Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାପ ବଦଳରେ ପୁଅ ଓ ସ୍ୱାମୀ ବଦଳରେ ସ୍ତ୍ରୀ କୁ ଟିକେଟ

Odisha

ବାପ ବଦଳରେ ପୁଅ ଓ ସ୍ୱାମୀ ବଦଳରେ ସ୍ତ୍ରୀ କୁ ଟିକେଟ

Smruti Parija
Browse all articles by Smruti Parija
·2 years ago·2 min read
ବାପ ବଦଳରେ ପୁଅ ଓ ସ୍ୱାମୀ ବଦଳରେ ସ୍ତ୍ରୀ କୁ ଟିକେଟ

Key Points

- ଚୋର ଡକାୟତଙ୍କ ଚଏସରେ ମିଳୁଛି କି ବିଜେଡି ଟିକେଟ୍?
- ଦାଗୀ ନେତାଙ୍କୁ ଦୂରେଇବାର ପ୍ରହସନ କରୁଛି କି ବିଜେଡି?
- ବାପ ବଦଳରେ ପୁଅ ଓ ସ୍ୱାମୀ ବଦଳରେ ସ୍ତ୍ରୀ କୁ ଟିକେଟ
- ତିନି ବିବାଦୀୟ ନେତାଙ୍କ ପୁଅ ଓ ପତ୍ନୀଙ୍କୁ ଟିକେଟ
- ଓଡ଼ିଆଙ୍କୁ ଟେକେନଫର୍ ଗ୍ରାଣ୍ଟେଡ଼ ନେଉଛି କି ଦଳ?

ଅର୍ଗସ ବ୍ୟୁରୋ: ବିଜେଡିର ଇମେଜ ସେଭ ପଲିଟିକ୍ସ । ଦାଗୀ ନେତାଙ୍କୁ ଟିକେଟ  ନ ଦେଇ ତାଙ୍କ ପରିବାର ଲୋକଙ୍କୁ ଟିକେଟ୍ ଦେଲା ବିଜେଡି । ବାପ ବଦଳରେ ପୁଅ ଓ ସ୍ୱାମୀ ବଦଳରେ ସ୍ତ୍ରୀ କୁ ମିଳିଲା ଟିକେଟ । ପ୍ରତାପ ଜେନା, ତିରୂପତି ପାଣିଗ୍ରାହୀ ଓ ରବିଜେନାଙ୍କ ଟିକେଟ୍ କଟିଛି ସତ ହେଲେ ଟିକେଟ୍ ହାତେଇଛନ୍ତି ଏମାନଙ୍କ ପରିବାର ଲୋକେ । 

ଯେମିତି କି ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଦାଲା ନଂ  ୧୩ ଥିଲେ ପ୍ରତାପ ଜେନା ।  ଡବଲ ମର୍ଡର ପରେ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳ ଓରଫ କାବୁଆର ମୃତ୍ୟୁ ପଛରେ ବି ପ୍ରତାପଙ୍କ ହାତ ଥିବା ଅଭିଯୋଗ ଆସିଥିଲା । ପ୍ରତାପଙ୍କୁ ବହିଷ୍କ୍କାର ପାଇଁ ସାରା ରାଜ୍ୟରେ ଆନ୍ଦୋଳନ ହୋଇଥିଲା । ପରବର୍ତ୍ତୀ ସମୟରେ ତାଙ୍କ ମନ୍ତ୍ରୀ ପଦ ଯାଇଥିଲା । ଚର୍ଚ୍ଚା ହେଉଥିଲା  ବିବାଦୀୟ  ହେବା ପରେ ତାଙ୍କୁ  ମାହାଙ୍ଗାରୁ ହଟାଇ ସାଲେପୁର କି ବାରବାଟୀରୁ  ପ୍ରାର୍ଥୀ କରିପାରେ ବିଜେଡି । ହେଲେ ଦଳର ସୁପ୍ରିମୋ ପ୍ରତାପଙ୍କ ବିରୁଦ୍ଧରେ ଥିବା ପ୍ରବଳ ଜନ ଅସନ୍ତୋଷ ଏବଂ ନେଗେଟିଭ ରିପୋର୍ଟକୁ ଦେଖି ତାଙ୍କ ବଦଳରେ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ  ମାହାଙ୍ଗାରୁ ଦେଲେ ଟିକେଟ । 

ସେହିପରି ବାଲେଶ୍ଵରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଚିଟଫଣ୍ଡ କେସରେ ଛନ୍ଦି ହୋଇ ବିବାଦୀୟ ହୋଇଥିବାରୁ  ତାଙ୍କୁ ଆଉ ଦଳ ବିଶ୍ବାସକୁ ନେଇନାହଁ । ଯେଉଁଥିପାଇଁ ଲୋକ ସଭା ପ୍ରାର୍ଥୀ ଚୟନରେ ବି ବାଲେଶ୍ବର ଅଙ୍କ ଚିଣ୍ଡୁନି ବୋଲି ଚର୍ଚ୍ଚା ହେଉଛି । ରବିନ୍ଦ୍ରଙ୍କ ବଦଳରେ ବସ୍ତାରୁ ସ୍ତ୍ରୀ ଶୁଭାସିନ ଜେନାଙ୍କୁ ପ୍ରାଥି କରିଛି ବିଜେଡି । ଏହା ବାଦ ବିବାଦୀୟ ନେତା ତିରୁପତି ପାଣିଗ୍ରାହୀଙ୍କୁ ବାଦ ଦେଇ ତାଙ୍କ ପୁଅ ରୂପେଶ ପାଣିଗ୍ରାହୀ ଙ୍କୁ ପାରଳାଖେମୁଣ୍ଡିରୁ ଟିକେଟ ଦେଇଛି ବିଜେଡି।  ତିରୁପତି ଠକେଇ ମାମଲାରେ ବଦନାମ ହୋଇଥିଲେ ।  ଜେଲ ବି ଯାଇଥିଲେ । ଏଥର ତିରୁପତିଙ୍କୁ ଟିକେଟ ନ ଦେଇ ତାଙ୍କ ପୁଅଙ୍କୁ ଦେଇ ତିରୁପତିଙ୍କ ମୁଣ୍ଡରେ ଲାଗିଥିବା କଳଙ୍କକୁ ପୋଛିବାକୁ ଚେଷ୍ଟା କରିଛି ଦଳ । 

ଏତେ ସବୁ ପରେ ବି ଦଳ ବର୍ତ୍ତମାନ ସୁଦ୍ଧା ତିନୋଟି ପର୍ଯ୍ୟାୟରେ ମାତ୍ର ୧୦୮ ଜଣ ପ୍ରାଥିଙ୍କ ନାମ ଘୋଷଣା କରି ପାରିଛି । ଆହୁରି ୩୯ ଜଣ ଙ୍କ କ୍ୟାଣ୍ଡେଟ ବାଛିବା ବିଜେଡି ସୁପ୍ରିମୋଙ୍କ ପାଇଁ କାଠିକର ପାଠ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Argus Whatsapp Channel Mobile Top
Sponsored
image-save-politics-of-bjd | Argus News