଲାଣ ମାମଲାରେ କମିଶନରେଟ ପୋଲିସ ପାଖରୁ ତଥ୍ୟ ନେଇଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଜାଲ୍ ଟ୍ରାଞ୍ଜିଟ୍ ପାସ୍ କେଉଁଠୁ ତିଆରି ହୋଇଥିଲା ତାର ଖୋଳତାଡ଼ ହେବ । ସେପଟେ ଦୁଇଦିନ ହେବ ପୂର୍ବତନ ଛାତ୍ର କଂଗ୍ରେସ ନେତା ବିଶ୍ୱଜିତ ପାତ୍ରଙ୍କୁ ଘନ ଘନ ଜେରା କରୁଛି ଇଡି ।
ବିଳମ୍ବିତ ରାତିରେ ରାଜଧାନୀର ଛାତିରେ ବାଲି ଚାଲାଣ ଚାଲିଥିଲା । ଏଥିରେ କେଉଁ ବାଲି ମାଫିଆମାନଙ୍କ ସମ୍ପୃକ୍ତି ସେନେଇ ଇଡି ଖୋଳତାଡ଼ କରିବ । କେଉଁ ବାଲି ଘାଟରୁ ବାଲି ଉଠା ଯାଇଥିଲା ତାର ଚେର ଖୋଜିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଶୁକ୍ରବାର ଡମଣା ଛକରେ ନାଇଟ୍ ବ୍ଲକିଂ ବେଳେ ଧରା ହୋଇଥିଲା ୪ଟି ବାଲି ବୋଝେଇ ହାଇୱା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।
ଏଥିସହ ପଢ଼ନ୍ତୁ: ଗ୍ରାହକଙ୍କ ପାଇଁ ଖୁସି ଖବର: ବଜେଟ୍ ପୂର୍ବରୁ ସୁନା, ରୁପା ମୂଲ୍ୟରେ ବଡ଼ ହ୍ରାସ; ଏବେ କିଣିବେ ନା ନାହିଁ ?
ସେପଟେ ଦୁଇଦିନ ହେବ ପୂର୍ବତନ ଛାତ୍ର କଂଗ୍ରେସ ନେତା ବିଶ୍ୱଜିତ ପାତ୍ରଙ୍କୁ ଘନ ଘନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବାଲି ମାଫିଆ ମାନଙ୍କ ମୋବାଇଲରୁ ମିଳିଥିବା ତଥ୍ୟ ଆଧାରରେ ଜେରା ଚାଲିଛି ।
ଜାନୁଆରୀ ୧୬ ତାରିଖ ଦିନ ଇଡି ଗଞ୍ଜାମର ୨୫ରୁ ଅଧିକ ସ୍ଥାନରେ ରେଡ୍ କରିଥିଲା । ୧୭୫ ଜଣ ଇଡି ଅଧିକାରୀ ୬ଟି ରାଜ୍ୟରେରେ ଚଢ଼ାଉ କରିଥିଲେ । ବେଆଇନ୍ ବାଲି ଚାଲାଣ, କଳାପଥର ଏବଂ ଦେଶୀ ମଦ ଭାଟିରେ ରେଡ୍ କରାଯାଇଥିଲା ।
ବ୍ରୋକର୍, ବିଜିନେସ ପାର୍ଟନର, ପୂର୍ବରୁ ବିଭିନ୍ନ ମାମଲା ଥିବା ଅଭିଯୁକ୍ତ, ବାଲି ଚାଲାଣରେ ସମ୍ପୃକ୍ତି ଲୋକଙ୍କ ଘରେ ରେଡ୍ କରିଥିଲା ଇଡି । ଏମାନେ ଦାଦାଗିରି ଏବଂ ବାହୁବଳ ଲଗାଇ ଲୋକଙ୍କୁ ଡରାଇ ବାଲି, କଳା ପଥର ଚାଲାଣ କରିଥିବା ତଥ୍ୟ ପାଇଛି ଇଡି ।
ଏଥିସହ ପଢ଼ନ୍ତୁ: କମ୍ ବର୍ଷା, ଅଧିକ ଖରା... ପ୍ରଭାବିତ ହେବ ଫସଲ ଉତ୍ପାଦନ: IMDର ପୂର୍ବାନୁମାନ
ଜୋର ଜବରଦସ୍ତ ଲିଜ୍ଧାରୀଙ୍କ ଠାରୁ ଲିଜ୍ ନେଇ ମାଫିଆ ମାନେ ବାଲି ଚାଲାଣ କରୁଥିଲେ । ବ୍ଲାକ୍ ମାର୍କେଟରେ ପଥର ବିକି କ୍ୟାସ୍ ଆକାରରେ ସିଣ୍ଡିକେଟ୍ ଟଙ୍କା ଆଣୁଥିଲା । ଏଥିପାଇଁ ନକଲି ୱାଇ ଫର୍ମ ବ୍ୟବହାର କରୁଥିଲେ ମାଫିଆ ।
ଏହି କଳା ବଜାରରୁ ମିଳୁଥିବା ଟଙ୍କାକୁ ଦେଶୀ ମଦ ଭାଟି ଓ ଅନ୍ୟ ବେଆଇନ କାରବାରରେ ଲଗା ଯାଉଥିଲା । ବାଲିମାଫିଆଙ୍କ ଲିଙ୍କ୍ରେ ଥିବା ଅନେକ ଲୋକଙ୍କୁ ଆଗକୁ ସମନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଶ୍ୱଜିତଙ୍କ ପରେ ଇଡିରେ କାହା ପାଳି ପଡୁଛି ତା ଉପରେ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: