Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗ୍ରାହକଙ୍କ ପାଇଁ ଖୁସି ଖବର: ବଜେଟ୍ ପୂର୍ବରୁ ସୁନା, ରୁପା ମୂଲ୍ୟରେ ବଡ଼ ହ୍ରାସ; ଏବେ କିଣିବେ ନା ନାହିଁ ?

Gold

Today Gold news / ଗ୍ରାହକଙ୍କ ପାଇଁ ଖୁସି ଖବର: ବଜେଟ୍ ପୂର୍ବରୁ ସୁନା, ରୁପା ମୂଲ୍ୟରେ ବଡ଼ ହ୍ରାସ; ଏବେ କିଣିବେ ନା ନାହିଁ ?

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଗ୍ରାହକଙ୍କ ପାଇଁ ଖୁସି ଖବର: ବଜେଟ୍ ପୂର୍ବରୁ ସୁନା, ରୁପା ମୂଲ୍ୟରେ ବଡ଼ ହ୍ରାସ; ଏବେ କିଣିବେ ନା ନାହିଁ ?
Budget Ahead: Gold Falls ₹33,000, Silver Drops ₹1 Lakh

Key Points

ଗୋଟିଏ ଦିନରେ ରୂପା ଦର ୧ ଲକ୍ଷରୁ ଅଧିକ ଟଙ୍କା ଖସିଥିବା ବେଳେ ସୁନା ୧୦ ଗ୍ରାମ ପ୍ରତି ୩୩ ହଜାର ଟଙ୍କା ଶସ୍ତା ହୋଇଛି । ଯାହାର ପ୍ରଭାବ ପଡ଼ିଛି ଘରୋଇ ବଜାର ଉପରେ ।
ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍‌ର ଠିକ୍ ଦିନକ ପୂର୍ବରୁ ସୁନା, ରୁପା ମୂଲ୍ୟରେ ବଡ଼ ହ୍ରାସ ଘଟିଛି । ଗୋଟିଏ ଦିନରେ ରୂପା ଦର ୧ ଲକ୍ଷରୁ ଅଧିକ ଟଙ୍କା ଖସିଥିବା ବେଳେ ସୁନା ୧୦ ଗ୍ରାମ ପ୍ରତି ୩୩ ହଜାର ଟଙ୍କା ଶସ୍ତା ହୋଇଛି । ଯାହାର ପ୍ରଭାବ ପଡ଼ିଛି ଘରୋଇ ବଜାର ଉପରେ ।

ସୁନା ଓ ରୁପା ଧାତୁର ଦାମ ସର୍ବକାଳୀନ ରେକର୍ଡ ଛୁଇଁବା ପରେ ହଠାତ୍ ଖସିଛି । ପୂର୍ବରୁ ବିଶେଷଜ୍ଞ ଅନୁମାନ କରୁଥିଲେ, ସୁନା ଓ ରୁପା ସର୍ବକାଳୀନ ରେକର୍ଡ ଛୁଇଁବା ପରେ ପୁଣି ତଳକୁ ଖସିବ । ଆସନ୍ତୁ ନଜର ପକାଇବା ଏବେ କେତେ ରହିଛି ସୁନା ଓ ରୁପାର ଦର...

ଏଥିସହ ପଢ଼ନ୍ତୁ: ୮ ହଜାର ଶସ୍ତା ହେଲା ସୁନା; ଜାଣନ୍ତୁ କେତେ ରହିଛି ଆଜିର ଦର ?

