Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: 15 ବର୍ଷ ହେଲାଣି ଗଛତଳେ ପାଠପଢା

Odisha

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: 15 ବର୍ଷ ହେଲାଣି ଗଛତଳେ ପାଠପଢା

Manini Pattanayak
Browse all articles by Manini Pattanayak
·2 years ago·1 min read
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: 15 ବର୍ଷ ହେଲାଣି ଗଛତଳେ ପାଠପଢା

ମୟୂରଭଞ୍ଜ:  ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । 15 ବର୍ଷ ହେଲାଣି ଗଛତଳେ ଚାଲିଛି ପାଠପଢା । ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଭୁଶୁଡିଛି ଶିକ୍ଷା ବ୍ୟବସ୍ଥା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଝଟିଆଳି ଗାଁରେ ଗଛ ମୂଳେ ଗଢ଼ା ହେଉଛି ଦେଶର ଭବିଷ୍ୟତ ।

2021ରେ ପ୍ରଶାସନ ତରଫରୁ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ 6ଲକ୍ଷ ଟଙ୍କା ଅନୁଦାନରେ ଆରମ୍ଭ ହୋଇଥିଲା ନୂତନ ଅଙ୍ଗନବାଡି କେନ୍ଦ୍ର । କିନ୍ତୁ 3ବର୍ଷ ପରେ ବି ଶେଷ ହେଉନି ଅଙ୍ଗନବାଡି଼ ନିର୍ମାଣ କାମ । ଗ୍ରାମବାସୀ ବାରମ୍ବାର ବିଡ଼ିଓଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ । କିଛିଦିନ ପୂର୍ବରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଝଟିଆଳି ଗ୍ରାମକୁ ଯାଇ ସ୍କୁଲ ପରିଦର୍ଶନ କରିଥିଲେ । ଖୁବଶୀଘ୍ର କାମ ସରିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି ।  ଆଜି ବି ଅସୁରକ୍ଷିତ ଭାବେ ଗଛ ତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Image of education system option: 15 years of schooling under the tree | Argus News