Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶାରେ ପର୍ଯ୍ୟଟନର ଅମାପ ସମ୍ଭାବନା

Odisha

ଓଡ଼ିଶାରେ ପର୍ଯ୍ୟଟନର ଅମାପ ସମ୍ଭାବନା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଓଡ଼ିଶାରେ ପର୍ଯ୍ୟଟନର ଅମାପ ସମ୍ଭାବନା

ଅର୍ଗସ ବ୍ୟୁରୋ:  ସୁଦୀର୍ଘ ବେଳାଭୂମି, ସୁଉଚ୍ଚ ପାହାଡ଼, ଘଞ୍ଚ ଜଙ୍ଗଲ, ନଦ ନଦୀ, ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ ଓଡ଼ିଶା। ଅର୍ଥାତ୍ ଆମ ରାଜ୍ୟରେ ରହିଛି ପର୍ଯ୍ୟଟନର ଅମାପ ସମ୍ଭାବନା। କିନ୍ତୁ ଦୁର୍ଭାଗ୍ୟର କଥା ପର୍ଯ୍ୟଟନ ଉନ୍ନୟନ ମାଧ୍ୟମରେ ଆଞ୍ଚଳିକ ବିକାଶ, ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟିର ଅନେକ ସୁଯୋଗର କୌଣସି ବ୍ୟବହାର କରୁନାହାନ୍ତି ଓଡ଼ିଶା ସରକାର। ଶନିବାର ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ  ଏ ପ୍ରସଙ୍ଗରେ ଚିନ୍ତାବ୍ୟକ୍ତ କରିଛନ୍ତି। ଇଏ ହେଉଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ଦଣ୍ଡାଧର ଡ୍ୟାମ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର, ଦୁଇଟି ପାହାଡ଼ ମଝିରେ ବନ୍ଧ ବାନ୍ଧି ସୃଷ୍ଟି ବିସ୍ତୀର୍ଣ୍ଣ ଜଳରାଶି। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର। ପିକନିକ୍ ଋତୁରେ ବହୁ ସଂଖ୍ୟାରେ ଲୋକ ଆସନ୍ତି। କିନ୍ତୁ ପର୍ଯ୍ୟଟକଙ୍କ ପାଇଁ କୌଣସି ମୌଳିକ ସୁବିଧା ନାହିଁ। ପାନୀୟ ଜଳର ବ୍ୟବସ୍ଥା ନାହିଁ, ଶୌଚାଳୟ ତିଆରି ଦିନଠାରୁ ତାଲା ଝୁଲୁଛି। ବଣଭୋଜି ପାଇଁ ପିଣ୍ଡି ଅସମ୍ପୂର୍ଣ୍ଣ। ସୁରକ୍ଷା କି ପାର୍କିଂ ବ୍ୟବସ୍ଥା କିଛି ନାହିଁ।

ମୟୂରଭଞ୍ଜ ଶୁଳିଆପଦା ବ୍ଲକ ଦେଉଳି ପଞ୍ଚାୟତରେ ରହିଛି ଏସିଆ ମହାଦେଶର ଦ୍ବିତୀୟ ମାଟି ଆଡ଼ି ବନ୍ଧ ସୁବର୍ଣ୍ଣରେଖା ଜମ୍ଭିରା ଡ୍ୟାମ୍ । 7 କିମି ଲମ୍ବା ପ୍ରକଳ୍ପରେ ଖର୍ଚ୍ଚ ହୋଇଛି 7 ହଜାର କୋଟି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଛୁଟି ଆସନ୍ତି ପର୍ଯ୍ୟଟକ। କିନ୍ତୁ ରାସ୍ତାରୁ ନେଇ ପାନୀୟ ଜଳ, ଶୌଚାଳୟ, ପାର୍କିଂ, ପରିଚ୍ଛନ୍ନତା ଏଠି କୌଣସି ବ୍ୟବସ୍ଥା ନାହିଁ।

ଇଏ ତ ଭାତହାଣ୍ଡିରୁ କେତୋଟି। ଓଡ଼ିଶାରେ ରହିଛି ପ୍ରାକୃତିକ ବିଭବରେ ଭରପୁର ଏମିତି ଶହ ଶହ ସ୍ଥାନ ଯାହାର ବିକାଶ ଦିଗରେ ସମ୍ପୂର୍ଣ୍ଣ ଉଦାସୀନ ବିଜେଡି ସରକାର । ଯଦି ସରକାରଙ୍କ ପୁରୁଷାର୍ଥ ଥାଆନ୍ତା ତେବେ ଏ ସବୁର ବ୍ୟବହାର କଲେ ହୋଇପାରନ୍ତା ରାଜ୍ୟବାସୀଙ୍କ ବିକାଶ। ରାଜ୍ୟରେ 24 ବର୍ଷ ଧରି ଶାସନ ଗାଦିରେ ବସିଥିବା ସରକାର କେବଳ ଜଗନ୍ନାଥ ଦେଇଥିବା ମାଟିତଳ ଖଣିଜ ସମ୍ପଦକୁ ନେଇ ବାହାବାଃ ନେଉଛନ୍ତି । କିନ୍ତୁ ଖଣି ନ ଥିବା ଦେଶର ବହୁ ରାଜ୍ୟ ପର୍ଯ୍ୟଟନର ବିକାଶ କରି ହୋଇଛନ୍ତି ସମୃଦ୍ଧ। ହିମାଚଳପ୍ରଦେଶ, ଜାମ୍ମୁକାଶ୍ମୀର, ଉତ୍ତରାଖଣ୍ଡ, ଗୋଆ ଭଳି ରାଜ୍ୟର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ଗୁଜରାଟ, ମଧ୍ୟପ୍ରଦେଶ ଭଳି ରାଜ୍ୟ ମଧ୍ୟ ପର୍ଯ୍ୟଟନରୁ ଆୟ କରୁଛନ୍ତି ମୋଟା ଅଙ୍କର ରାଜସ୍ବ। କିନ୍ତୁ ଦୁର୍ଭାଗ୍ୟର କଥା ଏ ଦିଗରେ ନାହିଁ ବିଜେଡି ସରକାରଙ୍କ ପ୍ରଚେଷ୍ଟା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଦି ସରକାରର 10 ବର୍ଷରେ ସାରା ଦେଶରେ ପର୍ଯ୍ୟଟନର ବିକାଶ ଦିଗରେ ଆର୍ଥିକ ସହାୟତା ଓ ସହଯୋଗ ଦିଆଯାଉଛି। ଦେଖେ ଆପନା ଦେଶ – ଖଦି ମୁଭମେଣ୍ଟ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆଞ୍ଚଳିକ ପର୍ଯ୍ୟଟନକୁ ଗୁରୁତ୍ବ ଦେଉଛନ୍ତି ମୋଦି ସରକାର। କିନ୍ତୁ ଏ ସବୁର ଫାଇଦା ନେଇ ରାଜ୍ୟକୁ ବିକାଶ ପଥରେ ଆଗେଇ ନେବାକୁ ତତ୍ପର ନୁହନ୍ତି ଓଡ଼ିଶା ସରକାର। ଏବେ ପ୍ରଶ୍ନ ହେଲା ରାଜ୍ୟରେ ପର୍ଯ୍ୟଟନର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବ ତ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Immense tourism potential in Odisha | Argus News