ଲକ୍ଷେ ଖସିଲା ରୁପା

ଗୋଟିଏ ଦିନରେ ରୁପା କେଜି ପିଛା ଏକ ଲକ୍ଷ ଟଙ୍କା ଶସ୍ତା ହୋଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୁପା ଦର ଗତ ଗୁରୁବାର ହଠାତ ବଢ଼ିବା ସହ ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା । କେଜି ପିଛା ଦର ୪ ଲକ୍ଷ ୨୦ ହଜାର ୪୮ ଟଙ୍କା ଛୁଇଁଥିଲା । ଏହା ପରେ ସହି ଦିନ କାରବାର କେଜି ପିଛା ୩ ଲକ୍ଷ ୯୯ ହଜାର ୮୯୩ ଟଙ୍କାରେ ବନ୍ଦ ହୋଇଥିଲା ।

ସେହିଭଳି ଶୁକ୍ରବାର ରୁପା ପୁଣି ଶସ୍ତା ହୋଇଥିଲା । ଏବେ ରୁପା ଦର କେଜି ପିଛା ୨ ଲକ୍ଷ ୯୧ ହଜାର ୯୨୨ ଟଙ୍କା ରହିଛି । ହଠାତ୍ ଗୋଟିଏ ଝଟ୍‌କାରେ ଗୋଟିଏ ଦିନରେ ରୁପା କେଜି ପିଛା ୧ ଲକ୍ଷ ୭ ହଜାର ୯୭୧ ଟଙ୍କା ହ୍ରାସ ପାଇଛି ।

ଏଥିସହ ପଢ଼ନ୍ତୁ: ସାଉଦି ଆରବ ସହ ହ୍ଵାଇଟ୍ ହାଉସ୍‌ରେ ଗୁପ୍ତ ବୈଠକ; ଇରାନ୍ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ

ସୁନା ୩୩ ହଜାର ଶସ୍ତା

କେବଳ ରୁପା ନୁହେଁ ସୁନା ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ଦର ଗୋଟିଏ ଦିନରେ ୩୩ ହଜାର ୧୧୩ ଟଙ୍କା ଖସିଛି । ଗୁରୁବାର ଏମସିଏକ୍ସରେ ୧୦ ଗ୍ରାମ ସୁନା ମୂଲ୍ୟ ୧ ଲକ୍ଷ ୮୩ ହଜାର ୯୬୨ ଟଙ୍କାରେ କାରବାର ବନ୍ଦ ହୋଇଥିଲା । ଯାହାକି ଶୁକ୍ରବାର ୧୦ ଗ୍ରାମ ପ୍ରତି ୧ ଲକ୍ଷ ୫୦ ହଜାର ୮୪୯ ଟଙ୍କାକୁ ଖସିଛି ।

ସୁନାର ସର୍ବକାଳୀନ ରେକର୍ଡ ମୂଲ୍ୟ ୧ ଲକ୍ଷ ୯୨ ହଜା ୯୬ ଟଙ୍କା ଛୁଇଁଥିଲା । ସର୍ବୋଚ୍ଚ ମୂଲ୍ୟରୁ ସୁନା ଦର ୧୦ ଗ୍ରାମ ପ୍ରତି ୪୨ ହଜାର ୨୪୭ ଟଙ୍କା ଶସ୍ତା ହୋଇଛି । ବିଶେଷଜ୍ଞଙ୍କ ଅନୁସାରେ, ସୁନା-ରୁପା ରେକର୍ଡ ସ୍ତରରେ ପହଞ୍ଚିବା ପରେ ନିବେଶକ ଲାଭ ଉଠାଇବା ଆରମ୍ଭ କରିଥିଲେ ଏବଂ ବିକ୍ରିରେ ଦର ତଳକୁ ଖସୁଛି ।

ଆଜିର ସୁନା ଦର ଏଠାରେ ଦେଖନ୍ତୁ । ପ୍ରତିଦିନର ଅପଡେଟ୍ ପାଇଁ ଆଉ ଅଧିକ ପଢ଼ନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବଜେଟ୍ ପୂର୍ବରୁ ସୁନା-ରୁପା ଦରରେ ବଡ଼ ହ୍ରାସ | ୧ ଦିନରେ ଲକ୍ଷେ ଖସିଲା ରୁପା, ୩୩ ହଜାର ଶସ୍ତା ସୁନା | Argus News