ବାଂଲାଦେଶ ଉପକୂଳ ଅତିକ୍ରମ କଲା ଅବପାତ

ଅର୍ଗସ ବ୍ୟୁରୋ: ବାଂଲାଦେଶ ଉପକୂଳ ଅତିକ୍ରମ କଲା ଅବପାତ । 8 କିମି ବେଗରେ ଗତି କରୁଛି ଅବପାତ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି 8 କିମି ବେଗରେ ଏହା ଗତି କରୁଛି । ଆଗାମୀ 48 ଘଣ୍ଟାରେ ବାଂଲାଦେଶ ଉପକୂଳ, ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ । ଆଜି ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝରକୁ ରେଡ୍ ଆଲର୍ଟ ଜାରି ହୋଇଛି ।
ବାଲେଶ୍ଵର, ଭଦ୍ରକ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି ହୋଇଛି।
ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବୃଷ୍ଟିପାତ ହେବାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସତର୍କ ସୂଚନା ଅନୁଯାୟୀ ଆଜି ଜିଲ୍ଲାର ସମସ୍ତ ସ୍କୁଲ , କଲେଜ , ଅଙ୍ଗନବାଡି କେନ୍ଦ୍ର ଇତ୍ୟାଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ମୟୂରଭଞ୍ଜରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆଭାସୀ ମାଧ୍ୟମରେ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
📱 Get Argus News App
✨ଆହୁରି ପଢନ୍ତୁ ପାଣିପାଗ ଖବର...