Videos
|
Odisha

ଆଇଏଲ୍‌ଏସ୍‌ ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

Ritu Das
Browse all articles by Ritu Das
·1 year ago
ଆଇଏଲ୍‌ଏସ୍‌ ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

ଅର୍ଗସ ବ୍ୟୁରୋ: ଆଇଏଲ୍‌ଏସ୍‌ ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର। ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଆଜି ସକାଳେ ସତ୍ୟନଗର ସ୍ଥିତ ଘରୁ ସନ୍ଦୀପ ମିଶ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସନ୍ଦୀପ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇନି।  ତେବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶବ ବ୍ୟବଚ୍ଛେଦ କରାଯିବ। ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି। ସ୍ତନ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ସନ୍ଦୀପଙ୍କ ଉଲ୍ଲେଖନୀୟ ଭୂମିକା ରହିଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ILS scientist | Argus News